ମୋଟେରା ଷ୍ଟାଡ଼ିୟମକୁ ଉଦଘାଟନ କରିବେନି ଟ୍ରମ୍ପ
Advertisement

ମୋଟେରା ଷ୍ଟାଡ଼ିୟମକୁ ଉଦଘାଟନ କରିବେନି ଟ୍ରମ୍ପ

ଆସନ୍ତା ୨୪ ତାରିଖ ପ୍ରାୟ ମଧ୍ୟାହ୍ମ ୧୨ଟାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସପତ୍ନିକ ଆସି ଭାରତରେ ପହଞ୍ଚିବେ। ପ୍ରଥମେ ସେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ଆସି ଓହ୍ଲାଇବେ। ସେଠାରୁ ସେ ଏକ ରୋଡ଼ ଶୋ' କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ରୋଡ ଶୋ'ରେ ଯାଇ ଅହମ୍ମାଦାବାଦରେ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। 

ମୋଟେରା ଷ୍ଟାଡ଼ିୟମକୁ ଉଦଘାଟନ କରିବେନି ଟ୍ରମ୍ପ

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖ ପ୍ରାୟ ମଧ୍ୟାହ୍ମ ୧୨ଟାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସପତ୍ନିକ ଆସି ଭାରତରେ ପହଞ୍ଚିବେ। ପ୍ରଥମେ ସେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ଆସି ଓହ୍ଲାଇବେ। ସେଠାରୁ ସେ ଏକ ରୋଡ଼ ଶୋ' କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ରୋଡ ଶୋ'ରେ ଯାଇ ଅହମ୍ମାଦାବାଦରେ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। 

ତେବେ ଏହି ଷ୍ଟାଡ଼ିୟମକୁ ବର୍ତ୍ତମାନ ଉଦଘାଟନ କରାଯିବ ନାହିଁ ବୋଲି କହିଛନ୍ତି ଗୁଜୁରାଟ କ୍ରିକେଟ ଆସୋସିଏସନର ଉପାଧ୍ୟକ୍ଷ ଧନରାଜ ନାଥଓ୍ୱାନୀ। ସେ କହିଛନ୍ତି କି ଟ୍ରମ୍ପଙ୍କ ନମସ୍ତେ ଟ୍ରମ୍ପଙ୍କ କାର୍ଯ୍ୟକ୍ରମ ପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଇଛି। ଟ୍ରମ୍ପଙ୍କ କାର୍ଯ୍ୟକ୍ରମରେ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଷ୍ଟାଡ଼ିୟମକୁ ପ୍ରସ୍ତୁତ  କରାଯାଇଛ। ପରବର୍ତ୍ତୀ ସମୟରେ ଏହାକୁ ଉଦଘାଟନ କରାଯିବ ବୋଲି ସେ କହିଛନ୍ତି। 

ସୂଚନା ଯୋଗ୍ୟ ୨୪ ତାରିଖରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରୋଡ ଶୋ'ରେ ଆସି ଟ୍ରମ୍ପ ଓ ମୋଦି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଷ୍ଟାଡ଼ିୟମରେ ପ୍ରାୟ ଏକ ଲକ୍ଷ ଦଶ ହଜାରରୁ ଊର୍ଦ୍ଧ୍ୱ ଲୋକ ବସିପାରିବେ। ଏଠାରେ ଟ୍ରମ୍ପ ଲୋକମାନଙ୍କୁ ସମ୍ବୋଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି।