ଦେଖନ୍ତୁ, ୟୁକ୍ରେନ ବିମାନ ଆକ୍ରମଣ ବେଳର ଦୃଶ୍ୟ...

କେମିତି ବିମାନକୁ ଟାର୍ଗେଟ କରିଥିଲା ଇରାନ, ସାମ୍ନାକୁ ଆସିଲା ଭିଡ଼ିଓ

ଦେଖନ୍ତୁ, ୟୁକ୍ରେନ ବିମାନ ଆକ୍ରମଣ ବେଳର ଦୃଶ୍ୟ...
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: କ୍ୟାମେରା ଲେନ୍ସରେ ବିମାନ ଦୁର୍ଘଟଣା ବେଳର ଦୃଶ୍ୟ । କେମିତି ୟୁକ୍ରେନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ? କିପରି ମିଶାଇଲ ମାଡ଼ କରିଥିଲା ଇରାନ୍ ? ଏବେ ଏହାର ଭିଡ଼ିଓ ସାମ୍ନାକୁ ଆସିଛି । ୩୦ ସେକେଣ୍ଡର ଏହି ଦୃଶ୍ୟ ବଖାଣିଛି, ୟୁକ୍ରେନ ବିମାନ ଦୁର୍ଘଟଣାର ଅସଲ କାହାଣୀ । 

ଅବଶ୍ୟ ଆରମ୍ଭରୁ ଯାନ୍ତ୍ରୀକ ତୃଟି ଯୋଗୁଁ ବିମାନ ଦୁର୍ଘଟଣାଗସ୍ତ ହୋଇଛି କହି ଫାଙ୍କି ଦେଉଥିବା ଇରାନ ପରବର୍ତ୍ତୀ ସମୟରେ ଭୁଲ ମାନିଥିଲା । ଆମେରିକାର ଫାଇଟର ଜେଟ ଭାବି ମିଶାଇଲ ମାଡ଼ କରିଥିବା ନେଇ ଦୋଷ ସ୍ୱୀକାର କରିଥିଲା ଇରାନ । ହେଲେ ଏବେ ସାମ୍ନାକୁ ଆସିଛି ମିଶାଇଲ ମାଡ଼ ବେଳର ଦୃଶ୍ୟ । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୟୁକ୍ରେନ ଏୟାରଲାଇନ୍ସ ବିମାନ ଉପରେ ୮ ମାଇଲ ଦୂରରୁ ଟାର୍ଗେଟ କରାଯାଇଥିଲା । ଇରାନର ସେନା କ୍ୟାମ୍ପରୁ ୟୁକ୍ରେନ ଯାତ୍ରୀବାହୀ ବିମାନ PS752କୁ ଟାର୍ଗେଟ କରିଥିଲା ଇରାନ । ଫଳରେ ବିମାନଟି ଖସି ପଡ଼ିଥିଲା । ଏହି ବିମାନ ଦୁର୍ଘଟଣାରେ ସମସ୍ତ ୧୭୬ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । 

ଦେଖନ୍ତୁ ଭିଡ଼ିଓ; https://zeenews.india.com/hindi/world/video/video-new-video-shows-truth-of-the-attack-on-flight-752-of-ukraine/625328

ଆହୁରି ପଢ଼ନ୍ତୁ; ଫାଶୀ ବେଳେ ଜଲ୍ଲାଦ ଯଦି ଅଚେତ ହୁଅନ୍ତି...