Advertisement
Article Detail0/zeeodisha/odisha668189
Zee OdishaOther Newsଜାପାନ-ଭାରତ ଆଲୋଚନା ଆରମ୍ଭ, ଆସିପାରନ୍ତି ଚୀନ ବିତାଡ଼ିତ

ଜାପାନ-ଭାରତ ଆଲୋଚନା ଆରମ୍ଭ, ଆସିପାରନ୍ତି ଚୀନ ବିତାଡ଼ିତ

ବର୍ତ୍ତମାନ କୋରୋନାକୁ ନେଇ ସମଗ୍ର ବିଶ୍ୱ ଉପରେ ଖପ୍ପା। ଏପରିକି ଚୀନର ଆର୍ଥିକ ବ୍ୟବସ୍ଥାକୁ ଭୁଶୁଡ଼ାଇବାକୁ ମଧ୍ୟ ପ୍ରୟାସ ଅନ୍ୟ ରାଷ୍ଟ୍ର ଗୁଡ଼ିକ କୁଟନୈତିକ ରଣନୀତି ଆରମ୍ଭ କରିସାରିଲେଣି। ନିକଟରେ ଜାପାନ, ଆମେରିକା, ଦକ୍ଷିଣ କୋରିଆ ପ୍ରମୁଖ ରାଷ୍ଟ୍ର ଗୁଡ଼ିକ ଚୀନରୁ ତାଙ୍କ ଶିଳ୍ପକୁ ହଟାଇବାକୁ ସୂଚନା ଦେଇଥିଲେ। ଏପରିକି ଜାପାନ ତାର କାର୍ଯ୍ୟ ଆରମ୍ଭ

ଜାପାନ-ଭାରତ ଆଲୋଚନା ଆରମ୍ଭ, ଆସିପାରନ୍ତି ଚୀନ ବିତାଡ଼ିତ

ନୂଆଦିଲ୍ଲୀ: ବର୍ତ୍ତମାନ କୋରୋନାକୁ ନେଇ ସମଗ୍ର ବିଶ୍ୱ ଉପରେ ଖପ୍ପା। ଏପରିକି ଚୀନର ଆର୍ଥିକ ବ୍ୟବସ୍ଥାକୁ ଭୁଶୁଡ଼ାଇବାକୁ ମଧ୍ୟ ପ୍ରୟାସ ଅନ୍ୟ ରାଷ୍ଟ୍ର ଗୁଡ଼ିକ କୁଟନୈତିକ ରଣନୀତି ଆରମ୍ଭ କରିସାରିଲେଣି। ନିକଟରେ ଜାପାନ, ଆମେରିକା, ଦକ୍ଷିଣ କୋରିଆ ପ୍ରମୁଖ ରାଷ୍ଟ୍ର ଗୁଡ଼ିକ ଚୀନରୁ ତାଙ୍କ ଶିଳ୍ପକୁ ହଟାଇବାକୁ ସୂଚନା ଦେଇଥିଲେ। ଏପରିକି ଜାପାନ ତାର କାର୍ଯ୍ୟ ଆରମ୍ଭ କରିଦେଇଥିବା ସୂଚନା ରହିଛି। ସେପଟେ ଭାରତ ମଧ୍ୟ ତାର କୂଟନୈତିକ ରଣନୀତି ଆରମ୍ଭ କରିଦେଇଛି।  

ଏହି କ୍ରମରେ ଦେଶରେ ଶିଳ୍ପର ସମୃଦ୍ଧି ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ଆଉ ଏହାର ଭରପୁର ସୁଯୋଗ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ଭାରତ। ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦୁଇ ନେତା ମଧ୍ୟ କୋରୋନା ମୁକାବିଲା ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିବା ଜଣାପଡ଼ିଛି। ଏହା ସହିତ ଚୀନ ବିପକ୍ଷରେ କିପରି ଏକ ଆର୍ଥିକ ଯୁଦ୍ଧ କରାଯିବ ସେ ନେଇ ମଧ୍ୟ ସବିଶେଷ ଆଲୋଚନା କରିଥିବା ଜଣାପଡ଼ିଛି।  

ସୂଚନା ଯୋଗ୍ୟ ଚୀନରୁ ଜାପାନ ତାର କମ୍ପାନୀକୁ ମଧ୍ୟ ହଟାଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ତେବେ ସେହି କମ୍ପାନୀ ଗୁଡ଼ିକୁ ଭାରତକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସେପଟେ ମୋଦି ଓ ଆବେଙ୍କ ମଧ୍ୟରେ ଆଲୋଚନା ବେଶ ଗୁରୁତ୍ୱ ବହନ କରେ। କାରଣ ଜାପାନ ପରେ ପଦକ୍ଷେପ ପରେ ଦୁନିଆର ଅନ୍ୟ ପ୍ରମୁଖ ରାଷ୍ଟ୍ର ଗୁଡ଼ିକ ମଧ୍ୟ ଚୀନରୁ ନିଜର ଶିଳ୍ପ ଗୁଡ଼ିକ ହଟାଇବାକୁ ଉଦ୍ୟମ କରୁଛନ୍ତି।  

Add Zee News as a Preferred Source
About the Author