• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /କୋରୋନା ନେଲା ଆଉ ୫ ଜୀବନ

କୋରୋନା ନେଲା ଆଉ ୫ ଜୀବନ

ପୁଣି ରାଜ୍ୟରେ ୫ ମୁଣ୍ଡ ନେଇଛି କୋରୋନା। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଛି।

Edited ByZee Odisha Desk
Published: Jul 29, 2020, 12:29 PM IST|Updated: Jul 29, 2020, 12:31 PM IST
joinshare
କୋରୋନା ନେଲା ଆଉ ୫ ଜୀବନ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ବସ୍ ଦୁର୍ଘଟଣାରେ ଜଣେ ମୃତ ୨୫ ଆହତ, ଜନ୍ମାଷ୍ଟମୀ ପାଳନ ଓ ଅନ୍ୟ ଖବର

    Top 10 News: ବସ୍ ଦୁର୍ଘଟଣାରେ ଜଣେ ମୃତ ୨୫ ଆହତ, ଜନ୍ମାଷ୍ଟମୀ ପାଳନ ଓ ଅନ୍ୟ ଖବର

    2

    ଫୁକେତ-ଦିଲ୍ଲୀ ବିମାନ ମାମଲାରେ ପାଇଲଟଙ୍କୁ ବହିଷ୍କାର

    3

    ୩୩୬ ନବନିଯୁକ୍ତ SIଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

    4

    ପୁରୀ ପୋଲିସକୁ ବଡ ସଫଳତା, ୧ କ୍ଵିଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ

    5

    ବଡଗାମରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଜଣେ ଆତଙ୍କବାଦୀ ନିହତ

    ଭୁବନେଶ୍ୱର: ପୁଣି ରାଜ୍ୟରେ ୫ ମୁଣ୍ଡ ନେଇଛି କୋରୋନା। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଛି। ତେବେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଜୀବନ ନେଲାଣି କୋରୋନା। କୋରୋନା ଆଜି ଗଞ୍ଜାମରେ ଆଉ ଏକ ଜୀବନ ନେଇଛି। 

    ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା  ସୂଚନା ମୁତାବକ ଆଜି ରାଜ୍ୟରେ ବାଲେଶ୍ୱର, ପୁରୀ, ଗଞ୍ଜାମ, ଫୁଲବାଣୀ, ମାଲକାନଗିରିରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଥିବା ବେଳେ ୨ ଜଣପୁରୁଷ ରହିଛନ୍ତି। ଆଜି ବାଲେଶ୍ୱରରେ ୪୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୫୫ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି। 

    ସେହିପରି ଗଞ୍ଜାମ ଜିଲ୍ଲାରେ ୬୦ ବର୍ଷିୟ ମହିଳାଙ୍କର ମୃତ୍ୟୁ ହୋଇଛି। ଫୁଲବାଣୀରେ ୫୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି। ସେ ପୂର୍ବରୁ ଲିଭର ରୋଗରେ ପୀଡ଼ିତ ରହିଥିଲେ। ଏହା ସହିତ ସେ ଜଣ୍ଡିସ, ହେପାଟିକ ରୋଗରେ ମଧ୍ୟ ପୀଡ଼ିତ ଥିବା ଜଣାପଡି଼ଛି। ସେହିପରି ମାଲକାନଗିରି ଜିଲ୍ଲାରେ ୬୨ ବର୍ଷୀୟ ମହିଳାଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।   

    ସେପଟେ ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ କୋରୋନା ଜନିତ ମୃତ୍ୟୁ ହୋଇଛି। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚିଛି। ଖୋର୍ଦ୍ଧାରେ ୧୯ ଜଣଙ୍କର, କଟକରେ ୧୧ଜଣଙ୍କର, ଗଜପତିରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଛି।ବାଲେଶ୍ୱର ଓ ପୁରୀରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ,  କନ୍ଧମାଳ, ମାଲକାନଗିରି  ଓ ଭଦ୍ରକରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଯାଜପୁର, ଝାରସୁଗୁଡ଼ା, ନୟାଗଡ଼, ଓ ବରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। 

    Add Zee News as a Preferred Source
    TAGS:
    Odisha
    Corona
    death
    Ganjam
    Khorda
    Balasore