ଅର୍ଥାଭାବରୁ ଅଟକିଛି ପୂର୍ଣ୍ଣଙ୍କ ଚିକିତ୍ସା
Advertisement

ଅର୍ଥାଭାବରୁ ଅଟକିଛି ପୂର୍ଣ୍ଣଙ୍କ ଚିକିତ୍ସା

ବର୍ଷେ କି ଦୁଇ ବର୍ଷ ନୁହଁ ଦୀର୍ଘ ୮ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ସେ ପଡିରହିଛନ୍ତି । ବାପାର ମୃତ୍ୟୁ ପରେ ପରିବାର ଚଳାଇବା ପାଇଁ ଅଣ୍ଟା ଭଡିଥିବା ବେଳେ ଅଜଣା ରୋଗରେ ଶଯ୍ୟାଶାୟୀ ହୋଇ ପଡିଛନ୍ତି  ।

ଅର୍ଥାଭାବରୁ ଅଟକିଛି ପୂର୍ଣ୍ଣଙ୍କ ଚିକିତ୍ସା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ଗାଁର ପୂର୍ଣ୍ଣ ନାୟକ । ବର୍ଷେ କି ଦୁଇ ବର୍ଷ ନୁହଁ ଦୀର୍ଘ ୮ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ସେ ପଡିରହିଛନ୍ତି । ବାପାର ମୃତ୍ୟୁ ପରେ ପରିବାର ଚଳାଇବା ପାଇଁ ଅଣ୍ଟା ଭଡିଥିବା ବେଳେ ଅଜଣା ରୋଗରେ ଶଯ୍ୟାଶାୟୀ ହୋଇ ପଡିଛନ୍ତି । ମଜୁରୀ କରି ଘର ଚଲାଇବା ପ୍ରୟାସ କରୁଥିବା ବୁଢୀ ମାକୁ ମଧ୍ୟ ବୟସ ଓ ରୋଗ ଗ୍ରାସ କରିଲାଣି । ପୂର୍ଣ୍ଣ ନାୟକ ଏଭଳି ଅବସ୍ଥା ଯୋଗୁ ପରିବାରର ମେରୁଦଣ୍ଡ ଭାଙ୍ଗିଯାଇଛି । ଏବେ କେବଳ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ ।

ପାଖରେ ଯାହା ଟଙ୍କା ଥିଲା ପ୍ରଥମେ କେନ୍ଦୁଝର ଓ ପରେ କଟକ ଡାକ୍ତରଖାନା ଯାଇଥିଲେ । ମାତ୍ର ସେଠାରେ ସ୍ୱାସ୍ଥ୍ୟବସ୍ଥା ଭଲ ହୋଇପାରିଲା ନାହିଁ । ଅର୍ଥାଭାବରୁ ପୂର୍ଣ୍ଣଙ୍କୁ ଘରକୁ ନେଇ ଆସିଲେ ପରିବାର ଲୋକେ । ଧୀରେ ଧୀରେ ପୂର୍ଣ୍ଣଙ୍କ ସ୍ୱସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ଦୁର୍ଦ୍ଦିନରେ ଦିନ କାଟୁଥିବା ଏହି ପରିବାକୁ ସରକାରୀ ସହାୟତା ଯୋଗାଇ ଦେଇବାପାଇଁ ଗ୍ରାମବାସୀ ଦାବି ହୋଇଛି । ସେପଟେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୂର୍ଣ୍ଣଙ୍କୁ ଚିକିତ୍ସା ସହାୟତା ଯୋଗାଇବାକୁ  ଘଟଗାଁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।