କୋରୋନା ମୁକାବିଲା ପାଇଁ ଫୁଲ ଦମରେ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର ।
Trending Photos
)
ଫୁଲବାଣୀ: କୋରୋନା ମୁକାବିଲା ପାଇଁ ଫୁଲ ଦମରେ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ପ୍ରସ୍ତୁତି ବି ଜୋରସୋରରେ ହେଉଛି । ଆଗକୁ ସମଗ୍ର ଦେଶ ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଥିବାବେଳେ ଓଡ଼ିଶା ମଧ୍ୟ ପ୍ରସ୍ତୁତିରେ ଲାଗିପଡିଛି । ଏହି କ୍ରମରେ ଦକ୍ଷିଣ ଓଡ଼ିଶାର କନ୍ଧମାଳରେ ଏକ କୋଭିଡ ହସ୍ପିଟାଲ ହେବାକୁ ଯାଉଛି ।
ଶୁକ୍ରବାର କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ କିମ୍ସରେ ଏନେଇ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । କୋଭିଡ ହସ୍ପିଟାଲ ଫୁଲବାଣୀର ଡିଏଚଏଚ୍ କ୍ୟାମ୍ପସରେ ହେବ ବୋଲି ଜଣାପଡିଛି । ତେବେ ଏହି ହସ୍ପିଟାଲରେ ୧୦ଟି ଆଇସିୟୁ ମେଡିକାଲ ମଧ୍ୟ ରହିବ । ତେବେ ଏମଓୟୁ ସ୍ୱାକ୍ଷରିତ ସମୟରେ କନ୍ଧମାଳ ସାଂସଦ ତଥା କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ଉପସ୍ଥିତ ଥିଲେ ।
# MOU Signed today between KIIMS and Kandhamal District Administration for COVID Hospital with 10 ICU beds at DHH Campus, Phulbani. pic.twitter.com/hQ56LiWQud
— Collector Kandhamal (@DMKandhamal) April 3, 2020