ବିସିସିଆଇ ଚୁକ୍ତି ତାଲିକାରୁ ଧୋନୀ ଆଉଟ

ଭାରତୀୟ କ୍ରିକେଟରେ ଶେଷ ହେବାକୁ ଯାଉଛି ଧୋନୀଙ୍କ ଯୁଗ। ଭାରତୀୟ କ୍ରିକେଟ ବୋର୍ଡ଼ ବିସିସିଆଇ ଆଜି ତାର ବାର୍ଷିକ ଚୁକ୍ତି ତାଲିକା ପ୍ରକାଶ କରିବା ପରେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। 

ବିସିସିଆଇ ଚୁକ୍ତି ତାଲିକାରୁ ଧୋନୀ ଆଉଟ
ବିସିସିଆଇ ଚୁକ୍ତି ତାଲିକାରୁ ଧୋନୀ ଆଉଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଶେଷ ହେବାକୁ ଯାଉଛି ଧୋନୀଙ୍କ ଯୁଗ। ଭାରତୀୟ କ୍ରିକେଟ ବୋର୍ଡ଼ ବିସିସିଆଇ ଆଜି ତାର ବାର୍ଷିକ ଚୁକ୍ତି ତାଲିକା ପ୍ରକାଶ କରିବା ପରେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। 

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ଚୁକ୍ତି ତାଲିକାରେ ନଥିବା ଦେଖିବାକୁ ମିଳିଛି। ଫଳରେ ଏହି ନିଷ୍ପତ୍ତି କାରଣରୁ ଧୋନୀ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବାରୁ ଭବିଷ୍ୟତରେ ଏକ ପ୍ରକାର ବାଦ ପଡ଼ିପାରନ୍ତି। 

ବୋର୍ଡ ଅକ୍ଟୋବର ୨୦୧୯ରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଚୁକ୍ତି ତାଲିକା ପ୍ରଦାନ କରିଛି। ଏହି ଚୁକ୍ତି ତାଲିକାରେ ବିରାଟ କୋହଲୀ, ରୋହିତ ଶର୍ମା, ଜସପ୍ରିତ ବୁମରା ପ୍ରମୁଖ ଗ୍ରେଡ଼ ଏରେ ସ୍ଥାନ ପାଇଛନ୍ତି। ସେହିପରି ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଚେତେଶ୍ୱର ପୁଜାରା, କେଏଲ ରାହୁଲ, ଆଜିଙ୍କ୍ୟ ରାହାଣେ, ଶିଖର ଧଓ୍ୱନ, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଏବଂ ଋଷଭ ପନ୍ତ ମଧ୍ୟ ଗ୍ରେଡ ଏରେ ସ୍ଥାନ ପାଇଛନ୍ତି। 

ସେହିପରି ଋଦ୍ଧିମାନ ଶାହା, ଉମେଶ ଯାଦବ, ୟଜୁବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ୱାଲ ଗ୍ରେଡ଼ ବିରେ ସ୍ଥାନ ପାଇଛନ୍ତି। କେଦାର ଯାଦବ, ନବଦୀପ ସୈନୀ, ଦିପକ ଚାହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଳ ଠାକୁର, ଶ୍ରେୟସ ଆୟର, ଓ୍ୱାସିଂଟନ ସୁନ୍ଦର ଗ୍ରେଡ଼ ସିରେ ସ୍ଥାନ ପାଇଛନ୍ତି। 

ଧୋନୀ ନିଜ କ୍ରିକେଟ କ୍ୟାରିୟର ମଧ୍ୟରେ ୨୦୧୧ ମସିହାରେ ଭାରତକୁ ବିଶ୍ୱକପ ବିଜେତା କରାଇସାରିଛନ୍ତି। ଏହାତାଙ୍କ କ୍ୟାରିୟର ମଧ୍ୟରେ ସେ ୯୦ଟି ଟେଷ୍ଟ ଖେଳି ସାରିଥିବା ବେଳେ ୩୫୦ଟି ଦିନିକିଆ ଏବଂ ୯୮ଟି ଟ୍ୱେଣ୍ଟି ଟ୍ୱେଣ୍ଟି ଖେଳି ସାରିଛନ୍ତି। ତେବେ ପୂର୍ବରୁ ସେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି। ଟେଷ୍ଟ କ୍ରିକେଟରେ ୪୮୭୬ ରନ ସଂଗ୍ରହ କରିଥିବା ବେଳେ ଦିନିକିଆରେ ୧୦୭୭୩ ଏବଂ ଟି-୨୦ରେ ୧୬୧୭ ରନ ସଂଗ୍ରହ କରିଛନ୍ତି।  ୨୦୦୪ ମସିହାରେ ସେ ବାଂଲାଦେଶ ବିପକ୍ଷରେ ଖେଣି ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କରିଥିଲେ। ଗତ ବିଶ୍ୱକପରେ ଭାରତୀୟ ଦଳର ପରାଜୟ ପରଠାରୁ ହିଁ କ୍ରିକେଟ ଜଗତରୁ ଏକ ପ୍ରକାର ଦୁରେଇ ରହିଥିଲା।