ଏହା ପୂର୍ବରୁ ଗତ ବୁଧବାର ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ସେହି ପେଟରେ ଯନ୍ତ୍ରଣା କରାଣରୁ ହିଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
Trending Photos
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି । ରବିବାର ରାତିରେ ପେଟରେ ଯନ୍ତ୍ରଣା କାରଣରୁ ତାଙ୍କୁ ଲକ୍ଷ୍ନୌର ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଗତ ବୁଧବାର ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ସେହି ପେଟରେ ଯନ୍ତ୍ରଣା କରାଣରୁ ହିଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଏହି ସମୟରେ ମୁଲାୟମ ସିଂହ ଯାଦବଙ୍କୁ ଦେଖା କରିବା ପାଇଁ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରମୁଖ ମେଡିକାଲ ଆସିଥିଲେ । ମେଡିକାଲ ଆସି ପିତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଅଖିଳେଶ । ଶିବପାଳ ଯାଦବ ମଧ୍ୟ ଏହି ସମୟରେ ମେଡିକାଲ ଆସିଥିଲେ । ତେବେ ଦୁଇ ଦିନ ତଳେ ମୁଲାୟମ ସିଂହ ଯାଦବଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।
ଏହା ପୂର୍ବରୁ ଗତ ଡିସେମ୍ବର ୨୦୧୯ରେ ମଧ୍ୟ ସମାନ ପେଟ ଯନ୍ତ୍ରଣା ଯୋଗୁ ମୁଲାୟମଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତା ପୂର୍ବରୁ ସେହି ବର୍ଷ ନଭେମ୍ବର ଏବଂ ଜୁନରେ ମଧ୍ୟ ପେଟ ଯନ୍ତ୍ରଣା କାରଣରୁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ ।