ଲକଡାଉନ୍ 3.O: ନିଦରୁ ଉଢ଼ିଲା ଭାରତ
Advertisement
Article Detail0/zeeodisha/odisha676296

ଲକଡାଉନ୍ 3.O: ନିଦରୁ ଉଢ଼ିଲା ଭାରତ

ସମସ୍ତ ଜୋନରେ ଆରମ୍ଭ ହୋଇଯାଇଛି ଅଟୋ, ଟ୍ୟାକ୍ସି, ଚାରିଚକିଆ ଯାନ ଓ ମୋଟରସାଇକେଲ ଚଳାଚଳ । ବିଭିନ୍ନ ସ୍ଥାନରେ କନଷ୍ଟ୍ରକସନ କାମ ମଧ୍ୟ ଆରମ୍ଭ ହୋଇଛି । 

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ଜିନୁ ଜେନା, ନୂଆଦିଲ୍ଲୀ: ଆଜିଠୁ ଲାଗୁ ହୋଇଛି ଲକଡାଉନ 3.0 । ରାସ୍ତାଘାଟରେ ଦେଖିବାକୁ ମିଳିଛି ଭିନ୍ନଦୃଶ୍ୟ । ଲକଡାଉନରେ ଶୋଇପଡ଼ିଥିବା ଦୁନିଆ ସତେଯେମିତି ନିଦରୁ ଉଠି ଦୌଡ଼ିବା ଆରମ୍ଭ କରି ଦେଇଛି । ଗାଡ଼ିମଟର ଯାଆସ ସହ ରାସ୍ତାଘାଟ ଚଳଚଞ୍ଚଳ ହୋଇଉଠିଛି । ସମସ୍ତ ଜୋନରେ ଆରମ୍ଭ ହୋଇଯାଇଛି ଅଟୋ, ଟ୍ୟାକ୍ସି, ଚାରିଚକିଆ ଯାନ ଓ ମୋଟରସାଇକେଲ ଚଳାଚଳ । ବିଭିନ୍ନ ସ୍ଥାନରେ କନଷ୍ଟ୍ରକସନ କାମ ମଧ୍ୟ ଆରମ୍ଭ ହୋଇଛି । 

ତେବେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ କିମ୍ବା ରାଜ୍ୟ ବାହାରକୁ ଯିବା ପାଇଁ ରହିଛି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ । ଯଦି କେହି ବ୍ୟକ୍ତି ଓଡ଼ିଶା ବାହାରକୁ ଯିବାକୁ ଚାହାଁନ୍ତି, ତାହେଲେ ତାଙ୍କୁ ଉପଜିଲ୍ଲାପାଳ, ତହସିଲଦାର, ଡିସିପି କିମ୍ବା ପୋଲିସ କମିଶନରଙ୍କ ଠାରୁ ଅନୁମତି ପତ୍ର ସଂଗ୍ରହ କରିବାକୁ ହେବ। ଏହି ଅନୁମତି ପତ୍ର କେବଳ ମେଡିକାଲ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟ ପାଇଁ ହିଁ ମିଳିପାରିବ । ଆବେଦନ କରିଥିବା ବ୍ୟକ୍ତିଙ୍କ ନାଁରେ ଜାରି ଆନ୍ତଃଜିଲ୍ଲା ପାସ୍ ସମେତ ଭେହିକିଲ ପାସ୍ ଗନ୍ତବ୍ୟ ସ୍ଥଳର ଜିଲ୍ଲାପାଳଙ୍କୁ ଇମେଲ ଜରିଆରେ ପଠାଇବେ ଅଧିକାରୀ । 

ଅନ୍ୟପକ୍ଷରେ ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଯଦି ନିଜ ରାଜ୍ୟକୁ ଫେରିବା ପାଇଁ ଚାହାନ୍ତି ତାହେଲେ ସେମାନଙ୍କୁ ଓଡ଼ିଶା ସରକାରୀ ପୋର୍ଟାଲ ଯଥା www.covid19.odisha.gov.in ରେ ଆବେଦନ କରିବାକୁ ପଡ଼ିବ । ଜିଲ୍ଲାପାଳ, ପୋଲିସ ଅଧିକାରୀ କିମ୍ବା ଜିଲ୍ଲାର ଅଧିକୃତ ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ ହେବ । ରାଜ୍ୟରେ ପ୍ରବେଶ ପୂର୍ବରୁ ସେହି ବ୍ୟକ୍ତିଙ୍କ ପଞ୍ଜୀକୃତ ନମ୍ବର ବର୍ଡର ଚେକିଂ ପଏଣ୍ଟ (BCP)ରେ ଚେକ୍ କରାଯିବ । ଖାଲି ସେତିକି ନୁହେଁ, ଘରେ ପହଞ୍ଚିବା ପରେ ସମ୍ପୃକ୍ତ ବ୍ୟକ୍ତି ୧୪ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ ଅଟନ୍ତି । ଏଥିସହ ଯାତ୍ରା ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବେ । ରାଜ୍ୟ ସରକାର ଏଥିପାଇଁ ଏକ ଫର୍ମାଟ ମଧ୍ୟ ଜାରି କରିଛନ୍ତି, ଯାହା ଜରିଆରେ ରାଜ୍ୟକୁ ଫେରିବାକୁ ଏବଂ ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିବା ବ୍ୟକ୍ତି ଆବେଦନ କରିପାରିବେ ।    

;