close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସାବଧାନ ଛୋଟ ପିଲାଙ୍କୁ ନେଲପଲିଶ ଲଗାଉଛନ୍ତି କି, ହୋଇପାରେ ଏହି ସମସ୍ୟା

ନେଲ୍‌ପଲିସ୍ ଲଗାଇବାକୁ  ସମସ୍ତଙ୍କୁ ଭଲ ଲାଗିଥାଏ।  ଛୋଟ ପିଲାଙ୍କ ହାତରେ ଏହି ନେଲପଲିଶ ହୋଇପାରେ ମାରାତ୍ମକ। ଡାକ୍ତରମାନଙ୍କ କହିବା ଅନୁଯାୟୀ, ନେଲ୍‌ପଲିସ୍‌ରେ କେମିକାଲ ରହିଛି। ଯାହା ପିଲାଙ୍କର ଅନେକ କ୍ଷତି କରିଥାଏ। ତେଣୁ ସେମାନଙ୍କଠୁ ନେଲ୍‌ପଲିସ୍‌କୁ ଦୂରେଇ ରଖିବା ଉଚିତ୍‌।

ସାବଧାନ ଛୋଟ ପିଲାଙ୍କୁ ନେଲପଲିଶ ଲଗାଉଛନ୍ତି କି, ହୋଇପାରେ ଏହି ସମସ୍ୟା

ନେଲ୍‌ପଲିସ୍ ଲଗାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଅନେକ ସମୟରେ ପିଲାଙ୍କ ଜିଦ୍‌ ଯୋଗୁ ମା’ମାନେ ଛୋଟ ପିଲାଙ୍କ  ହାତରେ ନେଲପଲିଶ ଲଗାଇଦିଅନ୍ତି। ହେଲେ ଛୋଟ ପିଲାଙ୍କ ହାତରେ ଏହି ନେଲପଲିଶ ହୋଇପାରେ ମାରାତ୍ମକ। ଡାକ୍ତରମାନଙ୍କ କହିବା ଅନୁଯାୟୀ, ନେଲ୍‌ପଲିସ୍‌ରେ କେମିକାଲ ରହିଛି। ଯାହା ପିଲାଙ୍କର ଅନେକ କ୍ଷତି କରିଥାଏ। ତେଣୁ ସେମାନଙ୍କଠୁ ନେଲ୍‌ପଲିସ୍‌କୁ ଦୂରେଇ ରଖିବା ଉଚିତ୍‌। ତା’ହେଲେ ଆସନ୍ତୁ ଜାଣିବା, ନେଲ୍‌ପଲିସ୍‌ କ’ଣ କ୍ଷତି କରିଥାଏ।

nelpalish

ନେଲ୍‌ପଲିସ୍‌ରେ ଟଲ୍ୟୁଇନ୍, ଫର୍ମାଲ୍‌ଡିହାଇଡ୍ ଓ ଡାୟବ୍ୟୁଟଲ୍‌ ଫ୍ୟାଲେଟ୍‌ ପରି କେମିକାଲ୍‌ ସବୁ ରହିଥାଏ। ଏଗୁଡ଼ିକ ନେଲ୍‌ପଲିସ୍‌ର ଟେକ୍ସଚରକୁ ବଜାୟ ରଖିବା ସହ ଏହାକୁ ଶୁଖିବା ଓ ନଖରେ ଲାଗି ରହିବାରେ ସାହାଯ୍ୟ କରେ। ସାଧାରଣତଃ ଛୋଟ ପିଲାମାନଙ୍କର ବାରମ୍ବାର ପାଟିରେ ହାତ ଦେବାର ଅଭ୍ୟାସ ଥାଏ। ତେଣୁ ଏପରି କ୍ଷେତ୍ରରେ ଏହି କେମିକାଲ୍‌ ଯଦି ପିଲାଙ୍କ ପାଟି ଓ ପେଟକୁ ଯାଏ, ତା’ହେଲେ ସେମାନଙ୍କଠାରେ ନ୍ୟୁରୋ ଓ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇପାରେ।

ନେଲ୍‌ପଲିସ୍‌ରେ ପଂଥାଲେଟ୍‌ସ ନାମକ ଅନ୍ୟ ଏକ ତୈଳାକ୍ତ ରାସାୟନିକ ପଦାର୍ଥ ରହିଛି, ଯାହା ଆଖି ଓ ମୁହଁର ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ। ଏହା ଫଳରେ ନାକ ଓ ଗଳାରେ ସଂକ୍ରମଣ ହେବାର ବି ଆଶଙ୍କା ରହିଛି। ନେଲ୍‌ପଲିସ୍‌ରେ ନ୍ୟୁରୋ ଟକ୍‌ସିନ୍‌ ଭଳି ବିଷାକ୍ତ ପଦାର୍ଥ ମିଶା ଯାଇଥାଏ, ଯାହା ସିଧାସଳଖ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ।

Tags: