ସୁନା-ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ, ଜାଣି ନିଅନ୍ତୁ ଆଜିର ରେଟ୍
Advertisement

ସୁନା-ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ, ଜାଣି ନିଅନ୍ତୁ ଆଜିର ରେଟ୍

ସୋମବାର ରୁପା ମୂଲ୍ୟରେ ୧୫୭ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ମୂଲ୍ୟ ୪୭୧୭୦ ଟଙ୍କାରେ ପହଞ୍ଚିଛି । 

ସୁନା-ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ, ଜାଣି ନିଅନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଦୁର୍ବଳତାର ସଙ୍କେତ ଜାରି ରହିଛି । ଦିଲ୍ଲୀ ସର୍ରଫା ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସୋମବାର ସୁନା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଆଜି ୨୩୩ ଟଙ୍କାର ହ୍ରାସ ଦେଖା ଦେଇଛି । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୧୫୬୫ ଟଙ୍କାରେ ପହଞ୍ଚିଛି । ଏହାପୂର୍ବରୁ ଶନିବାର ସୁନା ମୂଲ୍ୟ ୪୧୭୯୮ ଟଙ୍କାରେ ବନ୍ଦ ହୋଇଥିଲା । 

ସେହିପରି ସୋମବାର ରୁପା ମୂଲ୍ୟରେ ୧୫୭ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ମୂଲ୍ୟ ୪୭୧୭୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ୧୫୭୯ ଡଲାର ପ୍ରତି ଆଉନ୍ସ ରହିଛି । ଅନ୍ୟପଟେ ରୁପା ଦର ୧୭୭୪ ଡଲାର ପ୍ରତି ଆଉନ୍ସ ଅପରିବର୍ତ୍ତିତ ରହିଛି । 

ଅନ୍ତର୍ଜାତୀୟ ବଜାରରେ ଶୁକ୍ରବାର ପରେ ବ୍ୟବସାୟରେ ଦୁଇ ମୂଲ୍ୟବାନ ଧାତୁର ଦରରେ ଚମକ ଦେଖା ଦେଇଥିଲା । ଯାହାର ପ୍ରଭାବ ଶନିବାର ବଜାର ଖୋଲିବା ପରେ ଦେଖା ଦେଇଥିଲା । ଶନିବାର ରୁପା ଦରରେ ୪୦୦ ଟଙ୍କାର ବୃଦ୍ଧି ରେକର୍ଡ ହୋଇଥିଲା । ଫଳରେ ଗୋଟିଏ କିଲୋଗ୍ରାମ ସୁନା ଦର ୪୭,୭୫୦ ଟଙ୍କାକୁ ପହଞ୍ଚିଥିଲା । 

ଲଣ୍ଡନ ଓ ନ୍ୟୁୟର୍କରୁ ମିଳିତ ସୂଚନା ମୁତାବକ, ସପ୍ତାହର ଶେଷ ଦିନରେ ସୁନା ହାଜିର ୬.୨୦ ଡଲାର ବୃଦ୍ଧି ପାଇଁ ୧,୫୮୩.୭୦ ଡଲାର ପ୍ରତି ଆଉନ୍ସକୁ ପହଞ୍ଚିଥିଲା । ସେହିପରି ରୁପା ହାଜିରରେ ମଧ୍ୟ ୦.୧୦ ଡଲାର ଚମକି ୧୭.୭୩ ଡଲାର ପ୍ରତି ଆଉନ୍ସକୁ ପହଞ୍ଚିଛି ଯାଇଥିଲା । ବଜାର ବିଶେଷଜ୍ଞଙ୍କ ଅନୁସାରେ, କୋରୋନା ଭାଇରସ କୋବିଡ 19ର ଚିନ୍ତା ଯୋଗୁଁ ପୁଞ୍ଜି ବଜାରରେ ନିବେଶକଙ୍କ ବିଶ୍ୱାସରେ କମି ଦେଖା ଦେଇଛି ।