close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବର୍ଷାରେ ଭିଜି ଭିଜି ଭୁଲ ସ୍ୱୀକାର କଲେ ଶରତ ପାୱାର

ଏକ ନିର୍ବାଚନୀ ସଭାରେ ବର୍ଷାରେ ଭିଜି ଭିଜି ଶରତ ପାୱାର କହିଥିଲେ 'ଏକ ଗଲତି' କୀ । 

ବର୍ଷାରେ ଭିଜି ଭିଜି ଭୁଲ ସ୍ୱୀକାର କଲେ ଶରତ ପାୱାର
sharad pawar addressed the rally in the rain

ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ରେ ହେବାକୁ ଯାଉଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏହାସହ ଏକ ଲୋକସଭା ଉପନିର୍ବାଚନ ମଧ୍ୟ ହେବ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଏନସିପି ମୁଖ୍ୟ ଶରତ ପାୱର । ଗତ ଲୋକସଭା ନିର୍ବାଚନ ବେଳେ ଦଳ ପ୍ରାର୍ଥୀ ଚୟନରେ ନେଇଥିବା ଭୁଲ ନିଷ୍ପତ୍ତିକୁ ଲୋକଙ୍କ ଆଗରେ ସ୍ୱୀକାର କରିଛନ୍ତି ସେ । ଏକ ନିର୍ବାଚନୀ ସଭାରେ ବର୍ଷାରେ ଭିଜି ଭିଜି କହିଥିଲେ 'ଏକ ଗଲତି' କୀ । 

ଶୁକ୍ରବାର ସନ୍ଧ୍ୟା । ସତାରା ଲୋକସଭା ଉପନିର୍ବାଚନ ପାଇଁ ପ୍ରଚାର କରିଥିଲେ ଏନସିପି ମୁଖ୍ୟ ଶରତ ପାୱର । ଯେଉଁ ଲୋକସଭା ଉପନିର୍ବାଚନ ପାଇଁ ସେ ପ୍ରଚାର କରୁଥିଲେ, ଗତ ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀ ଉଦୟନରାଜେ  ଭୋସଲେ ସେଠି ବିଜୟୀ ହୋଇଥିଲେ । ମାତ୍ର ସେ ପରବର୍ତ୍ତୀ ସମୟରେ ଏନସିପିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଆଉ ଏବେ ସେହି ଆସନରୁ ବିଜେପି ପ୍ରାର୍ଥୀ ମଧ୍ୟ ହୋଇଛନ୍ତି । ଅନ୍ୟପଟେ ଏହି ଆସନରେ ଏଥର ଶ୍ରୀନିବାସ ପାଟିଲଙ୍କୁ ପ୍ରାର୍ଥୀ କରିଛି ଏନସିପି । ଗତ ଲୋକସଭା ନିର୍ବାଚନରେ ଉଦୟନରାଜେ  ଭୋସଲେଙ୍କୁ ଦଳ ଟିକେଟ ଦେବା ଭୁଲ ନିଷ୍ପତ୍ତି ଥିଲା, ଏକଥା ସ୍ୱୀକାର କରିଛନ୍ତି ଏନସିପି ମୁଖ୍ୟ । 

ବର୍ଷା ହେଉଥାଏ । ସଭାରେ ସଂକ୍ଷିପ୍ତ ଭାଷଣ ରଖିଥିଲେ ଶରତ ପାୱର । ବର୍ଷାକୁ ଖାତିର ନକରି ଭିଜି ଭିଜି ସଭାକୁ ସମ୍ବୋଧନ କରିଥିଲେ ୭୮ ବର୍ଷୀୟ ଶରତ । କହିଥିଲେ, ୨୦୧୯ ଲୋକସଭା ନିର୍ବାଚନରେ ଉଦୟନରାଜେ  ଭୋସଲେଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରିବା ଏକ ଭୁଲ ନିଷ୍ପତ୍ତି ଥିଲା । ତାଙ୍କୁ ଟିକେଟ ଦେବା ଆଦୌ ଠିକ ନଥିଲା । ଏହା ଆମର ଭୁଲ ନିଷ୍ପତ୍ତି ଥିଲା । ଆଉ ଏବେ ଏହି ଭୁଲକୁ ସୁଧାରିବାର ସମୟ । 

ଶରତ ପାୱର ଆହୁରି ମଧ୍ୟ କହିଥିଲେ, ଇନ୍ଦ୍ରଦେବ ଅକ୍ଟୋବର ୨୧ରେ ହେବାକୁ ଥିବା ନିର୍ବାଚନ ପାଇଁ ଏନସିପିକୁ ଆଶିର୍ବାଦ ଦେଇଛନ୍ତି । ସତାରା ଜିଲ୍ଲା ମହାରାଷ୍ଟ୍ରରେ ଏକ ଚମତ୍କାର କରିବ । ଆଉ ଏହା ଅକ୍ଟୋବର ୨୧ରୁ ଆରମ୍ଭ ହେବ । ଶରତ କହିଥିଲେ, ଯଦି କେହି ଭୁଲ କରୁଛି, ତାକୁ ସ୍ୱୀକାର କରିବା ବି ଦରକାର । ମୁଁ ଲୋକସଭା ନିର୍ବାଚନ ବେଳେ ପ୍ରାର୍ଥୀ ଚୟନରେ ଭୁଲ କରିଥିଲି । ଏହା ସମସ୍ତଙ୍କ ଆଗରେ ସ୍ୱୀକାର ମଧ୍ୟ କରୁଛି । କିନ୍ତୁ ମୁଁ ଏଇଥିପାଇଁ ଖୁସି ଯେ, ଏହି ଭୁଲକୁ ସୁଧାରିବା ପାଇଁ ସତାରାବାସୀ ଅପେକ୍ଷା କରିରହିଛନ୍ତି ବୋଲି କହିଥିଲେ ଏନସିପି ମୁଖ୍ୟ । ଏପରିକି ଦଳୀୟ ପ୍ରାର୍ଥୀଙ୍କ ବିଜୟ ହେବା ନେଇ ଦୃଢକ୍ତି କରିଥିଲେ । 

ଏପଟେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ନିର୍ବାଚନ ପାଇଁ ଦିନରାତି ଏକ କରିଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ପ୍ରଚାରର ଶେଷଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଭିନ୍ନ ନିର୍ବାଚନୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ହରିୟାଣା ମହେନ୍ଦ୍ରଗଡରେ ପ୍ରଚାର କରିଥିଲେ ରାହୁଲ ଗାନ୍ଧୀ । ନିଜ ଭାଷଣରେ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ । ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ଯୁବରାଜ ।