୫୫ ବର୍ଷରୁ ଅଧିକ ବୟସର ପୋଲିସ କର୍ମଚାରୀଙ୍କୁ ମିଳିଲା ଛୁଟି
Advertisement
Article Detail0/zeeodisha/odisha673622

୫୫ ବର୍ଷରୁ ଅଧିକ ବୟସର ପୋଲିସ କର୍ମଚାରୀଙ୍କୁ ମିଳିଲା ଛୁଟି

ବୟସ୍କ ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଛୁଟି ମିଳିଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ମୁମ୍ବାଇ: ମୁମ୍ବାଇ ପୋଲିସର ବଡ଼ ନିଷ୍ପତ୍ତି । କୋରୋନା ସଂକ୍ରମଣରେ ୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ଆଗକୁ ଏଭଳି ଘଟଣା ରୋକିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଆଉ ଏନେଇ  ସତର୍କତାମୂଳକ ପଦକ୍ଷେପ ନେଇଛି ମୁମ୍ବାଇ ପୋଲିସ । ବୟସ୍କ ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଛୁଟି ମିଳିଛି । ଅର୍ଥାତ ଏବେ କିଛି ଦିନ ପାଇଁ ୫୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ପୋଲିସ କର୍ମଚାରୀ ଘରେ ବିଶ୍ରାମ ନେବେ । ତାଙ୍କୁ କୌଣସି ପ୍ରକାର ଡ୍ୟୁଟି ଦିଆଯିବନାହିଁ । 

ଆପଣଙ୍କୁ କହିରଖୁଛୁ, ବିଗତ ଦିନରେ ୩ ଜଣ ପୋଲିସ କର୍ମଚାରୀ କୋରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ସେହିପରି ଗତ ଶନିବାର ପର୍ଯ୍ୟନ୍ତ ୯୬ ପୋଲିସ କର୍ମଚାରୀ କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲେ । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୧୫ ଜଣ ଅଧିକାରୀ ମଧ୍ୟ ରହିଛନ୍ତି । ତେଣୁ ବୟସ୍କ ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ମୁମ୍ବାଇ ପୋଲିସ ଏପରି ନିଷ୍ପତ୍ତି ନେଇଛି । ଏବେ ଏହି ବୟସ୍କ ପୋଲିସ କର୍ମଚାରୀମାନେ ଘରେ ରହି କୋରୋନା ଯୁଦ୍ଧ ଲଢ଼ିବେ । ଏମାନଙ୍କୁ କୌଣସି ପ୍ରକାର ଡ୍ୟୁଟି ଦିଆଯିବନାହିଁ । 

କହିରଖୁଛୁ, ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କେବଳ ୫୨୨ ନୂଆ ମାମଲା ଆସିଥିବା ଜଣପଡ଼ିଛି । ଏହି ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯୦ ଛୁଇଁଲାଣି । ସେହିପରି ମୃତ୍ୟୁ ସଂଖ୍ୟା ୩୬୯ରେ ପହଞ୍ଚିଛି । ତେବେ ମହାରାଷ୍ଟ୍ର ପାଇଁ ଆଶ୍ୱସ୍ତିକର ଖବର ଏହା ଯେ, ଏପର୍ଯ୍ୟନ୍ତ ୧୨୮୨ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି । ତେବେ ମୁମ୍ବାଇରେ କୋରୋନା ସ୍ଥିତି ଗମ୍ଭୀର ରହିଛି । 

 

;