• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଶସ୍ତାରେ ସୁନା ବିକ୍ରି କରୁଛନ୍ତି ମୋଦି ସରକାର, ୧୧ ଅକ୍ଟୋବର ସୁଦ୍ଧା କିଣିବାକୁ ସୁଯୋଗ

ଗୋଲ୍ଡ ବଣ୍ଡ୍ ରେ ହେବ ନିବେଶ: ଗୋଲ୍ଡ ବଣ୍ଡ୍ ମୂଲ୍ୟ ୩ ହଜାର ୭୮୮ ଟଙ୍କା ପ୍ରତି ଗ୍ରାମ ରଖାଯାଇଛି । ଅନଲାଇନ୍ ମାଧ୍ୟମରେ କଲେ ଆପଣଙ୍କୁ ୫୦ ଟଙ୍କା ପ୍ରତି ଗ୍ରାମ ଉପରେ ମିଳିବ ରିହାତି ।

ଶସ୍ତାରେ ସୁନା ବିକ୍ରି କରୁଛନ୍ତି ମୋଦି ସରକାର, ୧୧ ଅକ୍ଟୋବର ସୁଦ୍ଧା କିଣିବାକୁ ସୁଯୋଗ
Modi Govt. is selling cheap Gold.

ମୋଦି ସରକାର ପୁଣି ଥରେ ସୋଭେରିନ୍ ଗୋଲ୍ଡ ବଣ୍ଡ୍ ୨୦୧୯-୨୦ରେ ନିବେଶ କରିବାକୁ, ସୁଯୋଗ ଦେଉଛନ୍ତି । ଆପଣ ଚାହିଁଲେ, ଅକ୍ଟୋବର ୭ରୁ ୧୧ ଯାଏ ନିବେଶ କରିପାରିବେ । ଏଭିଳି ଯୋଜନା ମୋଦି ସରକାରଙ୍କ ତରଫରୁ ପଞ୍ଚମ ଥର ପାଇଁ ଆସିଛି ।

ଗୋଲ୍ଡ ବଣ୍ଡ୍ ରେ ହେବ ନିବେଶ: ଗୋଲ୍ଡ ବଣ୍ଡ୍ ମୂଲ୍ୟ ୩ ହଜାର ୭୮୮ ଟଙ୍କା ପ୍ରତି ଗ୍ରାମ ରଖାଯାଇଛି । ଅନଲାଇନ୍ ମାଧ୍ୟମରେ କଲେ ଆପଣଙ୍କୁ ୫୦ ଟଙ୍କା ପ୍ରତି ଗ୍ରାମ ଉପରେ ମିଳିବ ରିହାତି । ଅର୍ଥାତ୍ ଆପଣ ଅନଲାଇନ୍ ମାଧ୍ୟମରେ ନିବେଶ କଲେ ଗ୍ରାମ ପ୍ରତି ୩ ହଜାର ୭୩୮ ଟଙ୍କା ହେବ । ଏହା ପୂର୍ବରୁ ଗତ ସେପ୍ଚେମ୍ବରରେ ଗୋଲ୍ଡ ବଣ୍ଡ୍ ନିବେଶ ପାଇଁ ସରକାରଙ୍କ ପକ୍ଷରୁ ୩ ହଜାର ୮୯୦ ଟଙ୍କା ପ୍ରତି ଗ୍ରାମ୍ ବିକ୍ରି କରାଯାଇଥିଲା । ତେବେ ସୁନା ମୂଲ୍ୟ ହ୍ରାସ ପାଇବାରୁ ବଣ୍ଡ୍ ମୂଲ୍ୟ ଏବେ କମ୍ ରହିଛି । ଏଥିରେ ନିବେଶ କଲେ କର ରିହାତି ମିଳିବ ।

କେଉଁଠି କରିବେ ନିବେଶ:ଏହି ବଣ୍ଡ୍ ର ବିକ୍ରି ବ୍ୟାଙ୍କ, ଡାକଘର, ଏନଏସଇ ଏବଂ ବିଏସଇ ଓ ଷ୍ଟକ୍ ହୋଲ୍ଡିଂ କର୍ପରେସନ ଲିମିଟେଡ୍ ଜରିଆରେ ହୋଇଥାଏ । ବଣ୍ଡ୍ କିଣିବାକୁ ହେଲେ ଜଣେ ନିବେଶକ, ଡିମାଣ୍ଡ୍ ଡ୍ରାଫ୍ଟ, ଚେକ୍ କିମ୍ବା ଅନଲାଇନ୍ ପେମେଣ୍ଟ୍ ସାହାଯ୍ୟ ନେଇପାରିବେ ।

କେତେ କିଣିପାରିବେ ସୁନା:ଆରବିଆଇ ଭାରତ ସରକାରଙ୍କ ପକ୍ଷରୁ ସୋଭେରିନ୍ ବଣ୍ଡ୍ ଜାରି କରିଥାଏ । ଜଣେ ବ୍ୟକ୍ତି ବର୍ଷକ ମଧ୍ୟରେ ୫ ଶହ ଗ୍ରାମ ବଣ୍ଡ୍ କିଣିପାରିବ । ସେହିପରି ହିନ୍ଦୁ ପରିବାର ବର୍ଷକ ମଧ୍ୟରେ ୪ କିଲୋଗ୍ରାମ ସୁନା ବଣ୍ଡ୍ କିଣିପାରିବେ । ଅନ୍ୟପକ୍ଷରେ ଯେ କୌଣସି ଟ୍ରଷ୍ଟ୍ ନିଜ ଆର୍ଥିକ ବର୍ଷ ମଧ୍ୟରେ ୨୦ କିଲୋଗ୍ରାମ ସୁନା ବଣ୍ଡ୍ କିଣିପାରିବେ ।