close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଶିବସେନା ସହ ସରକାର ଗଢ଼ିବାକୁ ପ୍ରସ୍ତୁତ ଏନସିପି, କିନ୍ତୁ ରଖିଲା ଏହି ସର୍ତ୍ତ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ଏଯାଏ ସରକାର କିଏ ଗଢିବ, ତାହା ସ୍ପଷ୍ଟ ହୋଇ ପାରିନାହିଁ । ବିଜେପି ସହ ମିଶି ଶିବସେନା ସରକାର ଗଢିବା ମୁଡରେ ନାହିଁ । ଏନସିପି ଓ କଂଗ୍ରେସର ସାହାଯ୍ୟରେ ରାଜ୍ୟରେ ସରକାର ଗଢିବାକୁ ଚାହିଁ ବସିଛି ଶିବସେନା । ଅନ୍ୟପକ୍ଷେ ଏନସିପି ଓ କଂଗ୍ରେସ ବିରୋଧୀ ଆସନରେ ବସିବା କଥା କହୁଛି । ଏହି ପରିସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି । ରାଜ୍ୟରେ ଆଗାମୀ ସରକାର କାହାର ହେବ? ନା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ । 

ଶିବସେନା ସହ ସରକାର ଗଢ଼ିବାକୁ ପ୍ରସ୍ତୁତ ଏନସିପି, କିନ୍ତୁ ରଖିଲା ଏହି ସର୍ତ୍ତ
ଏନସିପି ଅଧ୍ୟକ୍ଷ ଶରଦ ପାୱାର

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ଏଯାଏ ସରକାର କିଏ ଗଢିବ, ତାହା ସ୍ପଷ୍ଟ ହୋଇ ପାରିନାହିଁ । ବିଜେପି ସହ ମିଶି ଶିବସେନା ସରକାର ଗଢିବା ମୁଡରେ ନାହିଁ । ଏନସିପି ଓ କଂଗ୍ରେସର ସାହାଯ୍ୟରେ ରାଜ୍ୟରେ ସରକାର ଗଢିବାକୁ ଚାହିଁ ବସିଛି ଶିବସେନା । ଅନ୍ୟପକ୍ଷେ ଏନସିପି ଓ କଂଗ୍ରେସ ବିରୋଧୀ ଆସନରେ ବସିବା କଥା କହୁଛି । ଏହି ପରିସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି । ରାଜ୍ୟରେ ଆଗାମୀ ସରକାର କାହାର ହେବ? ନା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ । 

ଏହି କ୍ରମରେ ଆଜି(ମଙ୍ଗଳବାର) ଏନସିପି ତରଫରୁ ବଡ଼ ବୟାନ ଆସିଛି । ବର୍ତ୍ତମାନ ଯାଏ ବିରୋଧୀ ଆସନରେ ବସିବା କଥା କହୁଥିବା ଏନସିପି ନିଜ ମୁଡରେ ପରିବର୍ତ୍ତନ ଆଣିଥିବାର ଦେଖାଯାଇଛି । ସରକାର ଗଢିବା ପାଇଁ ଶିବସେନା ଆଗରେ ବର୍ତ୍ତମାନ ଏନସିପି କିଛି ସର୍ତ୍ତ ରଖିଛି । ଏନସିପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଯଦି ଶିବସେନା ଆମ ସହ ସରକାର ଗଢିବାକୁ ଚାହୁଛି ତେବେ ଆମକୁ ମୁଖ୍ୟମନ୍ତ୍ରୀ ପଦର ଆବଶ୍ୟକତା ନାହିଁ । ୫ ବର୍ଷ ପାଇଁ ସେମାନେ ନିଜ ପାଖରେ ମୁଖ୍ୟମନ୍ତ୍ରୀ ପଦ ରଖୁ । ଏହି ପରିସ୍ଥିତିରେ ୨ଟି ଉପମୁଖ୍ୟମନ୍ତ୍ରୀ ପଦ ହେବା ଆବଶ୍ୟକ ଗୋଟିଏ ଆମର ଓ ଗୋଟିଏ ଶିବସେନାରୁ ହେବେ । କିନ୍ତୁ ଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ଶିବସେନା ବିଜେପି ସହ ନିଜ ମେଣ୍ଟ ଭାଙ୍ଗି ଦେବ ।

ଏନସିପି ନେତା ଆହୁରି କହିଛନ୍ତି ଯେ ମୋଦି ସରକାରରେ ସାମିଲ ଏନସିପିର ଏକମାତ୍ର ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିବ । ଏହି ପରସ୍ଥିତି ଶିବସେନା ସହ ଏନସିପି ସରକାର ଗଢିବା କଥା ଚିନ୍ତା କରିବ । ଏହାସହ କଂଗ୍ରେସ ସରକାର ଗଢିବା ପାଇଁ ବାହାରରୁ ସମର୍ଥ ଦେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିଛନ୍ତି ଏନସିପି ମୁଖିଆ ଶରଦ ପାୱାର । ଏହା ସାକ୍ଷାତ ପରେ ପାୱାର ମହାରାଷ୍ଟ୍ରର ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଉପରେ ନିଜର ମତ ରଖିଛନ୍ତି ।

ଏହି ବୈଠକରେ ଶିବସେନାକୁ ସମର୍ଥନ ଦେବା ଉପରେ କୌଣସି ଚର୍ଚ୍ଚା ହୋଇ ନାହିଁ ବୋଲି କହିଥିଲେ ପାୱାର । ଏହାସହ ସେ କହିଥିଲେ ଯେ ଆମକୁ ଆଗକୁ କେମିତି ବଢିବାର ଅଛି, ତାହା ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ସରକାର ଗଢିବା ପାଇଁ ଆମ ପାଖରେ ଆବଶ୍ୟକୀୟ ସଂଖ୍ୟା ବଳ ନାହିଁ । ବିଜେପି ଓ ଶିବସେନା ଦୁହେଁ ମଜଭୁତ ସହଯୋଗୀ ରହି ଆସିଛି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଚାହୁଁ ନାହାନ୍ତି ବୋଲି କହିଥିଲେ ଏନସିପି ପ୍ରମୁଖ ।

ଯେତେବେଳେ ପାୱାରଙ୍କୁ ପଚାରା ଯାଇଥିଲା ଯେ ଶିବସେନାର ସିଏମଙ୍କୁ ସମର୍ଥନ ପ୍ରଦାନ କରିବେ କି ? ଏହାର ଜବାବରେ ସେ କହିଥିଲେ ଯେ ଆମକୁ କେହି ପଚାରିବାକୁ ଆସି ନାହିଁ ତେବେ ଆମେ କଣ କହିବୁ । ଆମକୁ କେହି ଥରେ ପଚାରୁ । ଶରଦ ପାୱାର ସ୍ପଷ୍ଟ କରିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନାହାନ୍ତି ।

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ଫଳାଫଳ ଅନୁସାରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା । ଯଦି ଶିବସେନା, କଂଗ୍ରେସ ଓ ଏନସିପି ଏକାଠି ଆସିବେ ତେବେ ୧୬୦ଟି ଆସନ ହୋଇଯିବ । ଯାହା ସରକାର ଗଢିବା ପାଇଁ ଯଥେଷ୍ଟ ।