ମା'ଝିଅ ଜୀବନ୍ତ ଦଗ୍ଧ

ଘରେ ଅଗ୍ନିକାଣ୍ଡ ଘଟି  ମା ଓ ଝିଅ ଜୀବନ୍ତ ଦଗ୍ଧ ହୋଇଛନ୍ତି 

 ମା'ଝିଅ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା, ଭସମା ଥାନା ଅନ୍ତର୍ଗତ ଭସମା ଗ୍ରାମର ମେହେର ପଡ଼ା ରେ ରବିବାର ଦିନ ଘଟିଛି ଅଭାବନୀୟ ଘଟଣା । ଏକ ଘରେ ଅଗ୍ନିକାଣ୍ଡ ଘଟି  ମା ଓ ଝିଅ ଜୀବନ୍ତ ଦଗ୍ଧ ହୋଇଛନ୍ତି । 
ସୂଚନା ମୁତାବକ ସେମାନେ କିରାସିନି ବିକ୍ରି କରୁଥିଲେ ହେଲେ ରବିବାର ସନ୍ଧ୍ୟାରେ ତାଙ୍କ ଘରୁ ଧୁଆ ଉଠୁଥିବା ଦେଖି ପାଖ ପଡୋଶୀ ଦୌଡ଼ି ଘରକୁ ଯାଇଥିଲେ ହେଲେ ବାରିପଟ କବାଟ ଖୋଲା ଥିଲା । ମା ଗୁଲାପୀ ମେହେର ଏବଂ ଝିଅ ଲକ୍ଷ୍ମୀ  ମେହେର ଦଗ୍ଧ ହୋଇ ଘରେ ପଡିରହିଥିଲେ । ସାଙ୍ଗେ ସାଙ୍ଗେ ଗ୍ରାମବାସୀ ପୋଲିସ ଏବଂ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବା ବେଳେ ମା ଝିଅଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଘଟଣାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।