)
ଭୁବନେଶ୍ୱର: ରାଜ୍ୟରେ ଶହେ ଛୁଇଁବ ମୃତ୍ୟୁ ସଂଖ୍ୟା। ଆଜି କୋରୋନାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ୫ ଜଣ ଗଞ୍ଜାମ ଜିଲ୍ଲାରେ ରହିଥିବା ବେଳେ ଜଣେ ଗଜପତି ଜିଲ୍ଲାର ରହିଛନ୍ତି। ଫଳରେ ରାଜ୍ୟରେ ୯୭ ଛୁଇଁଛି କୋରୋନା ମୃତ୍ୟୁ ସଂଖ୍ୟା। ସେପଟେ କୋରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ପ୍ରୟାସ କରୁଥିଲେ ମଧ୍ୟ ଏକ ପ୍ରକାର ବିଫଳ ହୋଇଛନ୍ତି।
ଆଜି କୋରୋନା ଆଉ ୬ ଜଣଙ୍କ ମୁଣ୍ଡ ନେଇଛି। ମୃତକଙ୍କ ମଧ୍ୟରୁ ୫ ଜଣ ଗଞ୍ଜାମ ଜିଲ୍ଲାର ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ବୟସ ୭୦, ୫୪,୫୨,୪୨ ଓ ୪୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ତେବେ ୭୦, ୪୨ ଓ ୫୨ ବର୍ଷ ବୟସ୍କ ବ୍ୟକ୍ତି ଡାଇବେଟିସ ରୋଗରେ ପୀଡ଼ିତ ଥିଲେ। ସେହିପରି ଗଜପତିରେ ଜଣେ ୫୫ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି ଓ ସେ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ।
ଏହା ସହିତ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୫୯ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଖୋର୍ଦ୍ଧାରେ ୧୩ ଓ କଟକରେ ୮ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି। ଗଜପତିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ପୁରୀ ଓ ଅନୁଗୋଳ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବରଗଡ଼, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବିଭାଗ ସୂଚନା ଦେଇଛି।