Advertisement
Article Detail0/zeeodisha/odisha679389
Zee OdishaOther Newsମୁଲାୟମ ସିଂହ ଯାଦବ ପୁଣି ଥରେ ଅସୁସ୍ଥ, ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି

ମୁଲାୟମ ସିଂହ ଯାଦବ ପୁଣି ଥରେ ଅସୁସ୍ଥ, ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି

ଏହା ପୂର୍ବରୁ ଗତ ବୁଧବାର ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ସେହି ପେଟରେ ଯନ୍ତ୍ରଣା କରାଣରୁ ହିଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । 

ଫାଇଲ ଫଟୋ
ଫାଇଲ ଫଟୋ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି । ରବିବାର ରାତିରେ ପେଟରେ ଯନ୍ତ୍ରଣା କାରଣରୁ ତାଙ୍କୁ ଲକ୍ଷ୍ନୌର ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଗତ ବୁଧବାର ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ସେହି ପେଟରେ ଯନ୍ତ୍ରଣା କରାଣରୁ ହିଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । 

ଏହି ସମୟରେ ମୁଲାୟମ ସିଂହ ଯାଦବଙ୍କୁ ଦେଖା କରିବା ପାଇଁ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରମୁଖ ମେଡିକାଲ ଆସିଥିଲେ । ମେଡିକାଲ ଆସି ପିତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଅଖିଳେଶ । ଶିବପାଳ ଯାଦବ ମଧ୍ୟ ଏହି ସମୟରେ ମେଡିକାଲ ଆସିଥିଲେ । ତେବେ ଦୁଇ ଦିନ ତଳେ ମୁଲାୟମ ସିଂହ ଯାଦବଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । 

ଏହା ପୂର୍ବରୁ ଗତ ଡିସେମ୍ବର ୨୦୧୯ରେ ମଧ୍ୟ ସମାନ ପେଟ ଯନ୍ତ୍ରଣା ଯୋଗୁ ମୁଲାୟମଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତା ପୂର୍ବରୁ ସେହି ବର୍ଷ ନଭେମ୍ବର ଏବଂ ଜୁନରେ ମଧ୍ୟ ପେଟ ଯନ୍ତ୍ରଣା କାରଣରୁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ ।  

Add Zee News as a Preferred Source
About the Author