close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଧୋନି ନେବେ ସନ୍ନ୍ୟାସ? ଟ୍ୱିଟରରେ ଟ୍ରେଣ୍ଡ ହେଉଛି #DhoniRetires

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଗତ କିଛି ସମୟ ଧରି ତାଙ୍କ ସନ୍ନ୍ୟାସକୁ ନେଇ ବହୁ ବ୍ୟକ୍ତି ବିଭିନ୍ନ ମନ୍ତବ୍ୟ ମଧ୍ୟ ଦେଇ ଆସୁଛନ୍ତି । ଧୋନିଙ୍କ କ୍ରିକେଟରେ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଲାଗି ରହିଛି । ମଙ୍ଗଳବାର ସକାଳୁ ଟ୍ୱିଟରରେ ଧୋନିଙ୍କ ସନ୍ନ୍ୟାସକୁ ନେଇ ଟ୍ରେଣ୍ଡିଂ ଚାଲିଛି । ଯାହା ପରେ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶା ଦେଖା ଦେଇଛି, କାରଣ ଧୋନିଙ୍କ ସନ୍ନ୍ୟାସ ନେବା ବା ଭାରତୀୟ କ୍ରିକେଟରେ ତାଙ୍କର ଭବିଷ୍ୟତର ଯୋଜନା ସମ୍ପର୍କରେ କୌଣସି ଖବର ଆସୁନାହିଁ । ଏହା ସତ୍ତ୍ୱେ ଟ୍ୱିଟରରେ #DhoniRetires ଟ୍ରେଣ୍ଡ କରୁଛି । 

ଧୋନି ନେବେ ସନ୍ନ୍ୟାସ? ଟ୍ୱିଟରରେ ଟ୍ରେଣ୍ଡ ହେଉଛି #DhoniRetires
MS DHONI IN PIC

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଗତ କିଛି ସମୟ ଧରି ତାଙ୍କ ସନ୍ନ୍ୟାସକୁ ନେଇ ବହୁ ବ୍ୟକ୍ତି ବିଭିନ୍ନ ମନ୍ତବ୍ୟ ମଧ୍ୟ ଦେଇ ଆସୁଛନ୍ତି । ଧୋନିଙ୍କ କ୍ରିକେଟରେ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଲାଗି ରହିଛି । ମଙ୍ଗଳବାର ସକାଳୁ ଟ୍ୱିଟରରେ ଧୋନିଙ୍କ ସନ୍ନ୍ୟାସକୁ ନେଇ ଟ୍ରେଣ୍ଡିଂ ଚାଲିଛି । ଯାହା ପରେ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶା ଦେଖା ଦେଇଛି, କାରଣ ଧୋନିଙ୍କ ସନ୍ନ୍ୟାସ ନେବା ବା ଭାରତୀୟ କ୍ରିକେଟରେ ତାଙ୍କର ଭବିଷ୍ୟତର ଯୋଜନା ସମ୍ପର୍କରେ କୌଣସି ଖବର ଆସୁନାହିଁ । ଏହା ସତ୍ତ୍ୱେ ଟ୍ୱିଟରରେ #DhoniRetires ଟ୍ରେଣ୍ଡ କରୁଛି । 

ଧୋନିଙ୍କ ପ୍ରଶଂସକମାନେ ବ୍ୟାଟ୍ସମ୍ୟାନ ଓ ୱିକେଟକିପର ଭାବେ ତାଙ୍କ ଉପଲବ୍ଧି ଓ କୀର୍ତ୍ତିମାନ ବିଷୟରେ ଚର୍ଚ୍ଚା ଆରମ୍ଭ କରି ଦେଇଛନ୍ତି । ଅନ୍ୟପକ୍ଷେ କିଛି ପ୍ରଶଂସକ ତାଙ୍କୁ ଆଉଁ ଥରେ କ୍ରିକେଟରେ ଫେରିବା କଥା କହୁଛନ୍ତି । ସେ ଅତିଶୀଘ୍ର ନିଜ ସନ୍ନ୍ୟାସ ଘୋଷଣା କରି ପାରନ୍ତି ବୋଲି ଫ୍ୟାନ୍ସ ଚନ୍ତିତ ଅଛନ୍ତି । ସେଥିପାଇଁ ଫ୍ୟାନ୍ସମାନେ #NeverRetireDhoni ଓ #ThankYouDhoni ଟ୍ୱିଟ କରୁଛନ୍ତି ।

ବିଶ୍ୱକପ ୨୦୧୯ରୁ ଭାରତୀୟ ଟିମ ବାଦ ପଡିବା ପରେ ୩୮ ବର୍ଷୀୟ ଧୋନି କ୍ରିକେଟରୁ ବ୍ରେକ୍ ନେଇଥିଲେ  । ନ୍ୟୁଜିଲାଣ୍ଡ ବିରୋଧରେ ସେମିଫାଇନାଲ ହାରିବା ପରେ ଟିମ ଇଣ୍ଡିଆ ବିଶ୍ୱକପରୁ ବାଦ୍ ପଡିଥିଲା । ଏହି ମ୍ୟାଚରେ ଧୋନି ଶେଷଥର ପାଇଁ ଖେଳିଥିଲେ । ସେ ନିକଟ ଅତୀତରେ ରାଞ୍ଚି ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ବିଜୟ ପରେ ବିରାଟ ବାହିନୀଙ୍କ ସହ ସାକ୍ଷାତ କରିବାକୁ ପହଞ୍ଚିଥିଲେ । ଚେନ୍ନାଇ ସୁପର କିଙ୍ଗ ରବିବାର ଧୋନିଙ୍କ ଏକ ଭିଡିଓ ସେୟାର କରିଥିଲା, ଯେଉଁଥିରେ ସେ ଟେନିସ ଖେଳୁଥିବାର ନଜରକୁ ଆସିଛି ।