ମୁମ୍ବାଇ ଲୋକାଲ ଟ୍ରେନ ପୁନର୍ବାର ଟ୍ରାକରେ ଦୌଡିବା ନେଇ ଆଜି ଆସିପାରେ ନିଷ୍ପତ୍ତି |
Trending Photos
)
ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଜୀବନରେଖା ଲୋକାଲ ଟ୍ରେନ ସେବାକୁ ପୁନର୍ବାର ଚାଲୁ କରିବା ନେଇ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି | ଲୋକାଲ ଟ୍ରେନ ପୁନର୍ବାର ଟ୍ରାକରେ ଦୌଡିବାକୁ ନେଇ ଜୁନ ୧୪ ତାରିଖ ରବିବାର ଏ ସମ୍ପର୍କରେ ହୋଇପାରେ ଘୋଷଣା | ଅତ୍ୟାବଶ୍ୟକ ସେବା ସହ ଜଡିତ ଲୋକଙ୍କୁ ଦୃଷ୍ଟିରେ ରଖି ଲୋକାଲ ଟ୍ରେନ ଚଳାଇବାକୁ ନେଇ ଯୋଜନା ଚାଲିଛି |
ଗତ ୧୧ ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଲୋକାଲ ଟ୍ରେନ ସେବା ଚାଲୁ କରିବାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ | ଏପରିକି ଏ ବାବଦରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇଥିଲେ | କାରଣ ଅତ୍ୟାବଶ୍ୟକ ସେବା ସହ ଜଡିତ ଲୋକେ ଅନେକ ପରିମାଣରେ ମୁମ୍ବାଇର ଜୀବନରେଖା ଲୋକାଲ ଟ୍ରେନ ଉପରେ ନିର୍ଭରଶୀଳ |
ଏନେଇ ଗତ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନଫରନ୍ସିଂ ମାଧ୍ୟମରେ ହୋଇଥିବା କଥାବାର୍ତ୍ତା ବେଳେ ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ କୋରୋନା ବିରୋଧି ଲଢେଇରେ ସାମିଲ ଅଛନ୍ତି ମହାନଗର ନିଗମ କର୍ମଚାରୀ, ପୋଲିସ, ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟ ଲୋକେ | ସେମାନଙ୍କ ସୁବିଧା ପାଇଁ ଲୋକାଲ ଟ୍ରେନ ସେବାକୁ ପୁନର୍ବାର ଚାଲୁ କରାଯିବାର ଆବଶ୍ୟକତା ରହିଛି |
ମୁମ୍ବାଇର ଜୀବନରେଖା ଭାବେ ପରିଚିତ ଲୋକାଲ ଟ୍ରେନ | ଦୈନିକ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଯାତ୍ରୀ ଏହା ଉପରେ ନିର୍ଭରଶୀଳ | ଦେଶର ଆର୍ଥିକ ରାଜଧାନୀରେ ଲୋକାଲ ଟ୍ରେନ ସେବା ତିନୋଟି ଲାଇନରେ ବିଭକ୍ତ | ୱେଷ୍ଟର୍ଣ୍ଣ ଲାଇନ ଚର୍ଚ୍ଚଗେଟରୁ ବିରାର ମଧ୍ୟରେ ଯୋଗାଯୋଗ କରୁଥିବା ବେଳେ, ସେଣ୍ଟ୍ରାଲ ଲାଇନ ଛତ୍ରପତି ଶିବାଜୀ ଟର୍ମିନାସରୁ କଲ୍ୟାଣକୁ ଯୋଡିଥାଏ | ତୃତୀୟ ଲାଇନ ହାର୍ବର ଲାଇନକୁ ଯୋଡିଥାଏ |