Advertisement
Article Detail0/zeeodisha/odisha696321

ଲଘୁଚାପ କାରଣରୁ ସପ୍ତାହେ ଧିମେଇଯିବ ମୌସୁମୀର ଅଗ୍ରଗତି: ଆଇଏମଡି

ଲଘୁଚାପ କାରଣରୁ ମୌସୁମୀର ଅଗ୍ରଗତି ସପ୍ତାହେ ଧିମେଇଯିବା ନେଇ ପୂର୍ବାନୁମାନ କରିଛି ଆଇଏମଡି |

ଲଘୁଚାପ କାରଣରୁ ସପ୍ତାହେ ଧିମେଇଯିବ ମୌସୁମୀର ଅଗ୍ରଗତି: ଆଇଏମଡି

ନୂଆଦିଲ୍ଲୀ: ପଶ୍ଚିମ-କେନ୍ଦ୍ର ଭାରତର ଏକ ବିରାଟ ଅଞ୍ଚଳକୁ ବ୍ୟାପିସାରିଛି ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ | ହେଲେ ଚଳିତ ସପ୍ତାହରେ ଏହାର ପ୍ରଗତି ଲଘୁଚାପ କାରଣରୁ ଦୁର୍ବଳ ରହିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ 'ଆଇଏମଡି' (Indian Metrological Department-IMD)|     

ଆଇଏମଡି ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଞ୍ଚଳ, ଉତ୍ତର-ପୂର୍ବ ଆରବ ସାଗରର କିଛି ଅଂଶ, ଗୁଜୁରାଟ, ଦାଦ୍ରା ଏବଂ ନାଗର ହାଭେଲି, ମହାରାଷ୍ଟ୍ରର ଅବଶିଷ୍ଟ ଭାଗ, ମୁମ୍ବାଇ, ମଧ୍ୟପ୍ରଦେଶର କେତେକ ଅଂଶ, ଛତିଶଗଡର ଅଧିକାଂଶ ଭାଗ, ଝାଡଖଣ୍ଡ ଏବଂ ବିହାରର କେତେକ ଅଂଶରେ ସକ୍ରିୟ ରହିବା ସହ ସମ୍ପୃକ୍ତ ଅଞ୍ଚଳରେ ପୂର୍ବାପେକ୍ଷା ଅଗ୍ରଗତି କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ |   

ଏହା ସହିତ ଆଇଏମଡି ପକ୍ଷରୁ ଆହୁରି କୁହାଯାଇଛି ବିଗତ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଆରବ ସାଗର, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡର ଅବଶିଷ୍ଟ ଭାଗ, ବିହାର ଏବଂ ଝାଡଖଣ୍ଡର କେତେକ ଭାଗ ଏବଂ ପୂର୍ବ ଉତ୍ତର ପ୍ରଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ପାଗ ଅନୁକୂଳ ରହିବ | ଏହାର ସପ୍ତାହେ ପରେ ଏହାର ଅଗ୍ରଗତି ଧୀମା ରହିବା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର |    

Add Zee News as a Preferred Source

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଗତ ସପ୍ତାହରେ ମୌସୁମୀର ଅଗ୍ରଗତି ଅନୁକୂଳ ଥିବା ବେଳେ, ବର୍ତ୍ତମାନ ଲଘୁଚାପ କାରଣରୁ ସପ୍ତାହେ ପାଇଁ ଏହାର ପ୍ରଗତି ଧିମା ପଡିଯିବ | ଅନ୍ୟପଟେ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ  ମୌସୁମୀର ଅଗ୍ରଗତିରେ ସହାୟକ ହେବ | ଆଗାମୀ ୪-୫ ଦିନ ମଧ୍ୟରେ ମହାରାଷ୍ଟ୍ର, ଗୁଜୁରାଟ, ପୂର୍ବ-କେନ୍ଦ୍ର ଭାରତରେ ପ୍ରବଳ ଏବଂ କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି |

ଏହା ସହିତ ଆସନ୍ତା ୨-୩ ମଧ୍ୟରେ ଦକ୍ଷିଣ ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ ଏବଂ ମରାଠାୱାଡା ଅଞ୍ଚଳରେ ଅଧିକରୁ ଅଧିକ ବୃଷ୍ଟିପାତ ଆଶଙ୍କା ରହିଛି | ଆଇଏମଡି ପକ୍ଷରୁ କୁହାଯାଇଛି, ଚଳିତ ଋତୁରେ ଏପର୍ଯ୍ୟନ୍ତ ଭାରତରେ ୩୧ ପ୍ରତିଶତ ଅଧିକ ବର୍ଷା ହୋଇଛି | ଦେଶର ୪ଟି ପାଣିପାଗ ବିଭାଗ ମଧ୍ୟରୁ ଦକ୍ଷିଣ ଭାରତୀୟ ଉପଦ୍ୱୀପରେ ୨୦ ପ୍ରତିଶତ ଅଧିକ ବର୍ଷା ହୋଇଛି | କେନ୍ଦ୍ରୀୟ ଭାରତରେ ୯୪ ପ୍ରତିଶତ ଅଧିକ ବର୍ଷା ଏବଂ ଉତ୍ତର ପଶ୍ଚିମ ଭାରତରେ ୧୯ ପ୍ରତିଶତ ଅଧିକ ବର୍ଷା ହୋଇଛି |