କୋରୋନା ସମ୍ପର୍କିତ ଅନେକ ବିଷୟବସ୍ତୁ ଉପରେ ଜାଣିବାକୁ ଲୋକେ ଚାହିଁଛନ୍ତି ।
Trending Photos
ନୂଆଦିଲ୍ଲୀ: ବଦଳିଛି କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ସମ୍ପର୍କିତ ପ୍ରୋଟକଲ । ଗତ ସପ୍ତାହରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଥିରେ କିଛିଟା ପରିବର୍ତ୍ତନ ଆଣିଛନ୍ତି । ରୋଗୀଙ୍କ ଡିସଚାର୍ଜଠୁ ଆରମ୍ଭ କରି କ୍ୱାରେଣ୍ଟାଇନ ପର୍ଯ୍ୟନ୍ତ ମାମଲାରେ ନୂଆ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଆଉ ଏହା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠିଛି । କୋରୋନା ସମ୍ପର୍କିତ ଅନେକ ବିଷୟବସ୍ତୁ ଉପରେ ଜାଣିବାକୁ ଲୋକେ ଚାହିଁଛନ୍ତି ।
ପ୍ରଶ୍ନ: ଡିସଚାର୍ଜ ପଲିସିରେ କ'ଣ ପରିବର୍ତ୍ତନ ହୋଇଛି ?
ଉତ୍ତର: ବିଭିନ୍ନ ଦେଶରେ ଡିସଚାର୍ଜ ପଲିସିରେ ଏପ୍ରକାର ପରିବର୍ତ୍ତନ ଅଣାଯାଇଛି । ଭାରତରେ ମଧ୍ୟ ଅନୁଧ୍ୟାନ ପରେ କୋରୋନା ରୋଗୀଙ୍କ ଡିସଚାର୍ଜ କ୍ଷେତ୍ରରେ ପରିବର୍ତ୍ତନ କରାଯାଇଛି । ICMRର ଲ୍ୟାବ ଆଧାରିତ ସମୀକ୍ଷାରେ ଦେଖିବାକୁ ମିଳିଛି ଯେ, ପ୍ରଥମ RTPCR ଟେଷ୍ଚ ପଜିଟିଭ ଆସିବାର ୧୦ ଦିନ ମଧ୍ୟରେ ରିପୋର୍ଟ ନେଗେଟିଭ ଆସୁଛି । ତେଣୁ ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ଡିସଚାର୍ଜ ନେଇ ନିଷ୍ପତ୍ତି ହୋଇଛି ।
ପ୍ରଶ୍ନ: ରୋଗୀଙ୍କ ଡିସଚାର୍ଜ ପରେ କ'ଣ ସଂକ୍ରମଣର ଭୟ ରହିଛି ?
ଉତ୍ତର: ସାମ୍ପ୍ରତିକ ପ୍ରମାଣ ଏହା ସୂଚାଉନାହିଁ ଯେ, ରୋଗୀଙ୍କ ଡିସଚାର୍ଜ ପରେ କୌଣସି ସଂକ୍ରମଣ ହୁଏ । ମାତ୍ର ରୋଗୀଙ୍କ ଡିସଚାର୍ଜ ପରେ ମଧ୍ୟ ୭ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ପଡ଼ିବ ।
ପ୍ରଶ୍ନ: ଘରେ ୭ଦିନ ଆଇସୋଲେସନରେ ରହିବା ପରେ ମଧ୍ୟ କ'ଣ ରୋଗୀଙ୍କ ପୁଣିଥରେ ଟେଷ୍ଟ କରିବା ଜରୁରୀ ଅଟେ ?
ଉତ୍ତର: ରୋଗୀ ସମ୍ପୁର୍ଣ୍ଣ ସୁସ୍ଥ ଅନୁଭବ କଲେ ଅର୍ଥାତ ପୂର୍ବ ପରି କୌଣସି ଲକ୍ଷଣ ନଥିଲେ କୋରୋନା ଟେଷ୍ଟ ଆବଶ୍ୟକ ନାହିଁ । ମାତ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କ୍ରମାଗତ ଭାବେ ନିୟମ ପରିବର୍ତ୍ତନ କରିଛନ୍ତି । ତେଣୁ ସରକାରଙ୍କ ପ୍ରତ୍ୟେକ ଗାଇଡଲାଇନଙ୍କୁ ଆପଣଙ୍କୁ ମାନିବାକୁ ହେବ ।