ଗଞ୍ଜାମ ଜିଲ୍ଲାରେ ହତ୍ୟାକାଣ୍ଡ, ଘରେ କେହି ନ ଥିବାବେଳେ ମହିଳାଙ୍କ ତଣ୍ଟି କାଟି ହତ୍ୟା
Advertisement

ଗଞ୍ଜାମ ଜିଲ୍ଲାରେ ହତ୍ୟାକାଣ୍ଡ, ଘରେ କେହି ନ ଥିବାବେଳେ ମହିଳାଙ୍କ ତଣ୍ଟି କାଟି ହତ୍ୟା

ଗଞ୍ଜାମ ଜିଲ୍ଲାରେ ହତ୍ୟାକାଣ୍ଡ, ଘରେ କେହି ନ ଥିବାବେଳେ ମହିଳାଙ୍କ ତଣ୍ଟି କାଟି ହତ୍ୟା

ସୌଜନ୍ୟ: ସୋସିଆଲ ମିଡିଆ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ତଥା ଶେରଗଡ ବ୍ଳକର ବାରସିଙ୍ଗି ଗାଁରେ ହତ୍ୟାକାଣ୍ଡ ଘଟିଛି । ଏହି ହତ୍ୟାକାଣ୍ଡରେ କବିତା ସେଠି ନାମକ ଜଣେ ବିଭାହିତ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ମହିଳା ଜଣଙ୍କୁ କେହି ଜଣେ କୌଣସି ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡର ଅସଲ କାରଣ ଏବେ ବି ଅସ୍ପଷ୍ଟ ରହିଛି ।  ବଡଗଡ଼ ଓ ଶେରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘରେ କେହି ନ ଥିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

ମହିଳା ଜଣଙ୍କ ମୃତଦେହ ପୋଲିସ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହି ଘଟଣା ଘଟିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।