• ଚାକିରି ନାଁରେ ଆକାଶ ପାଠକ ଲୋକଙ୍କୁ ଠକିବା ଅଭିଯୋଗ ପ୍ରସଙ୍ଗ; ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ପହଞ୍ଚିଥିବା ସୂଚନା ॥
  • ରାଜ୍ୟରେ ଶୀତ ଲହରୀ ଜାରି। ୧୧ଟି ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା ॥
  • ବାରଣାସୀରେ ଦେବ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ: ଗଙ୍ଗାଘାଟରେ ଜଳିବ ରେକର୍ଡ ୧୧ ଲକ୍ଷ ଦୀପ ॥
  • ଆଜି ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ରାଜରାଜେଶ୍ୱର ବେଶ

ଆସୁଛି କଲେଜ ଲଭ୍ ଷ୍ଟୋରୀ 'ପୁଣି କେବେ ଦେଖା ହେବ'

ଏକ ନିଆରା ଲଭଷ୍ଟୋରୀକୁ ନେଇ ଆସୁଛି ମ୍ୟୁଜିକ୍ ଭିଡିଓ 'ପୁଣି କେବେ ଦେଖା ହେବ'

ଆସୁଛି କଲେଜ ଲଭ୍ ଷ୍ଟୋରୀ 'ପୁଣି କେବେ ଦେଖା ହେବ'
new odia music video puni kebe dekha heba coming soon

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: କଲେଜରେ ପାଠ ପଢ଼ୁଛନ୍ତି ପୁଅ ଓ ଝିଅ । ଛୋଟିଆ ଛୋଟିଆ କଥାକୁ ନେଇ ଧୀରେ ଧୀରେ ଝଗଡ଼ା ଏବଂ ପରେ ଭୁଲ ବୁଝାମଣା । ଆଉ ଏହା ପରେ କ'ଣ ହୁଏ ? ଏମିତି ଏକ ଲଭଷ୍ଟୋରୀକୁ ନେଇ ଆସୁଛି ମ୍ୟୁଜିକ୍ ଭିଡିଓ 'ପୁଣି କେବେ ଦେଖା ହେବ' । ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ୟଙ୍ଗ୍ ହ୍ୟାଣ୍ଡସମ୍ ପ୍ରଭେଜ କୁମାର ଏବଂ ବିୟୁଟିଫୁଲ୍ ଗର୍ଲ ପ୍ରାଚୁର୍ଯ୍ୟା ମହାନ୍ତି । ସେହିପରି ଏହି ମ୍ୟୁଜିକ୍ ଭିଡିଓର ଗୀତ ରଚନା ତପୁ ନାୟକ କରିଥିବାବେଳେ କଣ୍ଠଦାନ କରିଛନ୍ତି ସତ୍ୟଜିତ ପ୍ରଧାନ ଏବଂ ଅସୀମା ପଣ୍ଡା । ଭି ଟ୍ୟୁନ୍ସ ପ୍ରୋ ୟୁଟ୍ୟୁବ୍ ଚ୍ୟାନେଲରେ ଆସନ୍ତା ୧୮ ତାରିଖରେ ରିଲିଜ ହେବାକୁ ଥିବା ଏହି ଭିଡିଓର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଜାଦ ନିଜାମ୍ । ସେହିପରି ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ମଣ୍ଟି ଆନନ୍ଦ ଆଣ୍ଡ ଟିମ୍ ।

ପ୍ରଭେଜ ପୂର୍ବରୁ ଦୁଇଟି ଭିଡିଓରେ ଅଭିନୟ କରି ସାରିଛନ୍ତି । 'ସ୍କିଲ୍ ଇନ୍ ଓଡ଼ିଶା' ଏବଂ ମେରା ଚାନ୍ଦ ନାମକ ଏକ ହିନ୍ଦୀ ଭିଡିଓରେ ପ୍ରଭେଜ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି । 'ପୁଣି କେବେ ଦେଖା ହେବ'ରେ ମଧ୍ୟ ସେ ସଫଳତା ହାସଲ କରିବା ନେଇ ବେଶ୍ ଆଶାବାଦୀ ଅଛନ୍ତି ।