• ଟିକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଭିଡ଼ିଓ କନଫରେନସିଂ ଜରିଆରେ ଉଦଘାଟନ କଲେ ମୋଦି
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • ଆଜି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ।
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା
  • ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

ସରକାର ଗଢିବ ବିଜେପି ! ଘୋଡା ବେପାର ଆଶଙ୍କାରେ ଏନସିପି

ସରକାର ଗଢିବାରେ ସଫଳ ହେବ କି ବିଜେପି ? ଘୋଡା ବେପାର ହେବନି ତ ? ସ୍ୱାଧୀନ ବିଧାୟକଙ୍କ ସମେତ ଅନ୍ୟ ଦଳର ବିଧାୟକ ଘୋଡା ବେପାରରେ ପଡିଯାଇପାରନ୍ତି । ଏଭଳି କିଛି ଆଶଙ୍କା କରିଛି ଏନସିପି । 

ସରକାର ଗଢିବ ବିଜେପି ! ଘୋଡା ବେପାର ଆଶଙ୍କାରେ ଏନସିପି
ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ସରିଗଲା । ହେଲେ କେହି ମଧ୍ୟ ପରବର୍ତ୍ତୀ ସରକାର ଗଠନ ପାଇଁ ଦାବି କଲେ ନାହିଁ । ଶେଷରେ ରାଜ୍ୟପାଳ ଭଗତ ସିଂହ କୌଶୟାରୀ ସଂଖ୍ୟା ଗରିଷ୍ଠ ଦଳ ହିସାବରେ ବିଜେପିକୁ ନିମନ୍ତ୍ରଣ କରିଛନ୍ତି । ଏପଟେ ଘୋଡା ବେପାରର ଆଶଙ୍କା କଲାଣି ଏନସିପି । 

ଏନସିପି ନେତା ନୱାବ ମଲିକ କହିଛନ୍ତି, ରାଜ୍ୟପାଳ ବିଜେପିକୁ ନିମନ୍ତ୍ରଣ କରିଛନ୍ତି ସତ। ହେଲେ ସଂଖ୍ୟା ଗରିଷ୍ଠତା ଅଛି ନା ନାହିଁ, ତାହା ବିଜେପି ରାଜ୍ୟପାଳଙ୍କ ଆଗରେ ସୁନିଶ୍ଚିତ କରିବା ଦରକାର । କାହିଁକିନା ସଂଖ୍ୟା ଗରିଷ୍ଠତା ନଥିଲେ ଘୋଡା ବେପାର ଆରମ୍ଭ ହୋଇଯିବ । ଯଦି ରାଜ୍ୟରେ ବିଜେପି ସରକାର ଗଠନରେ ସଫଳ ହେବ ତେବେ ଆମେ ତାଙ୍କ ବିପକ୍ଷରେ ଭୋଟ ଦେବୁ । ମାତ୍ର ଯଦି ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାରେ ଅସମର୍ଥ ହୁଏ, ତେବେ ବିକଳ୍ପ ସରକାର ପାଇଁ ଏନସିପି ଚିନ୍ତା କରିବ ବୋଲି କହିଛନ୍ତି ନୱାବ ମଲିକ ।

ନିଜ ବୟାନକୁ ଆହୁରି ସ୍ପଷ୍ଟ କରିବାକୁ ଯାଇ ନୱାବ କହିଛନ୍ତି, ପ୍ରଥମେ ଏହା ଦେଖିବା କଥା ଯେ ବିଜେପିକୁ ସରକାର ଗଠନ କରିବାରେ ଶିବସେନା ରୋକୁଛି ନା ନାହିଁ । ଯଦି ଶିବସେନା, ବିଜେପିକୁ ରୋକିବାରେ ସଫଳ ହୁଏ, ତେବେ ଆମେ ବିକଳ୍ପ ସରକାର ପାଇଁ ଉଦ୍ୟମ କରିବୁ । ଆସନ୍ତା ୧୨ ତାରିଖରେ ଏନସିପି ବିଧାୟକ ଦଳ ବୈଠକରେ ଏନେଇ ବିଷଦ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । ଏହି ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସାମିଲ ହେବେ । 

nawab malik

ରାଜ୍ୟର ବିଧାନସଭା ନିର୍ବାଚନର ଫଳଫଳ ଅକ୍ଟୋବର ୨୪ରେ ଆସିଥିଲା । କିନ୍ତୁ ୨ ସପ୍ତାହ ପରେ ମଧ୍ୟ ସରକାର ଗଠନ ହୋଇ ପାରିନାହିଁ । କାରଣ କୌଣସି ଦଳ ମ୍ୟାଜିକ ନମ୍ବର ଛୁଇଁ ପାରିନାହାଁନ୍ତି । ଶିବସେନାର ୫୦/୫୦ ଫର୍ମୁଲା ପୁରା ମହାରାଷ୍ଟ୍ର ରାଜନୀତିର ଚିତ୍ର ବଦଳାଇ ଦେଇଛି । 

ଚଳିତ ବିଧାନସଭା ନିର୍ବାଚନରେ ବିଜେପିକୁ ୧୦୫ ଓ ଶିବସେନାକୁ ୫୬ଟି ଆସନ ମିଳିଛି । ଦୁଇ ଦଳ ଏକାଠି ମିଶି ନିର୍ବାଚନ ଲଢିଥିଲା । କିନ୍ତୁ ଫଳାଫଳ ଆସିବା ପରେ ବିଜେପି ଓ ଶିବସେନା ମଧ୍ୟରେ ଏହି ୫୦/୫୦ ଫର୍ମୁଲାକୁ ନେଇ ବିବାଦ ଲାଗି ରହିଛି ।