ପୁଣି ରାଜ୍ୟରେ ୫ ମୁଣ୍ଡ ନେଇଛି କୋରୋନା। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଛି।
Trending Photos
ଭୁବନେଶ୍ୱର: ପୁଣି ରାଜ୍ୟରେ ୫ ମୁଣ୍ଡ ନେଇଛି କୋରୋନା। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଛି। ତେବେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଜୀବନ ନେଲାଣି କୋରୋନା। କୋରୋନା ଆଜି ଗଞ୍ଜାମରେ ଆଉ ଏକ ଜୀବନ ନେଇଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ସୂଚନା ମୁତାବକ ଆଜି ରାଜ୍ୟରେ ବାଲେଶ୍ୱର, ପୁରୀ, ଗଞ୍ଜାମ, ଫୁଲବାଣୀ, ମାଲକାନଗିରିରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଥିବା ବେଳେ ୨ ଜଣପୁରୁଷ ରହିଛନ୍ତି। ଆଜି ବାଲେଶ୍ୱରରେ ୪୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୫୫ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି।
ସେହିପରି ଗଞ୍ଜାମ ଜିଲ୍ଲାରେ ୬୦ ବର୍ଷିୟ ମହିଳାଙ୍କର ମୃତ୍ୟୁ ହୋଇଛି। ଫୁଲବାଣୀରେ ୫୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି। ସେ ପୂର୍ବରୁ ଲିଭର ରୋଗରେ ପୀଡ଼ିତ ରହିଥିଲେ। ଏହା ସହିତ ସେ ଜଣ୍ଡିସ, ହେପାଟିକ ରୋଗରେ ମଧ୍ୟ ପୀଡ଼ିତ ଥିବା ଜଣାପଡି଼ଛି। ସେହିପରି ମାଲକାନଗିରି ଜିଲ୍ଲାରେ ୬୨ ବର୍ଷୀୟ ମହିଳାଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।
ସେପଟେ ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ କୋରୋନା ଜନିତ ମୃତ୍ୟୁ ହୋଇଛି। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚିଛି। ଖୋର୍ଦ୍ଧାରେ ୧୯ ଜଣଙ୍କର, କଟକରେ ୧୧ଜଣଙ୍କର, ଗଜପତିରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଛି।ବାଲେଶ୍ୱର ଓ ପୁରୀରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, କନ୍ଧମାଳ, ମାଲକାନଗିରି ଓ ଭଦ୍ରକରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଯାଜପୁର, ଝାରସୁଗୁଡ଼ା, ନୟାଗଡ଼, ଓ ବରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।