• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ଜମ୍ମୁ କାଶ୍ମୀର: କିଛି ମୁସଲିମ୍ ଦେଶର ଟିଭି ଚ୍ୟାନେଲ ଉପରେ ଲାଗିଲା ବ୍ୟାନ୍

କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ଜମ୍ମୁ କାଶ୍ମୀରେ କିଛି ମୁସଲିମ ଦେଶର ଘରୋଇ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗାବାକୁ ମୋଦି ସରକାରଙ୍କ ଆଦେଶ । କେବଲ ଅପରେଟର୍ସଙ୍କୁ ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଇରାନ, ତୁର୍କି ଓ ମାଲେସିଆ ପରି ମୁସଲିମ ଦେଶର ଘରୋଇ ଟିଭି ଚ୍ୟାନେଲର ପ୍ରସାରଣ ନ କରାଯାଉ ।

ଜମ୍ମୁ କାଶ୍ମୀର:  କିଛି ମୁସଲିମ୍ ଦେଶର ଟିଭି ଚ୍ୟାନେଲ ଉପରେ ଲାଗିଲା ବ୍ୟାନ୍

ଶ୍ରୀନଗର: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ଜମ୍ମୁ କାଶ୍ମୀରେ କିଛି ମୁସଲିମ ଦେଶର ଘରୋଇ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗାବାକୁ ମୋଦି ସରକାରଙ୍କ ଆଦେଶ । କେବଲ ଅପରେଟର୍ସଙ୍କୁ ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଇରାନ, ତୁର୍କି ଓ ମାଲେସିଆ ପରି ମୁସଲିମ ଦେଶର ଘରୋଇ ଟିଭି ଚ୍ୟାନେଲର ପ୍ରସାରଣ ନ କରାଯାଉ ।

ସୂଚନା ପ୍ରସାରଣ ମନ୍ତ୍ରାଳୟ ଏହା ଉପରେ ଏକ ଦିଶାନିର୍ଦ୍ଦେଶ ଜାରି କରିଛି । ଏଥିରେ କୁହାଯାଇଛି ଯେ ମନ୍ତ୍ରାଳୟ ପାଖରେ ଖବର ରହିଛି କିଛି ଘରୋଇ ଚ୍ୟାନେଲକୁ ଭାରତରେ ପ୍ରସାରଣ କରିବାର ଅନୁମତି ନାହିଁ, ସେହି ଚ୍ୟାନେଲକୁ ଅପରେଟର୍ସ ନିଜ ନେଟୱର୍କରେ ପ୍ରସାରଣ କରୁଛନ୍ତି । ଏପରି କରିବା କେବଲ ଟିଭି ନିୟମର ପ୍ରୋଗ୍ରାମ କୋଡର ଉଲ୍ଲଙ୍ଘନ ହେଉଛି । ତେଣୁ ଅପରେଟର୍ସ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଚଳିତ ବର୍ଷ ଅଗଷ୍ଟ ୫ରେ ୩୭୦ ଧାରା ଉଚ୍ଛେଦ ସହ ବିଶେଷ ରାଜ୍ୟର ମାନ୍ୟତା ହରାଇଥିଲା ଜମ୍ମୁ କାଶ୍ମୀର। ଏହାପରେ କେବଲ ଅପରେଟର୍ସ ନିଜ ବିଜନେସ ସମ୍ଭାଳିବାକୁ ଲାଗିଥିଲା । ସରକାର ଟିଭି ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗାଇଥିଲା । ଅନ୍ୟପକ୍ଷେ ଅଗଷ୍ଟ ୨୦ରୁ ଟିକେ ନିୟମକୁ କୋହଳ କରାଯାଇଥିଲା । ଏହାପରେ ଅପରେଟର୍ସମାନେ ନିଜ ନିଜ ବ୍ୟବସାୟ କରିବାରେ ଲାଗି ପଡିଥିଲେ । ବର୍ତ୍ତମାନ ପୁଣି ସେମାନଙ୍କୁ ବିଭିନ୍ନ ପ୍ରତିବନ୍ଧକର ସାମ୍ନା କରିବାକୁ ପଡୁଛି ।