• ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ଦେଶ ପାଳୁଛି ପରାକ୍ରମ ଦିବସ
  • ପରାକ୍ରମ ଦିବସ ଅବସରରେ କୋଲକାତାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
  • ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା: ପ୍ରଧାନମନ୍ତ୍ରୀ
  • ଭିକ୍ଟୋରିଆ ମେମୋରିଆଲ ଉତ୍ସବରେ ଭାଷଣ ଦେଲେ ନାହିଁ ପଶ୍ଚିମବଙ୍ଗ CM ମମତା ବାନାର୍ଜୀ
  • କୋଏମ୍ୱାଟୁରରେ ରାହୁଲ ଗାନ୍ଧି ରୋଡ ଶୋ
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • କୃଷୀ ଆଇନ, ଚାଷୀ ଆନ୍ଦୋଳନକୁ ନେଇ ବିଜେପି ଡ୍ରାମା କରୁଛି: କଂଗ୍ରେସ
  • ଟିକାକରଣ ଅଭିଯାନ: ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ
  • ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ
  • କଟକ ଖାନନଗରରେ ୧୨ ଏକର ଜାଗାରେ ୬୫ କୋଟି ଟଙ୍କା ବ୍ୟୟରେ ହେବ ବସ୍ ଟର୍ମିନାଲ

ମୋଦିଙ୍କ ଫଟୋ ଭାଇରାଲ ପରେ ପ୍ରତିବନ୍ଧକ

ମହଙ୍ଗା ପଡିଛି ମୋଦିଙ୍କ ବିକୃତ ଫଟୋ ଭାଇରାଲ କରିବା । ଜାମିନ ମିଳିଛି ସତ, ହେଲେ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ହାଇକୋର୍ଟ । ବର୍ଷେ ପର୍ଯ୍ୟନ୍ତ ସୋସିଆଲ ମିଡିଆଠୁ ଦୂରେଇ ରହିବା ସର୍ତ୍ତରେ କୋର୍ଟ ଏହି ଜାମିନ ଦେଇଛନ୍ତି । ଆମେ କହୁଛୁ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକୃତ ଫଟୋକୁ ଭାଇରାଲ କରି ବିବାଦରେ ଛନ୍ଦି ହୋଇଥିବା ଜବିନ ଚାର୍ଲସଙ୍କ କଥା । 

ମୋଦିଙ୍କ ଫଟୋ ଭାଇରାଲ ପରେ ପ୍ରତିବନ୍ଧକ
ଫାଇଲ ଫଟୋ

ନୂଆଦିଲ୍ଲୀ: ମହଙ୍ଗା ପଡିଛି ମୋଦିଙ୍କ ବିକୃତ ଫଟୋ ଭାଇରାଲ କରିବା । ଜାମିନ ମିଳିଛି ସତ, ହେଲେ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ହାଇକୋର୍ଟ । ବର୍ଷେ ପର୍ଯ୍ୟନ୍ତ ସୋସିଆଲ ମିଡିଆଠୁ ଦୂରେଇ ରହିବା ସର୍ତ୍ତରେ କୋର୍ଟ ଏହି ଜାମିନ ଦେଇଛନ୍ତି । ଆମେ କହୁଛୁ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକୃତ ଫଟୋକୁ ଭାଇରାଲ କରି ବିବାଦରେ ଛନ୍ଦି ହୋଇଥିବା ଜବିନ ଚାର୍ଲସଙ୍କ କଥା । 

ତାମିଲନାଡୁ କନ୍ୟାକୁମାରୀ ଜିଲ୍ଲାର ଜବିନ ଚାର୍ଲସ । କିଛି ଦିନ ପୂର୍ବରୁ ମୋଦିଙ୍କ ଏକ ବିକୃତ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯଦିଓ ବିବାଦ ପରେ ତୁରନ୍ତ ସେ ନିଜ ପୋଷ୍ଟଟିକୁ ହଟାଇ ଦେଇଥିଲେ, କିନ୍ତୁ ବିବାଦ ତାଙ୍କ ପିଛା ଛାଡିନଥିଲା । ବିଜେପି ନେତା ନନଜିଲ ରାଜା ତାଙ୍କ ବିରୋଧରେ ଏତଲା ଦେଇଥିଲେ । ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଜବିନ । 

ପ୍ରଧାନମନ୍ତ୍ରୀଙ୍କ ବିକୃତ ଫଟୋ କରିବା ଠିକ୍ ନୁହେଁ ବୋଲି ସ୍ୱୀକାର କରିଥିଲେ ଜବିନ । ଆଉ ଏଥିପାଇଁ କୋର୍ଟଙ୍କ ଆଗରେ କ୍ଷମା ପ୍ରାର୍ଥନା କରିଥିଲେ । ଏକ ଆଞ୍ଚଳିକ ଗଣମାଧ୍ୟମ ଆଗରେ ମଧ୍ୟ ସେ କ୍ଷମା ପ୍ରାର୍ଥନା କରିବେ ବୋଲି କହିଛନ୍ତି ।