Advertisement
Article Detail0/zeeodisha/odisha693145
Zee OdishaOther Newsରାଜ୍ୟରେ ନୂଆ ୧୪୬ ପଜିଟିଭ ଚିହ୍ନଟ, ୩ ହଜାର ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ନୂଆ ୧୪୬ ପଜିଟିଭ ଚିହ୍ନଟ, ୩ ହଜାର ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୪୬ଟି କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୯ ଜଣ ସ୍ଥାନୀୟ ଅଞ୍ଚଳର ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛ

 ରାଜ୍ୟରେ ନୂଆ ୧୪୬ ପଜିଟିଭ ଚିହ୍ନଟ, ୩ ହଜାର ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୪୬ଟି କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୯ ଜଣ ସ୍ଥାନୀୟ ଅଞ୍ଚଳର ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। 

୧୭ଟି ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୮ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୧୯ ଜଣ, ଜଗତସିଂହପୁରରୁ ୮, କଟକରୁ ୨, କେନ୍ଦୁଝରରୁ ୨, ମାଲକାନଗିରି, ଯାଜପୁର, ଢେଙ୍କାନାଳ ଓ ବଲାଙ୍ଗୀରରୁ ଜଣେଲେଖାଏଁ ଚିହ୍ନଟ ହୋଇଥିବା ସୂଚନା ରହିଛି। ସେହିପରି ନୟାଗଡ଼ରୁ ୩, ମୟୂରଭଞ୍ଜ, କଳାହାଣ୍ଡିରୁ ୩ ଜଣ ଲେଖାଏଁ, କନ୍ଧମାଳରୁ ୨, ସୁନ୍ଦରଗଡ଼ରୁ ୭, ଦେବଗଡ଼ରୁ ୫, କେନ୍ଦ୍ରାପଡ଼ାରୁ ୨ ଓ ବାଲେଶ୍ୱରରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଏନଡିଆରଏଫ ଓ ଓଡ୍ରାଫ ଟିମ ମଧ୍ୟରେ ୬୧ ଜଣ କର୍ମଚାରୀ ରହିଥିବା ସୂଚନା ରହିଛି। 

ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧୯୯୩ ଜଣ ରାଜ୍ୟରେ ସୁସ୍ଥ ହୋଇଥିବା ବେଳେ ୧୧୩୬ଟି ମାମଲା ସକ୍ରିୟ ରହିଛି। 

Add Zee News as a Preferred Source

 

About the Author