close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ହନୁମାନଙ୍କ ବେଶରେ ଭିକ ମାଗୁଥିଲେ ମୁସଲିମ ଯୁବକ, ଗିରଫ

ହନୁମାନଙ୍କ ବେଶରେ ଭିକ ମାଗୁଥିଲା ଏକ ଯୁବକ । ପରେ ପୋଲିସ ଯୁବକଙ୍କୁ ଗିରଫ କରିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଯୁବକ ଜଣକ ହେଉଛନ୍ତି ଜଣେ ମୁସଲମାନ । ଏହି ଘଟଣାଟି ଉତ୍ତର ପ୍ରଦେଶର ବରେଲରେ ଘଟିଛି ।

ହନୁମାନଙ୍କ ବେଶରେ ଭିକ ମାଗୁଥିଲେ ମୁସଲିମ ଯୁବକ, ଗିରଫ
ହନୁମାନଙ୍କ ବେଶରେ ଭିକ ମାଗୁଥିବା ଯୁବକ ଜଣକ

ନୂଆଦିଲ୍ଲୀ: ହନୁମାନଙ୍କ ବେଶରେ ଭିକ ମାଗୁଥିଲା ଏକ ଯୁବକ । ପରେ ପୋଲିସ ଯୁବକଙ୍କୁ ଗିରଫ କରିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଯୁବକ ଜଣକ ହେଉଛନ୍ତି ଜଣେ ମୁସଲମାନ । ଏହି ଘଟଣାଟି ଉତ୍ତର ପ୍ରଦେଶର ବରେଲରେ ଘଟିଛି ।

ମୁରାଦାବାଦ ନିବାସୀ ନସୀମ ହନୁମାନ ବେଶରେ ସୁଭାଷ ନଗର ଓ ଅନୁପମ ନଗରରେ ଭିକ ମାଗୁଥିଲେ । ସନ୍ଦିଗ୍ଧ ଦେଖିବାରୁ ସ୍ଥାନୀୟ ଲୋକଙ୍କ ପଚରାଉଚରା ପରେ ସେ ନିଜ ନାଁ କହିଥିଲେ । ପରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ସୁଭାଷ ନଗର ପୋଲିସ ନସୀମଙ୍କୁ ଗିରଫ କରିଛି । ତାଙ୍କ ଉପରେ ନାମ ପରିବର୍ତ୍ତନ କରି ଠକୁଥିବାର ମାମଲା ରୁଜୁ ହୋଇଛି ।

ମିଳୁଥିବା ସୂଚନା ମୁତାବକ, ପ୍ରଥମେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନ ହନୁମାନଙ୍କ ଅପମାନ କଥା କହି ନସୀମଙ୍କୁ ଧରିଥିଲେ ପରେ ସେ ନିଜ ନାଁ କହିଥିଲେ । ସେ ହନୁମାନ ବେଶରେ ବହୁଥର ସ୍ଥାନୀୟ ଅଞ୍ଚଳରେ ଭିକ ମାଗିଛନ୍ତି । କିନ୍ତୁ ଏଥର ସନ୍ଦିଗ୍ଧ ଦେଖିବାରୁ ତାଙ୍କୁ ପଚରାଉଚରା କରାଯାଇଥିଲା । ଯାହାପରେ ସଂପୂର୍ଣ୍ଣ ଘଟଣାଟି ସାମ୍ନାକୁ ଆସିଥିଲା ।

ଏହାପୂର୍ବରୁ ଲୈଲା-ମଜନୁ ବେଶରେ ମଧ୍ୟ ନସୀମ ଭିକ ମାଗି ସାରିଛନ୍ତି । ଏହା ପ୍ରଥମ ଥରେ ସେ ହନୁମାନ ବେଶରେ ଭିକ ମାଗୁଥିଲେ ବୋଲି ଅଭିଯୁକ୍ତ କହିଛନ୍ତି । ନସୀମ ୩ ମାସ ଧରି ନିଜ ପତ୍ନୀଙ୍କ ସହ ଡେଲାପୀର ସ୍ଥିତ ଚାଳଘରେ ରହି ଆସୁଛନ୍ତି । ପୋଲିସ ଅଭିଯୁକ୍ତଙ୍କ ପାଖରୁ ଆଧାର କାର୍ଡ ଉଦ୍ଧାର କରିଛି । ବର୍ତ୍ତମାନ ତାଙ୍କୁ ଜେଲକୁ ପଠାଯାଇଛି ।