• ରାତି ପାହିଲେ ଗଣତନ୍ତ୍ର ଦିବସ । କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ।
  • ଅଭିନେତା ଶାନ୍ତି ମିଶ୍ରଙ୍କ ପରଲୋକ ।
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • ରାଜ୍ୟରେ ହୁ ହୁ ହୋଇ ବଢୁଛି ତେଲ ଦର । ମାଲକାନଗିରିରେ ୯୧ ଛୁଇଁଲା ତେଲ । ରାଜଧାନୀରେ ୮୫ ପାର ।
  • ଲଦାଖରେ ଚୀନ ସେନାର ଅନୁପ୍ରବେଶ । ଭାରତୀୟ ସୀମା ମଧ୍ୟରେ ଥିବା ରାସ୍ତା ବ୍ୟବହାର କରୁଥିବା ନେଇ ଲଦାଖବାସୀଙ୍କ ସୂଚନା ।
  • ଭାରତ-ଚୀନ କର୍ପ୍‌ସ କମାଣ୍ଡର ସ୍ତରୀୟ ବୈଠକ ଶେଷ । ମୋଲ୍‌ଡୋରେ ୧୫ ଘଣ୍ଟା ଧରି ଚାଲିଥିଲା ନବମ ପର୍ଯ୍ୟାୟ ଦ୍ବିପାକ୍ଷିକ କଥାବାର୍ତ୍ତା ।

ସ୍ମିତାରାଣୀଙ୍କୁ କରାଯାଇଛି ହତ୍ୟା, ଅଭିଯୋଗ ଆଣିଲେ ପରିବାର ଲୋକ

 ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ୩ ଦିନ ବିତିଲାଣି। ହେଲେ ଏ ଯାଏଁ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡିନାହିଁ। ଏହାକୁ ନେଇ ଆରମ୍ଭ ହୋଇଛି ରାଜନିତି। ରାଜ୍ୟ ବିଜେପି ର ଅନୁଧ୍ୟାନକାରି ଦଳ ଆଜି ସ୍ମିତାରାଣିଙ୍କ ଘରେ ପହଂଚି ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲ। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ବିଜେପି ସିଧାସଳଖ ଅଭିଯୋଗ କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। 

ଯାଜପୁର:ଯାଜପୁର ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ୩ ଦିନ ବିତିଲାଣି। ହେଲେ ଏ ଯାଏଁ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡିନାହିଁ। ଏହାକୁ ନେଇ ଆରମ୍ଭ ହୋଇଛି ରାଜନିତି। ରାଜ୍ୟ ବିଜେପି ର ଅନୁଧ୍ୟାନକାରି ଦଳ ଆଜି ସ୍ମିତାରାଣିଙ୍କ ଘରେ ପହଂଚି ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲ। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ବିଜେପି ସିଧାସଳଖ ଅଭିଯୋଗ କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ସେପଟେ ସ୍ମିତାରାଣି ଙ୍କ ମୃତ୍ୟୁ ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ତାଙ୍କ ସହଯୋଗୀ ।

ଏହା ପ୍ରକୃତରେ ଆତ୍ମହତ୍ୟା ନାଁ ହତ୍ୟା ତାକୁ ନେଇ ସସପେନ୍ସ ଜାରି ରହିଛି । ପୋଲିସ ଏନେଇ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରି କେବଳ ତଦନ୍ତ ଜାରି ରହିଛି ବୋଲି କହିଛି । ସ୍ମିତାରାଣିଙ୍କ ମୃତ୍ୟୁ ପରେ ଆଜି ଧର୍ମଶାଳା ବ୍ଳକ ପରିସରରେ ଏକ ଶୋକସଭା ଆୟୋଜନ କରି ସମବେଦନା ଜଣାଇଛନ୍ତି ପ୍ରଶାସନିକ ଅଧିକାରି ଓ ସହଯୋଗୀ। ସ୍ମିତାରାଣିଙ୍କ ଆକସ୍ମିକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ସହକାରୀ କର୍ମଚାରୀ। ସେ କେବେ ଆତ୍ମହତ୍ୟା କରିପାରିବେ ନାହିଁ ଏବଂ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସହଯୋଗୀ। ସେପଟେ ଆଜି ସ୍ମିତାରାଣିଙ୍କ ବାପା ସିଧାସଳଖ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ହତ୍ୟାକରାଯାଇଛି। ଏହି ଘଟଣାରେ ସବୁଠାରୁ ସନ୍ଦେହ ଘେରରେ ରହିଥିବା ହରିଦାସପୁର ସରପଂଚଙ୍କ ସ୍ୱାମି ରୁପେଶ ଭଦ୍ର ତାଙ୍କ ଘରକୁ ଆସନ୍ତି ବୋଲି କହିଛନ୍ତି ।

ସ୍ମିତାରାଣି ମୃତ୍ୟୁ ଘଟଣା ରହସ୍ୟ ଉପରୁ ପରଦା ହଟିବା ଯେତିକି ବିଳମ୍ବ ହେଉଛି ଏହାକୁ ନେଇ ସସପେନ୍ସ ସେତିକି ବଢ଼ିବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ରାଜନିତି ମଧ୍ୟ ସରଗରମ ହୋଇଛି।  ଆଜି ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଥିବା ବେଳେ ରାଜ୍ୟ ବିଜେପିର ଏକ ତଥ୍ୟ ସଂଗ୍ରହକାରି ଦଳ ଆସି ସ୍ମିତାଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଛି । ବିଜେପି ନେତା ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳ ଏହି ଘଟଣାରେ ସିଧାସଳଖ ହରିଦାସପୁର ପଂଚାୟତ ସରପଂଚଙ୍କ ସ୍ୱାମୀଙ୍କୁ ଟାର୍ଗେଟ କରିଛି ବିଜେପି । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ,ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ବିଶେଷଜ୍ଞ ସାଇଂଟିିପିଂକ୍ ଟିମ୍ ଦ୍ୱାରା ଅନୁସନ୍ଧାନ କରିବାକୁ ଦାବି କରିଛି ଦଳ । ଏହାକୁ ଆତ୍ମହତ୍ୟା ରୁପ ଦେବାକୁ ଚେଷ୍ଟା କରାଯାଉଛି ଏବଂ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ  କରାନଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନି ଦେଇଛି ମହିଳା ମୋର୍ଚ୍ଚା। ସ୍ମିତାରାଣିଙ୍କ ମୃତ୍ୟୁକୁ ନେଇ ବୟାନବାଜି ଆରମ୍ଭ ହୋଇଥିବା ବେଳେ କେବେ ଏହି ମୃତ୍ୟୁ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ତାକୁ ସମସ୍ତଙ୍କ ଅପେକ୍ଷା ।