ପୁଣି ତିନି ମାସ ଯାଏ କୋହଳ ହେଲା ଟ୍ରାଫିକ ନିୟମ

ପୁଣି ତିନି ମାସ ଯାଏ କୋହଳ ହେଲା ଟ୍ରାଫିକ ନିୟମ, ସୂଚନା ଦେଲେ ପଦ୍ନନାଭ ବେହେରା

ପୁଣି ତିନି ମାସ ଯାଏ କୋହଳ ହେଲା ଟ୍ରାଫିକ ନିୟମ
ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଆଉ ତିନି ମାସ କୋହଳ ହେଲା ଆରଟିଓ ଯାଞ୍ଚ । ଡିସେମ୍ୱର ୧ ତାରିଖରୁ ପୁଣି ଯାଞ୍ଚ ଲାଗୁ ହେବାକୁ ଥିବା ମୋଟର ଭେଇକେଲ ଆକ୍ଟକୁ ଆଉ ତିନି ମାସ ପର୍ଯ୍ୟନ୍ତ କୋହଳ କରି ଦିଆଯାଇଛି । ଡିଏଲ ଓ କାଗଜପତ୍ର ଠିକ୍ କରିବା ପାଇଁ ଆରଟିଓ ଅଫିସରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଉଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । 

ଏହି ପ୍ରସଙ୍ଗକୁ ଗୃହରେ ଶୂନ୍ୟକାଳରେ  ଉଠାଇଥିଲେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର । ଡିସେମ୍ବର ପହିଲାରୁ ଏହାକୁ କଡାକଡି କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା ହେଲେ ଏବେ ବି ଲୋକମାନେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି । ସନ୍ଧ୍ୟା ହେଲା ମାତ୍ରେ ଅଫିସ ବନ୍ଦ ହୋଇ ଯାଉଛି ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସଙ୍ଗ ଉଠାଇ କୋରାପୁଟରେ ମାତ୍ର ୪ ଜଣ କର୍ମଚାରୀ ରହିଛନ୍ତି ବୋଲି କହିଛନ୍ତି । ଯଦି ତନାଘନା କରାଯାଏ ତେବେ ଲୋକଙ୍କ ସମସ୍ୟା ବଢ଼ିବ । ସବୁ ଆରଟିଓ ଅଫିସରେ ଦୁର୍ନୀତି ବଢିଛି । ତେଣୁ ସମୟ ସୀମା ବଢ଼ିବା ଦରକାର ବୋଲି ଯୁକ୍ତି ବାଢିଥିଲେ । ଏନେଇ ରୁଲିଂ ଦେବାକୁ କହିଥିଲେ ଉଭୟ ଶାସକ ଓ ବିରୋଧୀ ସଭ୍ୟ । ତେବେ ଏଥିରେ ବାଚସ୍ପତି ହସ୍ତକ୍ଷେପ କରିଥିଲେ । 

ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହା ଉପରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଲୋକଙ୍କ ଅସୁବିଧା ବାବଦରେ ବିଭାଗ ଅବଗତ ଅଛି । ୧ ତାରିଖରୁ ନୂଆ ଆଇନ ଲାଗୁ ହେବ କି ନାହିଁ, ସେ ନେଇ ବିଚାର ବିମର୍ଷ ଚାଲିଛି ଓ ନିଷ୍ପତି ଖୁବ ଶୀଘ୍ର ନିଆଯିବ ବୋଲି ମନ୍ତ୍ରୀ କହିଥିଲେ । ଆଉ ଏବେ ଡିସେମ୍ୱର ୧ରୁ ପୁଣି ୩ମାସ ଯାଏ ଅର୍ଥାତ ମାର୍ଚ୍ଚ ୧ ତାରିଖ ଯାଏ କୋହଳ କରି ଦିଆଯାଇଛି ।