ବାଲି ଚୋରୀକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ

ବାଲି ଚୋରୀକୁ କେନ୍ଦ୍ରକରି ପୁରୀରେ ହତ୍ୟାକାଣ୍ଡ

ବାଲି ଚୋରୀକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ
file photo

ଭୁବନେଶ୍ୱର: ବାଲି ଚୋରୀକୁ କେନ୍ଦ୍ରକରି ପୁରୀ ସଦର ଥାନା କୋରୁଅ ଛକରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ  ଘଟି ହତ୍ୟାକାଣ୍ଡର ରୂପ ନେଇଥିଲା । ଗୋଟିଏ ଗୋଷ୍ଠୀ ଖଣ୍ଡା ଓ ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ହତ୍ୟା କରିଛନ୍ତି । ମୃତ ଯୁବକ ହେଉଛନ୍ତି କଣ୍ଠପୁରର ଟୁଲୁ ଓରଫ ବେଲ ବିଶ୍ୱାଳ। ଗତକାଲି ରାତିରେ ଘଟିଛି ଘଟଣା । ବାଲି ଚୋରୀକୁ ନେଇ କଣ୍ଠପୁର ଓ ଗୋଲାସାହି ମଧ୍ୟରେ ପୂର୍ବରୁ ଥିଲା ବିବାଦ । ଗତକାଲି ଦୁଇ ଗାଁ ମଧ୍ୟରେ ଲାଗିଥିଲା ଗୋଷ୍ଠୀ ସଂଘର୍ଷ । ଘଟଣାସ୍ଥଳରେ ଏସପି ଉମାଶଙ୍କର ଦାସ, ସିଟି ଡିଏସପି କ୍ଷୀରସାଗର ନାୟକ, ସଦରଥାନା ଅଧିକାରୀ ଦେବାଶିଷ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଫୋର୍ସ ମୁତୟନ କରିଛନ୍ତି ।