ମଧ୍ୟ ପ୍ରଦେଶରେ ଘନଉଛି କୋରୋନା ସଂକଟ
Trending Photos
)
ଭୋପାଳ: ମଧ୍ୟପ୍ରଦେଶରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରେ ଇନ୍ଦୋରରେ ୨୨, ଭୋପାଳରେ ୨୯, ଗ୍ୱାଲିୟରରେ ୬ ଜଣ ରହିଥିବା ଜଣାପଡ଼ିଛି। ଏହା ମଧ୍ୟରେ ଦୁଇ ଜଣଙ୍କର ମୃ୍ତ୍ୟୁ ମଧ୍ୟ ହୋଇଥିବା ଖବର ସାମ୍ନାକୁ ଆସିଛି। ଏସବୁକୁ ଯଦି ବାଦ ଦିଆଯାଏ ତେବେ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ବିଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଥିବା କିଛି ଶ୍ମସାନଘାଟରେ ମୃତଦେହର ଭିଡ଼ ଦେଖିବାକୁ ମିଳିଛି।
ବିଶେଷ କରି ସହରର ମଧ୍ୟରେ ଥିବା ୪ଟି ଶ୍ମଶାନ ଘାଟରେ ମୃତଦେହର ସଂଖ୍ୟା ବଢିଥିବା ଦେଖିବାକୁ ମିଳିଛି। ମାର୍ଚ୍ଚ ଅପେକ୍ଷା ଏପ୍ରେଲ ମାସ ଆରମ୍ଭରୁ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମୃତକଙ୍କ ମଧ୍ୟରେ ମୁସଲିମ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ ରହିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସହରରେ ମଧ୍ୟରେ ଥିବା କବ୍ରସ୍ତାନକୁ ଆସୁଥିବା ମୃତଦେହ ଏହି ତଥ୍ୟ ପ୍ରଦାନ କରୁଛି। ସେପଟେ ଯଦି ଏହି ସଂଖ୍ୟାକୁ ସତ ବୋଲି ଧରି ନିଆଯାଏ, ତେବେ ଚଳିତ ମାସ ୧ ତାରିଖ ଠାରୁ ୬ ତାରିଖ ମଧ୍ୟରେ ୧୨୭ଟି ମୃତଦେହ ଶତ୍କାର ପାଇଁ ଆସିଥିଲା। ମାତ୍ର ତାହା ୭ ତାରିଖରେ ହଠାତ ବୃଦ୍ଧି ପାଇଥିଲା। ପାଖାପାଖି ୧୮ଟି ମୃତଦେହ ଅଧିକ ଆସିଥିଲା। ଅର୍ଥାତ ୭ ତାରିଖ ଦିନ ତାହା ୧୪୫ଟିରେ ପହଞ୍ଚିଥିଲା।
ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଯେ, ଏହି ମୃତଦେହ ଗୁଡ଼ିକ ସେହି ଅଞ୍ଚଳର ରହିଥିଲା, ଯେଉଁ ଅଞ୍ଚଳରେ ସରକାର କ୍ୱାରେଣ୍ଟାଇନ ଭାବରେ ଘୋଷଣା କରିଥିଲେ। ଏହି ଅଞ୍ଚଳ ଗୁଡ଼ିକରେ ବର୍ତ୍ତମାନ ଲକଡାଉନ ସ୍ଥିତି ଜାରି ରହିଛି। ସେପଟେ ଏହି ଅଞ୍ଚଳ ଗୁଡ଼ିକରୁ ସମ୍ପୂର୍ଣ୍ଣ ମାର୍ଚ୍ଚ ମାସରେ ମୋଟ ୧୩୦ଟି ମୃତଦେହ ଶତ୍କାର ପାଇଁ ଆସିଥିଲା। ମାତ୍ର ଏପ୍ରିଲ ମାସରେ ଏହି ସଂଖ୍ୟାରେ ହଠାତ ବୃଦ୍ଧି ପାଇଥିଲା। ଗତ ମାସରେ ୪୬ଟି ମୃତଦେହକୁ ମାହୁ ନାକା ଶ୍ମଶାନକୁ ଅଣାଯାଇଥିଲା କିନ୍ତୁ କେବଳ ଚଳିତ ମାସରେ ୪୨ଟି ମୃତଦେହ ଅଣାଯାଇଥିଲା। ସେହିଭଳି ରାନିପୁରା ଶ୍ମଶାନକୁ ଅଣାଯାଇଥିବା ଶବ ସଂଖ୍ୟା ଗତ ମାସରେ ୨୦ ଥିବାବେଳେ ଏହି ମାସରେ ବର୍ତ୍ତମାନ ସୁଦ୍ଧା ୨୦ଟି ମୃତଦେହକୁ ଶ୍ମଶାନକୁ ଅଣାଯାଇଥିଲା।
ସେହିପରି ଖଜରାନା ଶ୍ମଶାନରେ ମଧ୍ୟ ମୃତଦେହ ଆସିବା ସଂଖ୍ୟାରେ ବୃଦ୍ଧି ଘଟିଛି। ଗତ ମାସରେ ସମୁଦାୟ ୨୮ଟି ଶବକୁ ଶ୍ମଶାନକୁ ଅଣାଯାଇଥିଲା, କିନ୍ତୁ ଚଳିତ ମାସର ୫ତାରିଖ ସୁଦ୍ଧା ୨୧ଟି ମୃତଦେହ ଅଣାଯାଇଥିଲା। ତେବେ, ସବୁଠାରୁ ଚିନ୍ତାର ବିଷୟ ହେଉଛି ଟାଟପାଟୀ ବଖଲ ଶ୍ମଶାନ, ଏହା ସେହି ଅଞ୍ଚଳରେ ଅବସ୍ଥିତ ଯେଉଁଠାରେ ସ୍ୱାସ୍ଥ୍ୟ କର୍ମୀଙ୍କ ଏକ ଦଳ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲା।
