close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପାଠରେ ଶାଠରେ ନମ୍ବର ୧

ମଡେଲିଂ ଦେଇଛି ନିଆରା ପରିଚୟ...ନହ୍ନିପରୀ ବିଜେତା ହେବା ପରେ ସଫଳତାର ପାହାଚ ଚଢ଼ୁଛନ୍ତି ମୈତ୍ରୀ ମୋନାଲି ପ୍ରଧାନ । ୨୦୧୯ରେ ମିସ୍ ରୁ-ବା-ରୋ ଏଲିଟ୍ ମୁକୁଟ...

ପାଠରେ ଶାଠରେ ନମ୍ବର ୧
ପାଠରେ ଶାଠରେ ନମ୍ବର ୧

ବ୍ୟୁରୋ ରିପୋର୍ଟ: ମଡେଲିଂ ଦେଇଛି ନିଆରା ପରିଚୟ । ନହ୍ନିପରୀ ବିଜେତା ହେବା ପରେ ସଫଳତାର ପାହାଚ ଚଢ଼ୁଛନ୍ତି ମୈତ୍ରୀ ମୋନାଲି ପ୍ରଧାନ । ୨୦୧୯ରେ ମିସ୍ ରୁ-ବା-ରୋ ଏଲିଟ୍ ମୁକୁଟ।

ମୈତ୍ରୀ ମୋନାଲି ପ୍ରଧାନ । ଦ୍ୱାଦଶ ଶ୍ରେଣୀର ବାଣିଜ୍ୟ ଛାତ୍ରୀ । ପାଠପଢାରେ ନମ୍ବର ୱାନ୍ । ଭଲ ଗୀତ ଗାଇବା ସହ ଭଲ ନାଚି ବି ପାରନ୍ତି । ଦୌଡ଼, ଖେଳକୁଦରେ ବି ପାରଙ୍ଗମ । ହେଲେ ଏସବୁ ଦକ୍ଷତା ତାଙ୍କୁ ଯେତିକି ପରିଚୟ ନ ଦେଇଛି, ତାଙ୍କର ମଡେଲିଂ ପାଇଁ ଏବେ ସେ ସାରା ଦେଶରେ ପରିଚିତ । ୨୦୧୬ରେ କିଟ୍ ନହ୍ନିପରୀ ବିଜେତା ହେବା ପରେ ଆଉ ପଛକୁ ଫେରିନାହାନ୍ତି ମୋନାଲି । ସଫଳତାର ଗୋଟେ ପରେ ଗୋଟିଏ ପାହାଚ ଚଢ଼ି ଚାଲିଲେ ମୋନାଲି ।

 

ପଞ୍ଚମ ଷ୍ଟାଣ୍ଡାର୍ଡ଼ରେ ପଢିଲା ବେଳ ଠାରୁ ଆରମ୍ଭ କଲେ ଗୀତ ଗାଇବା । ଧିରେ ଧିରେ ଭଲ ଗୀତ ବି ଗାଇଲେ  । ଗୀତ ସାଙ୍ଗକୁ ଓଡ଼ିଶୀ ନୃତ୍ୟ ଶିଖିବା ଚାଲିଲା । ଓଡ଼ିଶୀରୁ ମଡ଼ର୍ଣ୍ଣ ଡ଼୍ୟାନ୍ସରେ ଧୁରନ୍ଧର ବି ହୋଇଗଲେ । ପାଠପଢା ବି କିଛି କମ୍ ନଥିଲା । କ୍ଲାସରେ ଭଲ ସ୍କୋର ସାଙ୍ଗକୁ ଆଥଲେଟିକ୍ସ ଟ୍ରାକରେ ବି କମାଲ ଦେଖାଇଲେ । ହେଲେ ମନ ମାନୁନଥିଲା, ଇଚ୍ଛା ଥିଲା ମଡ଼େଲ ହେବାକୁ । ମା’ଙ୍କ ସମର୍ଥନ ଓ ସହଯୋଗ ବି ମିଳିଲା । ବାସ୍ ଆରମ୍ଭ ହେଲା ଯାତ୍ରା,  ସଂଘର୍ଷ ଓ ପରିଶ୍ରମର ଯାତ୍ରା । ଯେଉଁଠି ହାତ ମାରୁଥିଲେ ମିଳୁଥିଲା ସଫଳତା । ମଡ଼େଲିଂରେ ବି ଚଢିଚାଲିଲେ ସଫଳତାର ପାହାଚ । ନବମ ଶ୍ରେଣୀରେ ମିଳିଲା ପ୍ରଥମ ମୁକୁଟ । ପ୍ରଥମ ଓଡ଼ିଆ ଝିଅ ଭାବେ ୨୦୧୬ରେ କିଟ୍ ନହ୍ନିପରୀ ବିଜେତା ସାଙ୍ଗକୁ ୨୦୧୭ରେ ରଜ କ୍ୱିଇନ୍, ୨୦୧୮ରେ ଡ଼େରାଡ଼ୁନରେ ମିସ୍ ଇକୋ ଇଣ୍ଟରନ୍ୟାସନାଲ ବିଜେତା ସାଙ୍ଗକୁ ଦିଲ୍ଲୀରେ ମୋଷ୍ଟ ଟ୍ରେଣ୍ଡି ଗାର୍ଲର ମୁକୁଟ । ହେଲେ ୨୦୧୯ରେ ତାଙ୍କ ମଥାରେ ଲାଗିଲା ମିସ୍ ରୁ-ବା-ରୋ ଏଲିଟ୍ ମୁକୁଟ । ଡ଼ିଏଭି ସ୍କୁଲରେ ଷ୍ଟାଣ୍ଡାର୍ଡ଼ ୧୨ରେ ପଢୁଥିବା ମୈତ୍ରୀ ମୋନାଲି ପ୍ରଧାନଙ୍କୁ ଏବେ ମିଳିଛି ନୂଆ ପରିଚୟ । ସିଙ୍ଗରରୁ ଡ଼୍ୟାନ୍ସର, ରନର୍ରୁ ସ୍କଲାର, ଏବେ ମଡ଼େଲ୍ । ମୈତ୍ରୀ ମୋନାଲିଙ୍କ ଏହି ଜୟଯାତ୍ରାରେ ତାଙ୍କ ମାଆ ପ୍ରଭାତୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ସହଯୋଗ ମଧ୍ୟ ରହିଛି । ମୋନାଲି ତାଙ୍କ ସଂଘର୍ଷମୟ ଜୀବନରେ ଅନେକ ବାଧାବିଘ୍ନ ସାମ୍ନା କରି ସଫଳର ଶୀର୍ଷରେ ପହଞ୍ଚି ପାରିଛନ୍ତି । ଆମେ ଆଶା କରୁଛୁ, ସେ ସଫଳତାର ଆହୁରି ପାହାଚ ଚଢ଼ନ୍ତୁ ।