ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ପରଲୋକ, ବଲିଉଡ ଜଗତରେ ଶୋକର ଛାୟା
Advertisement

ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ପରଲୋକ, ବଲିଉଡ ଜଗତରେ ଶୋକର ଛାୟା

ଅଭିନେତ୍ରୀ ପ୍ରିୟଙ୍କ ଚୋପଡା, ସୋନୁ ନିଗମ, ସଲୀମ ମରଚେଣ୍ଟ ଇତ୍ୟାଦି ଅନେକ ବରିଉଡ କଳାକାର ଶୋକବ୍ୟକ୍ତ କରିଛନ୍ତି । 

ଫାଇଲ ଫଟୋ

ମୁମ୍ବାଇ: ସଲମାନ ଖାନଙ୍କ ସୁପରହିଟ ଫିଲ୍ମ 'ଦବଙ୍ଗ' ଏବଂ 'ଟାଇଗର ଜିନ୍ଦା ହେ' ପରି ଇତ୍ୟାଦିରେ ସଙ୍ଗୀତ ନିର୍ଦ୍ଦେଶନ ଦେଇଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ପରଲୋକ । ରବିବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୱାଜିଦ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 

ତେବେ ୱାଜିତଙ୍କ ନିଧନ ପରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ଅଭିନେତ୍ରୀ ପ୍ରିୟଙ୍କ ଚୋପଡା, ସୋନୁ ନିଗମ, ସଲୀମ ମରଚେଣ୍ଟ ଇତ୍ୟାଦି ଅନେକ ବରିଉଡ କଳାକାର ଶୋକବ୍ୟକ୍ତ କରିଛନ୍ତି । 

ପ୍ରିୟଙ୍କ ଟ୍ୱିଟ କରି କହିଛନ୍ତି, ''ଦୁଃଖଦ ଖବର । ଗୋଟିଏ କଥା ଯାହା ମୋର ସବୁବେଳେ ମନେରହିବ, ତାହା ହେଉଛି ୱାଜିଦ ଭାଇଙ୍କ ହସ । ସେ ସବୁବେଳେ ହସୁଥିଲେ । ବହୁତ ଜଲଦି ଚାଲିଗଲେ । ତାଙ୍କ ପରିବାର ପ୍ରତି ସମ୍ବେଦନ ଜଣାଉଛି । ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ ।''