ନୂଆଦିଲ୍ଲୀ: ଶିବସେନାକୁ ଚକମା ଦେଇ ମହା ସିଂହାସନ ହାସଲ କରିଛି ବିଜେପି । ଏକ ନାଟକୀୟ ମୋଡରେ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ । ସେହିପରି ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ବରିଷ୍ଠ ଏନସିପି ନେତା ଅଜିତ ପାୱାର । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଜିତ ପାୱାରଙ୍କ ନିଷ୍ପତ୍ତିକୁ ବ୍ୟକ୍ତିଗତ ବୋଲି କହିଛି ଏନସିପି । ଆଜି ମଧ୍ୟାହ୍ନରେ ଏନସିପି ଓ ଶିବସେନା ମିଳିତ ସାମ୍ୱାଦିକ ସମ୍ମିଳନୀ କରିବେ ବୋଲି ଜଣାପଡିଛି ।
NCP Chief Sharad Pawar and Shiv Sena Chief Uddhav Thackeray to address the media at 12.30 pm today pic.twitter.com/XgYBWKRVHx
— ANI (@ANI) November 23, 2019
ବିଜେପି ଓ ଏନସିପି ମଧ୍ୟରେ ରାତାରାତି ବୁଝାମଣା ହୋଇଗଲା ! ଶିବସେନାକୁ ଧୋକା ଦେଲା ଏନସିପି । ଯେତେବେଳେ ଆଜି ଏଭଳି ଚର୍ଚ୍ଚା ଆରମ୍ଭ ହେଲା, ଠିକ ସେହି ସମୟରେ ସ୍ପଷ୍ଟୀକରଣ ରଖିଛନ୍ତି ଏନସିପି ମୁଖ୍ୟ । ଏହା ଦଳର ନିଷ୍ପତ୍ତି ନୁହେଁ, ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଅଜିତ ପାୱାର କହିଛନ୍ତି ।
Sharad Pawar: Ajit Pawar's decision to support the BJP to form the Maharashtra Government is his personal decision and not that of the Nationalist Congress Party (NCP).
We place on record that we do not support or endorse this decision of his. pic.twitter.com/9WvYLItL7X— ANI (@ANI) November 23, 2019
ସେପଟେ ଆଜି ଦିନ ୧୨।୩୦ରେ ମିଳିତ ସାମ୍ୱାଦିକ ସମ୍ମିଳନୀ କରିବେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ତେବେ ଏହି ସମ୍ମିଳନୀରେ ଶରଦ କଣ ସ୍ପଷ୍ଠୀକରଣ ରଖୁଛନ୍ତି, ତାହା ବେଶ ଗୁରୁତ୍ୱବହନ କରୁଛି ।