ମୋଦି ସରକାରଙ୍କୁ ବଡ଼ ଝଟକା, GDP ବୃଦ୍ଧି ଦରକୁ ହ୍ରାସ କଲା ମୁଡିଜ
Advertisement

ମୋଦି ସରକାରଙ୍କୁ ବଡ଼ ଝଟକା, GDP ବୃଦ୍ଧି ଦରକୁ ହ୍ରାସ କଲା ମୁଡିଜ

୨୦୧୯ର ତୃତୀୟ ତ୍ରୈମାସରେ ଭାରତର ଜିଡିପି ବୃଦ୍ଧି ଦର ୫ ପ୍ରତିଶତରୁ ୪.୫ ପ୍ରତିଶତକୁ  ଖସି ଆସିଥିଲା, ଯାହା ବିଗତ ୧୧ ବର୍ଷର ସବୁଠାରୁ ତଳସ୍ତରକୁ ରହିଥିଲା । ଅନ୍ୟପକ୍ଷେ ଚଳିତ ବର୍ଷ ଜାନୁଆରୀରେ ସର୍ଭିସ ଓ ମ୍ୟାନୁଫ୍ୟାକ୍ଚରିଂ ଇଣ୍ଡେକ୍ସରେ ବୃଦ୍ଧି ଆସିବାରୁ ଆଗାମୀ ଦିନରେ ଜିଡିପି ଦରରେ ସ୍ଥିରତା ଆସିବାର ଆଶା କରାଯାଉଥିଲା । 

ମୋଦି ସରକାରଙ୍କୁ ବଡ଼ ଝଟକା, GDP ବୃଦ୍ଧି ଦରକୁ ହ୍ରାସ କଲା ମୁଡିଜ

ନୂଆଦିଲ୍ଲୀ: ବିଶାଳ ଜନ ସମର୍ଥନ ପାଇଁ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଥିଲେ ମୋଦି ସରକାର, କିନ୍ତୁ କ୍ଷମତାରେ ଫେରିବା ପରେ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବାରେ ସଫଳ ହୋଇ ପାରୁନି ସରକାର । ଦେଶର ଅର୍ଥ ବ୍ୟବସ୍ଥା କ୍ରମାଗତ ଦୁର୍ବଳ ହେବାକୁ ଲାଗିଛି । ଦେଶରେ ବେରୋଜଗାରଙ୍କ ସଂଖ୍ୟା କ୍ରମାଗତ ବଢି ବଢି ଚାଲିଛି । ଯାହା ମୋଦି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବିଗତ ଦିନରେ ୪.୫ ପ୍ରତିଶତକୁ ଖସି ଆସିଥିଲା ଦେଶର ଆର୍ଥିକ ବିକାଶ ଦର ବା GDP ।

ଏବେ ଅନ୍ତର୍ଜାତୀୟ କ୍ରେଡିଟ ରେଟିଂ ଏଜେନ୍ସି ମୁଡିଜ ଭାରତର ଚଳିତ ଆର୍ଥିକ ବର୍ଷ ପାଇଁ ଆର୍ଥିକ ବିକାଶ ଦର( GDP) ବୃଦ୍ଧି ଦରର ଅନୁମାନକୁ ହ୍ରାସ କରି ଦେଇଛି । ମୁଡିଜ ବର୍ଷ ୨୦୨୦ ପାଇଁ ଜିଡିପି ବୃଦ୍ଧିର ପୁରୁଣା ଅନୁମାନ ୬.୬ ପ୍ରତିଶତରୁ ହ୍ରାସ କରି ୫.୪ ପ୍ରତିଶତ କରି ଦେଇଛି । ସେହିପରି ମୁଡିଜ ୨୦୨୧ ଆର୍ଥିକ ବର୍ଷ ପାଇଁ ଜିଡିପି ବୃଦ୍ଧି ଦର ଅନୁମାନ ୬.୭ ପ୍ରତିଶତରୁ ହ୍ରାସ କରି ୫.୮ ପ୍ରତିଶତ କରି ଦେଇଛି ।

ମୁଡିଜ ଅନୁସାରେ, କୋରୋନା ଭାଇରସ ଯୋଗୁଁ  ସାରା ଦୁନିଆର ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଦେଖିବାକୁ ମିଳୁଛି । ସାରା ଦୁନିଆର ଅର୍ଥବ୍ୟବସ୍ଥାରେ ଆସିଥିବା ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ମଧ୍ୟ ପଡୁଛି । ଏଥିପାଇଁ ଭାରତର ଜିଡିପି ବୃଦ୍ଧି ଦରରେ ଶିଥିଳତା ଦେଖା ଦେଇପାରେ । ମୁଡିଜର ତାଜା ରିପୋର୍ଟ ଅନୁସାରେ ୨୦୨୦ରେ ଜି-20 ଦେଶର ଆର୍ଥିକ ବିକାଶ ଦର ୨.୪ ପ୍ରତିଶତ ସହ ଆଗକୁ ବଢ଼ିବାର ଅନୁମାନ କରାଯାଇଛି । ମୁଡିଜ ଚୀନର ଜିଡିପି ବୃଦ୍ଧି ଦରକୁ ହ୍ରାସ କରି ୫.୨ ପ୍ରତିଶତ କରିଛି । ସେହିପରି ୨୦୨୧ରେ ୨.୪ ପ୍ରତିଶତ ରହିବାର ଅନୁମାନ କରାଯାଇଛି । 

ଆପଣଙ୍କୁ କହି ରଖୁଛୁ ଯେ, ୨୦୧୯ର ତୃତୀୟ ତ୍ରୈମାସରେ ଭାରତର ଜିଡିପି ବୃଦ୍ଧି ଦର ୫ ପ୍ରତିଶତରୁ ୪.୫ ପ୍ରତିଶତକୁ  ଖସି ଆସିଥିଲା, ଯାହା ବିଗତ ୧୧ ବର୍ଷର ସବୁଠାରୁ ତଳସ୍ତରକୁ ରହିଥିଲା । ଅନ୍ୟପକ୍ଷେ ଚଳିତ ବର୍ଷ ଜାନୁଆରୀରେ ସର୍ଭିସ ଓ ମ୍ୟାନୁଫ୍ୟାକ୍ଚରିଂ ଇଣ୍ଡେକ୍ସରେ ବୃଦ୍ଧି ଆସିବାରୁ ଆଗାମୀ ଦିନରେ ଜିଡିପି ଦରରେ ସ୍ଥିରତା ଆସିବାର ଆଶା କରାଯାଉଥିଲା ।