ଶିବସେନା ସହ ମିଶି ସରକାର ଗଢିବାକୁ ନେଇ ପାୱାରଙ୍କ ବଡ଼ ବୟାନ

ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଚାଲିଛି ମାନସ ମନ୍ଥନ । ଏହି କ୍ରମରେ ଆଜି ଅର୍ଥାତ ସୋମବାର ଏନସିପି ଅଧ୍ୟକ୍ଷ ଶରଦ ପାୱାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଦିଲ୍ଲୀରେ ସାକ୍ଷାତ କରିବେ । ଏହା ପୂର୍ବରୁ ପାୱାରଙ୍କ ତରଫରୁ ବଡ଼ ବୟାନ ଆସିଛି ।  ଯାହା ଶୁଣି ସମସ୍ତେ ଚକିତ ହୋଇଛନ୍ତି ।  ତାଙ୍କୁ ପଚାରା ଯାଇଥିଲା ଯେ ଶିବସେନା କହୁଛି ସେମାନେ ସରକାର ଗଢିବା ପାଇଁ ଏନସିପି ସହ ଆଲୋଚନା କରୁଛି ।  ଏହାର ଜବାବରେ ପାୱାର କହିଛନ୍ତି ଯେ ସତରେ କଣ ଏପରି ହେଉଥିଲା? 

ଶିବସେନା ସହ ମିଶି ସରକାର ଗଢିବାକୁ ନେଇ ପାୱାରଙ୍କ ବଡ଼ ବୟାନ
ଶରଦ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଚାଲିଛି ମାନସ ମନ୍ଥନ । ଏହି କ୍ରମରେ ଆଜି ଅର୍ଥାତ ସୋମବାର ଏନସିପି ଅଧ୍ୟକ୍ଷ ଶରଦ ପାୱାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଦିଲ୍ଲୀରେ ସାକ୍ଷାତ କରିବେ । ଏହା ପୂର୍ବରୁ ପାୱାରଙ୍କ ତରଫରୁ ବଡ଼ ବୟାନ ଆସିଛି ।  ଯାହା ଶୁଣି ସମସ୍ତେ ଚକିତ ହୋଇଛନ୍ତି ।  ତାଙ୍କୁ ପଚାରା ଯାଇଥିଲା ଯେ ଶିବସେନା କହୁଛି ସେମାନେ ସରକାର ଗଢିବା ପାଇଁ ଏନସିପି ସହ ଆଲୋଚନା କରୁଛି ।  ଏହାର ଜବାବରେ ପାୱାର କହିଛନ୍ତି ଯେ ସତରେ କଣ ଏପରି ହେଉଥିଲା? 

କଂଗ୍ରେସ ଓ ଶିବସେନା ବିଚାରଗତ ଭାବେ ଦୁଇ ଭିନ୍ନ ଦଳ ।  ତେଣୁ କଂଗ୍ରେସ ଦ୍ୱନ୍ଦ୍ୱରେ ପଡିଛି ।  ମହାରାଷ୍ଟ୍ରରେ ଶିବସେନା ସହ ମିଶି ସରକାର ଗଢିବ କି ନାହିଁ, ତାହାକୁ ନେଇ ସୋନିଆ ଗାନ୍ଧୀ ସଂଶୟରେ ଅଛନ୍ତି । ଏହାସହ ବିଜେପି ଓ ଶିବସେନା ଦୁଇ ସହଯୋଗୀ ଭାବେ ବହୁ ଦିନରୁ ରହି ଆସୁଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି ।  ମହାରାଷ୍ଟ୍ରରେ ଏନସିପି-କଂଗ୍ରେସ ସହ ମିଶି ଶିବସେନା ସରକାର ଗଢିବା ପାଇଁ ପ୍ରସ୍ତୁତ ଅଛି । ଏହି କ୍ରମରେ ଶିବସେନା ଏନଡିଏରୁ ମଧ୍ୟ ଅଲଗା ହୋଇ ସାରିଛି ।  ବର୍ତ୍ତମାନ ସଂସଦ ଶୀତ ଅଧିବେଶନରେ ଦଳ ବିରୋଧୀ ଆସନରେ ବସିବ ।  

ଅନ୍ୟପକ୍ଷେ ସୋନିଆ ଗାନ୍ଧୀ ଓ ଶିବସେନାଙ୍କ ମଧ୍ୟରେ ଏନସିପି ପ୍ରମୁଖ ଶରଦ ପାୱାର ସେତୁର ଭୂମିକା ନିର୍ବାହ କରୁଛନ୍ତି । ମହାରାଷ୍ଟ୍ରରେ ସରକାରସ ଗଢିବାକୁ ନେଇ ପାୱାର କ୍ରମାଗତ ସୋନିଆଙ୍କ ସହ ଆଲୋଚନା କରୁଛନ୍ତି ।  ସୋମବାର ଏନେଇ କଂଗ୍ରେସ ଅଧ୍ୟକ୍ଷାଙ୍କ ସହ ପୁଣିଥର ସେ ସାକ୍ଷାତ କରିବେ । ଏହି ସାକ୍ଷାତ ସମୟରେ ଦୁହେଁଙ୍କ ମଧ୍ୟରେ ମହାରାଷ୍ଟ୍ର ବର୍ତ୍ତମାନ ରାଜନୈତିକ ପରିସ୍ଥିତିକୁ ନେଇ ଚର୍ଚ୍ଚା କରିବେ ।  ଏହାସହ ଏହି ବୈଠକରୁ ମହାରାଷ୍ଟ୍ରରେ ସରକାର ଗଢିବା ପଥ ପରଷ୍କାର ହେବାର ସମ୍ଭାବନା ରହିଛି ।  ଆପଣଙ୍କୁ କହି ରଖୁଛୁ ଯେ ଶୁକ୍ରବାର ପାୱାର କହିଥିଲେ ଯେ ତିନି ଦଳ ଏକାଠି ମିଶି ସରକାର ଗଢିବେ ଓ କାର୍ଯ୍ୟକାଳ ପୂରଣ ଯାଏ ସରକାର ଚାଲିବ ବୋଲି କହିଥିଲେ ।