ମୁସଲିମ ଶ୍ମଶାନକୁ ଆସିଥିବା ୫୯ଟି ମୃତଦେହ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ମାର୍କାଜରେ ୮ ହଜାର ଜମାତଙ୍କ ସଭାରେ ଯୋଗ ଦେଇଥିବା ୫୯ ତବଲିଗି ଜାମାତ କାର୍ଯ୍ୟକର୍ତ୍ତାଙ୍କ ପରିଚୟ ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି। ଆସାମ, ତାମିଲନାଡୁ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, କାଶ୍ମୀର, ତେଲେଙ୍ଗାନା ଏବଂ ମହାରାଷ୍ଟ୍ର ଭଳି ଅନେକ ରାଜ୍ୟରେ ତବଲିଗି କରୋନା ବିସ୍ତାର କରିଛନ୍ତି, ଯାହା ହଠାତ୍ ଭାରତରେ କରୋନା ପଜିଟିଭଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି। ଏବେ ଲାଗୁଛି ଯେ ମଧ୍ୟପ୍ରଦେଶ ତବଲିଗି ଜମାତର ଆତଙ୍କରୁ ବଞ୍ଚି ନାହିଁ। ଏଥିସହ, ଏକ ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କର କରୋନା ଲକ୍ଷଣ ରହିଥିଲା ଏବଂ ଟ୍ରାଭେଲ ହିଷ୍ଟ୍ରୀ ରହିଥିଲା, ତଥାପି ତାଙ୍କ ନମୂନା ନିଆଯାଇନଥିଲା। ଯେତେବେଳେ ସେ ମୃତ୍ୟୁବରଣ ପରେ ମଧ୍ୟ ତାଙ୍କର ଯାଞ୍ଚ ପାଇଁ ନମୂନା ସଂଗ୍ରହ କରାଯାଇନାହିଁ।
COVID-19 କାରଣରୁ ଇନ୍ଦୋରରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କର ସମ୍ଭାବ୍ୟ ମାମଲା ଗୁଡ଼ିକ ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି। ତାପରେ ସେମାନଙ୍କୁ ସାଧାରଣ ଶ୍ମଶାନରେ କବର ଦିଆଯାଉଛି ଏବଂ ତାହା ମଧ୍ୟ କୌଣସି ବିନା ସତର୍କତାରେ। ସଂକ୍ରମଣ ମାମଲାରେ ଇନ୍ଦୋର ଦେଶର ତୃତୀୟ ସ୍ଥାନରେ ପହଞ୍ଚିଛି। ଦୁଇ କୋଟି ଜନସଂଖ୍ୟା ବିଶିଷ୍ଟ ମୁମ୍ବାଇ (୬୪୨) ଏବଂ ଦିଲ୍ଲୀ (୫୫୦) ପରବର୍ତ୍ତୀ ସ୍ଥାନରେ ଅଛନ୍ତି । ଇନ୍ଦୋର ଜିଲ୍ଲାର ଜନସଂଖ୍ୟା ୩୪ ଲକ୍ଷ ।
ଇନ୍ଦୋରରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ସତ୍ତ୍ୱେ, ସେଠାରେ ଥିବା ଲୋକମାନେ ଏହି ସଚେତନତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହଁନ୍ତି । ବହୁ ଲୋକଙ୍କ ରାସ୍ତାରେ ଏକାଠି ହୋଇ ସରକାରଙ୍କ ନିର୍ଦ୍ଦେଶକୁ ଭାଙ୍ଗି ଦେଇଛନ୍ତି। ଯେତେବେଳେ ପୋଲିସ ଏଭଳି ଲୋକଙ୍କୁ ଇନ୍ଦୋରର ଚନ୍ଦନ ନଗର ଅଞ୍ଚଳରେ ଘରକୁ ଯିବାକୁ କହିଥିଲା, ସେତେବେଳେ ଏହି ଲୋକମାନେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ ଯେଉଁଥିରେ ଜଣେ ଯୁବକ ଆହତ ହୋଇଥିଲେ। ଆକ୍ରମଣକାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି, ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଯୋଗ୍ୟ ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ ୩୨୧ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କୁ ମଧ୍ୟରୁ ଜଣେ ଆକ୍ରାନ୍ତ ଉତ୍ତରପ୍ରଦେଶରେ ବାସିନ୍ଦା। ଏହା ବ୍ୟତୀତ ଇନ୍ଦୋରର ୧୭୩ ଜଣ, ଭୋପାଳର ୯୨ ଜଣ, ମୁରୈନାରେ ୧୩ ଜଣ, ଜବଲପୁରରେ ୮ ଜଣ, ଉଜ୍ଜୈନରେ ୧୩ ଜଣ, ଖରଗେନା ୪ ଜଣ, ବଡ଼ଓ୍ୱାନୀରେ ୩ ଜଣ, ଗ୍ୱାଲିୟରରେ ୬ ଜଣ, ଶିବପୁରୀ ଓ ଛିନ୍ଦଓ୍ୱାଡ଼ାରେ ଦୁଇ ଜଣ ଲେଖାଏଁ, କଟନୀ, ବିଦିଶା, ବୈତୁଲ, ଶୌପୁର, ହୋଶଙ୍ଗାବାଦ,ରେ ଜଣେ ଲେଖାଏ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେହିପରି ଇନ୍ଦୋରରେ ୧୫ ଜଣ, ଉଜ୍ଜୈନରେ ୫ ଜଣ, ଭୋପାଳ, ଛିନ୍ଦଓ୍ୱାଡ଼ା, ଖରଗୋନରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।