'ଅଜିତ ଅନୁତପ୍ତ ହୁଅନ୍ତୁ, ଫଡନାଭିସ ଇସ୍ତଫା ଦିଅନ୍ତୁ'
trendingNow,recommendedStories0/zeeodisha/odisha600653

'ଅଜିତ ଅନୁତପ୍ତ ହୁଅନ୍ତୁ, ଫଡନାଭିସ ଇସ୍ତଫା ଦିଅନ୍ତୁ'

ଗତକାଲି ଅଜିତ ପାୱାରଙ୍କୁ ହାତେଇ ସକାଳୁ ସକାଳୁ ସରକାର ଗଢିଥିଲା ବିଜେପି । ଏହି ଘଟଣା ଯୋଗୁଁ କେବଳ ମହାରାଷ୍ଟ୍ର ରାଜନୀତିରେ ଗେରୁଆ ଦଳର ପଲା ଭାରି ହୋଇନଥିଲା, ବରଂ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା । ହେଲେ ଅଜିତଙ୍କ ସମର୍ଥନ ଏନସିପିର ନଥିଲା । ଏପରିକି ଅଜିତଙ୍କ ସହ ଅର୍ଦ୍ଧାଧିକ ଦଳୀୟ ବିଧାୟକଙ୍କ ସମର୍ଥନ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ମଧ୍ୟ ସମ୍ପର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଫିସଙ୍କ ଇସ୍ତଫା ଦାବି କରିଛି ଏନସିପି । 

'ଅଜିତ ଅନୁତପ୍ତ ହୁଅନ୍ତୁ, ଫଡନାଭିସ ଇସ୍ତଫା ଦିଅନ୍ତୁ'

ନୂଆଦିଲ୍ଲୀ: ଗତକାଲି ଅଜିତ ପାୱାରଙ୍କୁ ହାତେଇ ସକାଳୁ ସକାଳୁ ସରକାର ଗଢିଥିଲା ବିଜେପି । ଏହି ଘଟଣା ଯୋଗୁଁ କେବଳ ମହାରାଷ୍ଟ୍ର ରାଜନୀତିରେ ଗେରୁଆ ଦଳର ପଲା ଭାରି ହୋଇନଥିଲା, ବରଂ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା । ହେଲେ ଅଜିତଙ୍କ ସମର୍ଥନ ଏନସିପିର ନଥିଲା । ଏପରିକି ଅଜିତଙ୍କ ସହ ଅର୍ଦ୍ଧାଧିକ ଦଳୀୟ ବିଧାୟକଙ୍କ ସମର୍ଥନ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ମଧ୍ୟ ସମ୍ପର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଫିସଙ୍କ ଇସ୍ତଫା ଦାବି କରିଛି ଏନସିପି । 

ଅଜିତ ପାୱାରଙ୍କୁ ହାତେଇଲେ ଏନସିପିର ବହୁ ବିଧାୟକଙ୍କ ସମର୍ଥନ ମିଳିବ । ବୋଧେ ଏଭଳି କିଛି ଆଶା ରଖି ମାଷ୍ଟର ପ୍ଲାନ କରିଥିଲା ବିଜେପି । ହେଲେ ତାହା ନୋହିଲା । ଅଜିତଙ୍କ ସହ ଏବେ ମାତ୍ର ୩/୪ ବିଧାୟକ ହିଁ ଥିବା ଜଣାପଡିଛି । ସେମାନେ ବି ଶରଦ ପାୱାରଙ୍କ ପାଖକୁ ଖୁବଶୀଘ୍ର ଫେରିଆସିପାରନ୍ତି । ଏବେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ କ୍ୟାମ୍ପରେ ୪୯ ବିଧାୟକ ଥିବା କୁହାଯାଉଛି । ପୁରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏନସିପି ନେତା ନୱାବ ମଲିକ । 

ସେ କହିଛନ୍ତି, ''ଆଜି ସନ୍ଧ୍ୟା ସୁଦ୍ଧା ଆମ ପାଖକୁ ସମସ୍ତ ବିଧାୟକ ଫେରିଆସିବେ । ଅଜିତଙ୍କୁ ହାତେଇ ବହୁମତ ପ୍ରମାଣ ଦେବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖୁଥିଲା, ତାହା ଅସମ୍ଭବ । ଏବେ ଅଜିତ ନିଜ ଭୁଲ ପାଇଁ ଅନୁତପ୍ତ ହେବା ଦରକାର ।''

ସେ ଆହୁରି ମଧ୍ୟ କହିଛନ୍ତି, ଦେବେନ୍ଦ୍ର ଭଡନାଭିସ କେବେବୁ ବହୁମତ ପ୍ରମାଣ ଦେଇପାରିବେ ନାହିଁ । ପ୍ଲୋର ଟେଷ୍ଟରେ ସରକାର ଭାଙ୍ଗିବା ସ୍ପଷ୍ଟ । ତେଣୁ ସେ ଇସ୍ତଫା ଦେଇଦିଅନ୍ତୁ ବୋଲି ଦାବି କରିଛନ୍ତି ନୱାବ ମଲିକ । 

ସେପଟେ ଏନସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନ୍‌ସିପି ଶନିବାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି । ସୁପ୍ରିମ୍‌କୋର୍ଟ ଜରୁରୀକାଳୀନ ଭାବେ ଆଜି ୧୧।୩୦ରୁ ଏହି ଆବେଦନ ଉପରେ ଶୁଣାଣି କରୁଛନ୍ତି । 

ଆହୁରି ପଢନ୍ତୁ; 'ଅଜିତ ପାୱାର ଭୁଲ କରିଦେଲେ'

Trending news