ଗୁଣିଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଲା ମୁଣ୍ଡ
Advertisement

ଗୁଣିଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଲା ମୁଣ୍ଡ

 ଗୁଣିଗାରେଡ଼ି ସନ୍ଦେହରେ ବାପାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯାଇଥିବା ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି । ଗତ କିଛି ବର୍ଷ ହେବ ଦସୁ ମଳିକ ଚେରମୁଳିକା ବୈଦ୍ୟ ବୃତ୍ତି କରୁଥିବା ବେଳେ ବେଣିପଦର ଗ୍ରାମର କିଛି ଯୁବକ ଗୁଣିକରିଥିବା ସନ୍ଦେହରେ  ତାଙ୍କୁ ଜୀବନରୁ  ମାରିଦେବାକୁ ଧମକ ଦେଇଥିଲେ ।  

ଗୁଣିଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଲା ମୁଣ୍ଡ

ପ୍ରେମାନନ୍ଦ ପୁଜାରୀ, ମୋହନା: ଗୁଣିଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଲା ମୁଣ୍ଡ । ଗଜପତି ଜିଲ୍ଲା ମୋହନା ଥାନା ମେରାମଲ୍ଲି ପଞ୍ଚାୟତର ଭାଲିଆସାହି ଗାଁରେ  ଅତି ନିର୍ମମ ଭାବେ ଜଣେ ବୃଦ୍ଧଙ୍କ ମୁଣ୍ଡକୁ ଅଲଗା କରି ଦିଆଯାଇଛି । ମୃତକ ହେଲେ ଭାଲିଆସାହି ଗାଁର ଦସୁ ମଳିକ (୭୫) । ଗୁଣିଗାରେଡ଼ି ସନ୍ଦେହରେ ବାପାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯାଇଥିବା ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି । 

ସୂଚନା ଅନୁସାରେ, ଗତକାଲି ଦସୁ ଜଙ୍ଗଲକୁ ଗାଇ ଚରାଇବାକୁ ଯାଇଥିବା ବେଳେ ପାଖ ଗାଁର କିଛି ଲୋକ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ କଟୁରି ସାହାଯ୍ୟରେ ସେମାନେ ଦସୁଙ୍କ ମୁଣ୍ଡକୁ ଅଲଗା କରି ଦେଇଥିବା ତାଙ୍କ ପୁଅ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପରିବାର ଲୋକେ ସନ୍ଧ୍ୟାରେ ଖୋଜାଖୋଜି କରି ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର କରିଥିଲେ । 

ଗତ କିଛି ବର୍ଷ ହେବ ଦସୁ ମଳିକ ଚେରମୁଳିକା ବୈଦ୍ୟ ବୃତ୍ତି କରୁଥିବା ବେଳେ ବେଣିପଦର ଗ୍ରାମର କିଛି ଯୁବକ ଗୁଣିକରିଥିବା ସନ୍ଦେହରେ  ତାଙ୍କୁ ଜୀବନରୁ  ମାରିଦେବାକୁ ଧମକ ଦେଇଥିଲେ । ଏହାକୁ ନେଇ ଦସୁ  ଗତ ବର୍ଷ ମୋହନା ଥାନା ରେ  ଲିଖିତ ଅଭିଯୋଗ କରିଥିଲେ । ମାତ୍ର  ଥାନା ବାବୁ ଉଭୟ ପକ୍ଷକୁ ଡାକି ରାଜିନାମା କରି ଛାଡିଦେଇଥିଲେ । ପରବର୍ତ୍ତୀ  ସମୟରେ ପ୍ରତିହିଂସା ପରାୟଣ ହୋଇ ରହିଥିବା ବେଣିପଦର ଗ୍ରାମର ସାନୂଜ ମଳିକ ଓ ସୁରଜ ମଳିକ ଅତି ନିର୍ମମ ଭାବେ ହତ୍ୟାକାଣ୍ଡ କରିଥିବା ଦୁଇ ପୁଅ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।