close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସାଂସଦଙ୍କ ବିବାଦୀୟ ବୟାନ, ଯେତେ ସମ୍ଭବ ପିଲା ଜନ୍ମ କରିଚାଲ

ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି । ଆସାମ ସରକାରଙ୍କ ଏହି ନୂଆ ଆଇନକୁ ବିରୋଧ । ସାଂସଦ ତଥା ଅଲ ଇଣ୍ଡିଆ ୟୁନାଇଟେଡ ଫ୍ରଣ୍ଟ(AIUDF)ର ମୁଖ୍ୟ ବଦରୁଦ୍ଦୀନ ଅଜମଲ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କେବଳ ଦୁଇଟି ହିଁ ସନ୍ତାନ ଜନ୍ମ ଦେବା କଥାକୁ ଇସଲାମ ବିଶ୍ୱାସ କରେ ନାହିଁ ବୋଲି ସେ କହିଛନ୍ତି । 

ସାଂସଦଙ୍କ ବିବାଦୀୟ ବୟାନ, ଯେତେ ସମ୍ଭବ ପିଲା ଜନ୍ମ କରିଚାଲ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି । ଆସାମ ସରକାରଙ୍କ ଏହି ନୂଆ ଆଇନକୁ ବିରୋଧ । ସାଂସଦ ତଥା ଅଲ ଇଣ୍ଡିଆ ୟୁନାଇଟେଡ ଫ୍ରଣ୍ଟ(AIUDF)ର ମୁଖ୍ୟ ବଦରୁଦ୍ଦୀନ ଅଜମଲ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କେବଳ ଦୁଇଟି ହିଁ ସନ୍ତାନ ଜନ୍ମ ଦେବା କଥାକୁ ଇସଲାମ ବିଶ୍ୱାସ କରେ ନାହିଁ ବୋଲି ସେ କହିଛନ୍ତି । 

ବଦରୁଦ୍ଦୀନ ଅଜମଲଙ୍କ ଯୁକ୍ତି ହେଲା, ଏହି ଦୁନିଆକୁ ଯାହାର ଆସିବାର ଅଛି ତାକୁ କେହି ଅଟକାଇ ପାରିବେନି । ସମସ୍ତଙ୍କୁ ଆସିବାକୁ ଦିଆଯିବା ଦରକାର । ତେଣୁ ଆମ ଉପରେ ଏ କଟକଣାର କୌଣସି ପ୍ରଭାବ ପଡିବନି । ସେମିତିରେ ବି କାହାକୁ ସରକାରୀ ଚାକିରି ମିଳୁନି । ସରକାରୀ ଚାକିରି ପାଇଁ ଆମେ କୌଣସି ଆଶା ମଧ୍ୟ ରଖିନଥିବା କହିଛନ୍ତି ଏହି ମୁସଲମାନ ନେତା ।

ଯେତେ ସମ୍ଭବ ପିଲା ଜନ୍ମ କରିଚାଲ । କୌଣସି କଟକଣା ଉପରେ ଧ୍ୟାନ ଦିଅନାହିଁ । ସେମାନଙ୍କୁ ଉତ୍ତମ ଶିକ୍ଷା ଦିଅ । ଯାହାଫଳରେ ସେମାନେ ଚାକିରିର ସୁଯୋଗଟିଏ ସୃଷ୍ଟି କରିପାରିବେ । ହିନ୍ଦୁ ଲୋକଙ୍କୁ ମଧ୍ୟ ଚାକିରି ଦେବାରେ ସକ୍ଷମ ହୋଇପାରିବେ ବୋଲି ମୁସଲମାନ ସମ୍ପ୍ରଦାୟକୁ କହିଛନ୍ତି ବଦରୁଦ୍ଦୀନ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । 

କ'ଣ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର ?

ଦୁଇରୁ ଅଧିକ ସନ୍ତାନ ଜନ୍ମ ଦେଲେ ମିଳିବନି ସରକାରୀ ଚାକିରି । ଗତ ଅକ୍ଟୋବର ୨୨ରେ ସର୍ବାନନ୍ଦ ସରକାରଙ୍କ କ୍ୟାବିନେଟ ବୈଠକରେ ଏପ୍ରକାର ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁସାରେ, ୧ ଜାନୁଆରୀ,୨୦୨୧ ପରେ ଯିଏ ୨ରୁ ଅଧିକ ସନ୍ତାନ ଜନ୍ମ ଦେବ, ତାକୁ ସରକାରୀ ଚାକିରିରୁ ବାଦ ଦିଆଯିବ ।