coronavirus: କୋରୋନାର ତାଣ୍ଡବ ସହ ଚୀନ ଆଗରେ ଆହୁରି ଏକ ବଡ଼ ସଙ୍କଟ
Advertisement

coronavirus: କୋରୋନାର ତାଣ୍ଡବ ସହ ଚୀନ ଆଗରେ ଆହୁରି ଏକ ବଡ଼ ସଙ୍କଟ

କୋରୋନା ଭାଇରସ ଯୋଗୁଁ ଚୀନର ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ଦେଖା ଦେଇଛି । 

coronavirus: କୋରୋନାର ତାଣ୍ଡବ ସହ ଚୀନ ଆଗରେ ଆହୁରି ଏକ ବଡ଼ ସଙ୍କଟ

ବେଜିଂ: ଚୀନରେ କୋରୋନା ଭାଇରସର ତାଣ୍ଡବଲୀଳା ଜାରି ରହିଛି । ଏହି ଭାଇରସ ମହାମାରୀର ରୂପ ଧାରଣ କରିଛି । ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିଛି । ଚୀନ ବ୍ୟତୀତ ହଂକଂରେ ମଧ୍ୟ ଏହାର ତାଣ୍ଡବଲୀଳା ଆରମ୍ଭ କରି ଦେଇଛି । ସାରା ଦୁନିଆ କୋରୋନା ଭାଇସରର ଆତଙ୍କରେ ଆତଙ୍କିତ ହୋଇ ପଡ଼ିଛି । ଏହି ଭାଇରସର ପ୍ରଭାବରେ ଚୀନରେ ୧୭୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଏହାସହ ୭୦୫୪୮ରୁ ଉର୍ଦ୍ଧ୍ୱ ଲୋକ କୋରୋନା ଭାଇରାସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । 

କୋରୋନା ଭାଇରସ ଯୋଗୁଁ ଚୀନର ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ଦେଖା ଦେଇଛି । ଏବେ ଏହି ଭାଇରସର ପ୍ରଭାବ ଚୀନୀ ମୁଦ୍ରା ଉପରେ ମଧ୍ୟ ପଡ଼ିବାକୁ ଲାଗିଛି । ବିଶେଷକରି କାଗଜ ନୋଟରୁ ସଂକ୍ରମିତ ହେବାର ସମ୍ଭାବନା ଅଧିକ ଦେଖା ଦେଇଛି । କାଗଜ ନୋଟ ମାଧ୍ୟମରେ କୋରୋନାଭାଇରସ ବ୍ୟାପିବାରେ ଲାଗିଛି ।

ଏପରି ପରିସ୍ଥିତିରେ ୮୪୦୦୦ କୋଟି ଟଙ୍କାକୁ ନଷ୍ଟ କରିବାର ଆଦେଶ ଜାରି କରିଛି ଚୀନ ସରକାର । ଚୀନ ସରକାର ସଂକ୍ରମିତ ଲୋକଙ୍କ ହାତରୁ ବଜାରକୁ ବ୍ୟାପିଥିବା ସଂକ୍ରମିତ ନୋଟକୁ ଠିକ କରିବାରେ ଲାଗି ପଡ଼ିଛି । ହସ୍ପିଟାଲ, ସାଧାରଣ ଗମନାଗମନ ସ୍ଥଳରେ ବ୍ୟବହୃତ ହେଉଥିବା କାଗଜ ନୋଟ କୋରୋନା ଭାଇରସର ସ୍ପର୍ଶରେ ଆସିଛି । ଏପରି ପରିସ୍ଥିତିରେ କାଗଜ ନୋଟ ନଷ୍ଟ କରିବାକୁ ଆଦେଶ ପ୍ରଦାନ କରାଯାଇଛି ।