ନିଖୋଜ ବିଧାୟକଙ୍କ ବୟାନ ! ଘଣ୍ଟାରେ ଜିତିଛି, ଶରଦ ଓ ଅଜିତଙ୍କ ସହ ଅଛି
Advertisement

ନିଖୋଜ ବିଧାୟକଙ୍କ ବୟାନ ! ଘଣ୍ଟାରେ ଜିତିଛି, ଶରଦ ଓ ଅଜିତଙ୍କ ସହ ଅଛି

ଶନିବାର ଠାରୁ ଏନସିପି ବିଧାୟକ ଦୌଲତ ଦରୋଦା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଆଜି ଦୌଲତଙ୍କ ପୁଅ ଥାନାରେ ଏତଲା ମଧ୍ୟ ଦେଇଥିଲେ । ତେବେ ଠିକ ଏହାର କିଛି ସମୟ ପରେ ସାମ୍ନାକୁ ଆସିଛି ନିଖୋଜ ବିଧାୟକଙ୍କ ବୟାନ । ମୁଁ ସୁରକ୍ଷିତ ଥିବା କହିଛନ୍ତି ଦୌଲତ ଦରୋଦା । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଶନିବାର ଠାରୁ ଏନସିପି ବିଧାୟକ ଦୌଲତ ଦରୋଦା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଆଜି ଦୌଲତଙ୍କ ପୁଅ ଥାନାରେ ଏତଲା ମଧ୍ୟ ଦେଇଥିଲେ । ତେବେ ଠିକ ଏହାର କିଛି ସମୟ ପରେ ସାମ୍ନାକୁ ଆସିଛି ନିଖୋଜ ବିଧାୟକଙ୍କ ବୟାନ । ମୁଁ ସୁରକ୍ଷିତ ଥିବା କହିଛନ୍ତି ଦୌଲତ ଦରୋଦା । 

ଦୌଲତ କହିଛନ୍ତି, ''ମୁଁ ସୁରକ୍ଷିତ । ଏନସିପିର ଘଣ୍ଟା ଚିହ୍ନରେ ମୁଁ ନିର୍ବାଚନ ଲଢିଥିଲି । ଆଉ ଏହି ଚିହ୍ନରେ ମୁଁ ବିଜୟୀ ହୋଇଛି । ତେଣୁ ଦଳ ପରିବର୍ତ୍ତନ କରିବାର ପ୍ରଶ୍ନ ଉଠୁନି । ଦଳର ମୁଖ୍ୟ ଶରଦ ପାୱାର ଏବଂ ଅଜିତ ପାୱାର ଯେଉଁ ନିଷ୍ପତ୍ତି ନେବେ, ମୁଁ ତାକୁ ଗ୍ରହଣ କରିବି । ତେଣୁ କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ।''

ଏବେ ମହାରାଷ୍ଟ୍ର ରାଜନୀତିରେ ଘୋଡା ବେପାର ସ୍ଥିତି ଉପୁଜିଥିବା ବେଳେ ଦୌଲତଙ୍କ ନିଖୋଜ ଘଟଣା ଏ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା ।  ନିଖୋଜ ପୂର୍ବରୁ ଦୌଲତଙ୍କୁ ଶେଷଥର ପାଇଁ ଶନିବାର ସକାଳୁ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ସାମିଲ ଥିବା କୁହାଯାଉଛି । 

ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଶୁକ୍ରବାର ରାତିରେ ଦୌଲତ ପୁଅ କରନଙ୍କ ସହ ନିଜ ନିର୍ବାଚନ ମଣ୍ଡଳୀରୁ ମୁମ୍ବାଇ ଅଭିମୁଖେ ବାହାରିଥିଲେ । ତେବେ ତା ପରେ ପରିବାର ସହ ମଧ୍ୟ ସେ ଯୋଗାଯୋଗ କରିନଥିଲେ । ପରବର୍ତ୍ତୀ ସମୟରେ ପିତାଙ୍କ ନିଖୋଜ ନେଇ ପୋଲିସର ଦ୍ୱାରସ୍ତ ହୋଇଥିଲେ ପୁଅ କରନ ।

ଆହୁରି ପଢନ୍ତୁ; କଂଗ୍ରେସ, ଶିବସେନା ଓ ଏନସିପିକୁ ଝଟକା ! ତୁରନ୍ତ ଫ୍ଲୋର୍ ଟେଷ୍ଟକୁ ନା