ନୂଆଦିଲ୍ଲୀ: ଆଜି ଜାନୁଆରୀ ୩୦ ତାରିଖ, ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ । ଏହାକୁ ଦେଶରେ ସହିଦ ଦିବସ ତଥା ସର୍ବୋଦୟ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି । ୧୯୪୮ ମସିହା ଆଜିର ଦିନରେ ନାଥୁରାମ ଗଡ଼ସେଙ୍କ ଗୁଳିରେ ପ୍ରାଣ ହରାଇଥିଲେ ମହାତ୍ମା ଗାନ୍ଧି । ଆଜି ସାରା ଦେଶରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ।
Delhi: Prime Minister Narendra Modi pays tribute to #MahatmaGandhi at Raj Ghat on his death anniversary. pic.twitter.com/0WbPjr76Z3
— ANI (@ANI) January 30, 2020
ନୂଆଦିଲ୍ଲୀ ଗାନ୍ଧି ସମାଧି ପୀଠ ରାଜଘାଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାୟିଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ୩ ପ୍ରତିରକ୍ଷା ବାହିନୀର ମୁଖ୍ୟମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବାୟୁସେନା ମୁଖ୍ୟ ମାରସାଲ ଆରକେଏସ ଭଦୋରିଆ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ, ଆର୍ମି ମୁଖ୍ୟ ଏମଏମ ନରଭାଣେ ଓ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏତଦ ବ୍ୟତୀତ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ରାଜଘାଟରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
Delhi: Chief of Defence Staff (CDS) General Bipin Rawat, Army Chief General MM Naravane, Navy Chief Admiral Karambir Singh, & IAF Chief Air Chief Marshal RKS Bhadauria pay tribute to #MahatmaGandhi on his death anniversary at Raj Ghat. pic.twitter.com/lYx3Xj5biq
— ANI (@ANI) January 30, 2020
ସେପଟେ, ଗାନ୍ଧିଜୀଙ୍କ ତିରୋଧାନ ଦିବସକୁ ସ୍କୁଲ ଗୁଡ଼ିକରେ ଅହିଂସା ଓ ଶାନ୍ତି ଦିବସ ଭାବେ ପାଳନ କରାଯାଉଛି । ଛାତ୍ରଛାତ୍ରୀଙ୍କୁ ଅହିଂସା ଓ ଶାନ୍ତିର ଆଦର୍ଶ ଦ୍ୱାରା ଅନୁପ୍ରାଣିତ କରିବା ପାଇଁ ଏହି ଦିବସ ସ୍କୁଲରେ ପାଳନ କରାଯାଇଥାଏ । ଭାରତ ସମେତ ଅନ୍ୟ ରାଷ୍ଟ୍ର ଗୁଡ଼ିକରେ ମଧ୍ୟ ଏହି ଦିବସକୁ ବେଶ୍ ସମ୍ମାନ ଦିଆଯାଇଥାଏ ।