ଗୁଇନ୍ଦାଗିରି କରିବା ମାମଲାରେ ହ୍ୱାଟସଆପ ଠାରୁ ଜବାବ ମାଗିଛି କେନ୍ଦ୍ର ସରକାର । ସୂଚନା ପ୍ରସାରଣ ମନ୍ତ୍ରାଳୟ ନଭେମ୍ୱର ୪ ମଧ୍ୟରେ ଏହି ଜବାବ ଦେବାକୁ କହିଛି । ଗୁଇନ୍ଦାଗିରି କରିବା କଥା ହ୍ୱାଟସଆପ ସ୍ୱୀକାର କରିଛି । ଇସ୍ରାଇଲ ସ୍ୱାଇୱେୟର ଭାରତରେ ଏକ୍ଟିଭ ଥିଲା । ଏହା ସାହାଯ୍ୟରେ ହ୍ୱାଟସଆପ ୟୁଜର୍ସଙ୍କ ଉପରେ ଗୁଇନ୍ଦାଗିରି କରିଛି ।
Trending Photos
ନୂଆଦିଲ୍ଲୀ: ଗୁଇନ୍ଦାଗିରି କରିବା ମାମଲାରେ ହ୍ୱାଟସଆପ ଠାରୁ ଜବାବ ମାଗିଛି କେନ୍ଦ୍ର ସରକାର । ସୂଚନା ପ୍ରସାରଣ ମନ୍ତ୍ରାଳୟ ନଭେମ୍ୱର ୪ ମଧ୍ୟରେ ଏହି ଜବାବ ଦେବାକୁ କହିଛି । ଗୁଇନ୍ଦାଗିରି କରିବା କଥା ହ୍ୱାଟସଆପ ସ୍ୱୀକାର କରିଛି । ଇସ୍ରାଇଲ ସ୍ୱାଇୱେୟର ଭାରତରେ ଏକ୍ଟିଭ ଥିଲା । ଏହା ସାହାଯ୍ୟରେ ହ୍ୱାଟସଆପ ୟୁଜର୍ସଙ୍କ ଉପରେ ଗୁଇନ୍ଦାଗିରି କରିଛି ।
ଇସ୍ରାଇଲ ଏଜେନ୍ସି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପେଗାସୁସ ନାମକ ସ୍ୱାଇୱେୟର ମାଧ୍ୟମରେ ସାମ୍ୱାଦିକ ଓ ଏକ୍ଚିଭିଟିସଙ୍କୁ ଉପରେ ଗୁଇନ୍ଦାଗିରି କରିଛି ହ୍ୱାଟସଆପ । ଯାହା ହ୍ୱାଟସଆପ ସ୍ୱୀକାର କରିଛି । ଅନ୍ୟପକ୍ଷେ କମ୍ପାନୀ ଏହା ସ୍ପଷ୍ଟ କରି ନାହିଁ ଯେ ସ୍ୱାଇୱେୟର ମାଧ୍ୟମରେ କେତେ ଜଣ ଭାରତୀୟଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି ।
ପେଗାସୁସର ବ୍ୟବହାର କୌଣସି ସାଧାରଣ ବ୍ୟକ୍ତି କରି ପାରନ୍ତି ନାହିଁ । ଏହାର ବ୍ୟବହାର ଏନଏସଓ ଗ୍ରୁପ ସରକାରଙ୍କ ବ୍ୟବହାର ପାଇଁ ନିର୍ମାଣ କରିଛି । ତେବେ ପ୍ରଶ୍ନ ଉଠୁଛୁ ଯେ, ଏହାକୁ ଭାରତୀୟ ସାମ୍ବାଦିକ ଓ ମାନବାଧିକାର ଏକ୍ଟିଭିଟିସଙ୍କ ଗୁଇନ୍ଦା ପାଇଁ କିପରି ବ୍ୟବହାର କରାଯାଇଛି । ଏହାର ଗୁଇନ୍ଦାଗିରି କରିବା ପାଇଁ କିଏ ଅନୁମତି ଦେଇଥିଲେ?