ନାଳରୁ ମିଳିଲା କଟା ମୁଣ୍ଡ; ଜମିଜମା ବିବାଦରୁ ହୋଇଥିଲା ହତ୍ୟା
ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆସାହି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ମଙ୍ଗଳବାର ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରଯାଇଥିଲା। ତାଙ୍କ ନାଁ ଦସୁ ମଲ୍ଲିକ। ମୃତକଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଦିଆଯାଇଥିବା ବେଳେ ଖୋଳତାଡ଼ ପରେ ପୁଲିସ୍ ତାଙ୍କ କଟା ମୁଣ୍ଡ ଜବତ କରିଛି ।
Trending Photos

ପ୍ରେମାନନ୍ଦ ପୁଜାରୀ, ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆସାହି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ମଙ୍ଗଳବାର ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରଯାଇଥିଲା। ତାଙ୍କ ନାଁ ଦସୁ ମଲ୍ଲିକ। ମୃତକଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଦିଆଯାଇଥିବା ବେଳେ ଖୋଳତାଡ଼ ପରେ ପୁଲିସ୍ ତାଙ୍କ କଟା ମୁଣ୍ଡ ଜବତ କରିଛି ।
ଗତକାଲି ଦସୁଙ୍କର ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ଏହାପରେ ବିଭିନ୍ନ ଅଞ୍ଚଳରେ ଖୋଳତାଡ଼ କରିବା ପରେ ବିଳମ୍ବିତ ରାତିରେ ନିକଟସ୍ଥ ନାଳରୁ କଟା ମୁଣ୍ଡକୁ ଉଦ୍ଧାର କରିଛି ପୋଲିସ ।
ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ମଧ୍ୟ ଜବତ ହୋଇଛି । ତେବେ ଏହା ଗୁଣିଗାରେଡି ନୁହଁ ବରଂ ଜମିଜମା ବିବାଦରୁ ହତ୍ୟା କରାଯାଇଛି ବୋଲି ଗଜପତି ଏସ ପି ସାରାଶର୍ମା ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ମଙ୍ଗଳବାର ଦସୁ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ପାଖ ଗାଁର କିଛି ଲୋକ ସେଠାରେ ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ କଟୁରୀ ସାହାଯ୍ୟରେ ସେମାନେ ଦସୁଙ୍କ ମୁଣ୍ଡକୁ ଅଲଗା କରି ଦେଇଥିବା ତାଙ୍କ ପୁଅ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପରିବାର ଲୋକେ ସନ୍ଧ୍ୟାରେ ଖୋଜାଖୋଜି କରିବାପରେ ଭାଲିଆସାହି ଗାଁ ପାଖ ଜଙ୍ଗଲରୁ ଏକ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ପାଇଥିଲେ ।
More Stories