ଭାରତର ଏହି ସ୍ଥାନରେ ମୁସଲମାନ କରନ୍ତି ଗୋସେବା
Advertisement

ଭାରତର ଏହି ସ୍ଥାନରେ ମୁସଲମାନ କରନ୍ତି ଗୋସେବା

ଭୋପାଳ ନିକଟରେ ଥିବା ମଦ୍ରାସାରେ ମୁସଲିମ୍ ଛାତ୍ର କରନ୍ତି ଗୋସେବା

muslim people also take care of cows in madhya pradesh

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ଦେଶରେ ଗାଈ ନାଁରେ ରାଜନୀତି ତୀବ୍ର ହେଉଥିବାବେଳେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଭଲ ଖବର ସାମ୍ନାକୁ ଆସିଛି ।  ଭୋପାଳ ନିକଟରେ ଥିବା ଏକ ମଦ୍ରାସାରେ ମୁସଲିମ୍ ଛାତ୍ର ଇସଲାମିକ୍ ତାଲିମ୍ ନେଉଛନ୍ତି । ଏହା ସହ ମଦ୍ରାସାରେ ରହିଥିବା ଏକ ଗୋଶାଳାରେ ମୁସଲିମ୍ ସମାଜର ଲୋକେ ଗାଈମାନଙ୍କ ସେବା କରୁଥିବା ଦେଖିବାକୁ ମିଳିଛି ।

ଭୋପାଳର ସଟେ ତୁମଡ଼ା ଗାଁରେ ରହିଥିବା ଦାରୁଲ୍ ଉଲୁମ୍ ହୁସେନିଆ ମଦ୍ରାସାରେ ଏକ ଗୋଶାଳା ନିର୍ମାଣ ହୋଇଛି । ଯାହା ଦ୍ୱରା ଏହି ମଦ୍ରାସା ଅନ୍ୟ ମଦ୍ରାସା ଠାରୁ ଅନ୍ୟତମ । ମଧ୍ୟପ୍ରଦେଶର ଭୋପାଳର ତୁମଡ଼ାଗାଁରେ ରହିଥିବା ଦାରୁଲ୍ ଉଲୁମ୍ ହୁସେନିଆ ମଦ୍ରାସା ଦେଖିବାକୁ ଗଲେ ଅନ୍ୟ ମଦ୍ରାସା ଭଳି ଦେଖାଯାଇଥିଏ ।ଏଠାରେ ପିଲାମାନେ ଇସଲାମିକ୍ ତାମିଲ୍ ହାସଲ କରୁଛନ୍ତି । ହେଲେ ଏଠାରେ ରହିଥିବା ଗୋଶାଳା ଅନ୍ୟଠାରୁ ଠିକେ ଖାସ୍ କରି ଗଢ଼ି ତୋଳିଛି ।

fallback

ମଦ୍ରାସାରେ ପଢ଼ୁଥିବା ପିଲାମାନେ ଶିକ୍ଷା ସହ ଗୋମାତାଙ୍କ ସେବା କରିବା ଶିଖୁଛନ୍ତି । ଭୋପାଳ ନିକଟରେ ଥିବା ମଦ୍ରାସାରେ ପ୍ରାୟ ୨୦୦ ଛାତ୍ର ଅଧୟନ କରୁଛନ୍ତି । ପ୍ରତ୍ୟେକ ଦିନ ସକାଳ ଠାରୁ ଅପରାହ୍ଣ ପର୍ଯ୍ୟନ୍ତ ଇସଲାମିକ୍ ଶିକ୍ଷା ସହ ଅତ୍ୟାଧୁନିକ  ହିନ୍ଦୀ ଓ ଇଂରାଜୀ ମଧ୍ୟ ଶିକ୍ଷ୍ୟା ଦିଆଯାଇଥାଏ । ଏହା ସହ ଏହି ଛାତ୍ରମାନଙ୍କୁ ମଦ୍ରାସାରେ ଦେଶଭକ୍ତିର ପାଠ ପଢ଼ା ଯାଇଥାଏ ।

ମଦ୍ରାସାରେ ସକାଳ ପାଠ ପଢ଼ାରୁ ଆରମ୍ଭ ହୋଇଥାଏ । ଏହା ପରେ ଛାତ୍ରମାନେ ଜଣକ ପରେ ଜଣେ ଗୋଶାଳା ଯାଇ ଗାଈମାନଙ୍କ ସେବା କରିଥାନ୍ତି । ଗାଈଙ୍କୁ ଛାତ୍ରମାନେ ରୁଟି ଖୁଆଇଥାନ୍ତି । ଏହା ସହ ଗାଈମାନଙ୍କଠାରୁ ମିଳୁଥିବା କ୍ଷୀର ମଦ୍ରାସା ଛାତ୍ରଙ୍କୁ ପିଇବାକୁ ଦିଆଯାଇଥାଏ ।  ଗାଈମାନଙ୍କୁ ପ୍ରତ୍ୟେକ ଦିନ ଗାଧୋଇ ଦେବା ସହ ପାଖ ଜଙ୍ଗଲକୁ ଚରାଇବାକୁ ନେଇଥାନ୍ତି ମଦ୍ରାସା ଛାତ୍ର ।

ଦାରୁଲ୍ ଉଲୁମ୍ ହୁସେନିଆ ମଦ୍ରାସାର ସଚିବ ସୁଫୀ ମୁସାହିଦ୍ ଓରଫ ଜମାନ୍ ଖାନ୍ ଚିସ୍ତି କୁହନ୍ତି ମଦ୍ରାସାର ସଂସ୍ଥାପକ ଅନେକ ବର୍ଷ ପୂର୍ବରୁ ଏଠାରେ ପାଳିବା ପାଇଁ ଗୋଟିଏ ଗାଈ ଆଣିଥିଲେ ।  ତାଙ୍କୁ କୁଯାଇଥିଲା ଗାଈର ଘିଅ ଏବଂ କ୍ଷୀରରେ ରୋଗରୁ ଲଢ଼ିବା ପାଇଁ ଶକ୍ତି ମିଳିଥାଏ ।  ସେବେଠାରୁ ସେଇ ଗାଈର ବଂଶଜ ଏହି ଗୋଶାଳାରେ ରହିଆସୁଛନ୍ତି । ଏହି ଗୋଶାଳାରେ ପ୍ରାୟ ୨୫ ଗାଈ ଏବଂ ଷଣ୍ଢ ରହିଛନ୍ତି  । ମୁସାହିଦ୍ କୁହନ୍ତି ଏହି ମଦ୍ରାସାରେ ପଢ଼ା ସହ ମୁସଲିମ୍ ପିଲାମାନଙ୍କୁ ଗୋସେବା ଶିକ୍ଷାଯାଇଥାଏ ।