close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

୧୧ ନୁହେଁ, IPLରେ ଖେଳିବେ ୧୫ ଖେଳାଳି!

ଗେମ୍ ଚେଞ୍ଜର୍ ପାୱାର୍ ପ୍ଲେ

୧୧ ନୁହେଁ, IPLରେ ଖେଳିବେ ୧୫ ଖେଳାଳି!
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ଆଗକୁ ଆଇପିଏଲରେ ଏମିତି କିଛି ପରିବର୍ତ୍ତନ ହେବାକୁ ଯାଉଛି, ଯାହା କ୍ରିକେଟର ରୂପରେଖ ହିଁ ବଦଳାଇଦେବ । ଏମିତି କିଛି ହେବ, ଯାହା କ୍ରିକେଟରେ ଆଗରୁ କେବେ ବି ହୋଇ ନଥିଲା । ଆପଣଙ୍କୁ ଦେଖିବାକୁ ମିଳିବ ଫୁଟବଲ ଭଳି ମ୍ୟାଚ୍ । ଏଣିକି ୧୫ ଜଣିଆ ସ୍କ୍ୱାର୍ଡରୁ କେହି ବି ଡଗ୍ ଆଉଟରେ ବସିବେ ନାହିଁ । ସମସ୍ତଙ୍କୁ ମିଳିବ ମ୍ୟାଚ୍ ଖେଳିବାର ମୌକା ।

ବିସିସିଆଇର ଆଇପିଏଲ୍ ପରିଚାଳନା କମିଟି ଏମିତି କିଛି ନିଷ୍ପତ୍ତି ନେବାକୁ ଯାଉଛି, ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟଚକିତ ହେବେ । ଏଣିକି ଆଇପିଏଲର ଏକ ମ୍ୟାଚରେ ଗୋଟିଏ ଦଳ ପକ୍ଷରୁ ୧୧ ନୁହେଁ, ବରଂ ପୂରା ୧୫ ଜଣ ଖେଳାଳି ଖେଳିବେ । ଆଇପିଏଲର ଆଗାମୀ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହୋଇପାରେ । ପାୱାର୍ ପ୍ଲେ'ର କନସେପ୍ଟ ପରିବର୍ତ୍ତନ କରି ଆଇପିଏଲ୍ ଏମିତି କିଛି ନୂଆ ପରୀକ୍ଷା ନିରୀକ୍ଷା କରିବାକୁ ଯାଉଛି । ଯଦି ଏହି ନିୟମ ଲାଗୁ ହୁଏ ତେବେ କ'ଣ ହେବ, ଚାଲନ୍ତୁ ଜାଣିନେବା ।

ନିୟମ ଲାଗୁହେଲେ ଏଣିକି ସବୁ ଦଳ ଚୂଡ଼ାନ୍ତ ଏକାଦଶର ତାଲିକା ନଦେଇ ୧୫ ଜଣ ଖେଳାଳିଙ୍କ ତାଲିକା ଦେବେ । ଅର୍ଥାତ୍ ଗୋଟିଏ ଦଳରେ ରହିବେ ୧୫ ଜଣ ଖେଳାଳି । ଯଦିଓ ୧୫ ଖେଳାଳି ରହିବେ, କିନ୍ତୁ ପଡ଼ିଆରେ ୧୧ ଜଣ ଖେଳାଳି ହିଁ ଖେଳିବେ । ବାକି ୪ ଜଣ ରିଜର୍ଭ ଖେଳାଳି ଭାବେ ଦଳରେ ସ୍ଥାନ ପାଇବେ । ଅଧିନାୟକ ଓ ଟିମ୍ ମ୍ୟାନେଜମେଣ୍ଟ ଚାହିଁଲେ ସେହି ଖେଳାଳିଙ୍କୁ ଅତିରିକ୍ତ ଖେଳାଳି ବା ସବଷ୍ଟିଚ୍ୟୁଟ୍ ଭାବେ ବ୍ୟବହାର କରିପାରିବେ । କୌଣସି ୱିକେଟର ପତନ ସମୟରେ କିମ୍ବା ଓଭର ସମାପ୍ତ ହେବା ପରେ ଅତିରିକ୍ତ ୪ ଖେଳାଳିଙ୍କ ମଧ୍ୟରୁ ଅଧିନାୟକ ଅବଶ୍ୟକୀୟ ଖେଳାଳିଙ୍କୁ ମଇଦାନକୁ ଓହ୍ଲାଇ ପାରନ୍ତି । ଯାହା ଫଳରେ ଫଟାଫଟ୍ କ୍ରିକେଟର ଅନ୍ଦାଜ ହିଁ ବଦଳିଯିବ ।
ଆପଣଙ୍କୁ ଏକ ଉଦାହରଣ ଦେଇଦେଉଛୁ, ଯାହା ଫଳରେ ଏହି ନିୟମକୁ ବୁଝିବାରେ ଆଉ କୌଣସି ଅସୁବିଧା ରହିବ ନାହିଁ । ଭାବନ୍ତୁ ଏକ ମ୍ୟାଚ୍ ଚାଲିଛି, ଶେଷ ଓଭରରେ ବ୍ୟାଟିଂ କରୁଥିବା ଦଳକୁ ୧୫ ରନର ଅବଶ୍ୟକତା ରହିଛି । ଆନ୍ଦ୍ରେ ରସଲଙ୍କ ଭଳି ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ସେହି ମ୍ୟାଚର ଚୂଡାନ୍ତ ଏକାଦଶରେ ନଥାଇ ଅତିରିକ୍ତ ଖେଳାଳିରେ ସାମିଲ ଅଛି । ଏଭଳି ପରିସ୍ଥିତିରେ ବ୍ୟାଟିଂ ଦଳର ଅଧିନାୟକ ଚାହିଁଲେ ରସେଲଙ୍କୁ ୧୯ତମ ଓଭର ପରେ ମଇଦାନକୁ ସବଷ୍ଟିଚ୍ୟୁଟ୍ ଖେଳାଳି ଭାବେ ବ୍ୟାଟିଂ ପାଇଁ ଓହ୍ଲାଇ ପାରିବେ । ଏବେ ଟିକେ ଚିନ୍ତା କରନ୍ତୁ, କୌଣସି ଦଳର ୮ ୱିକେଟ୍ ଚାଲିଯାଇଥିବା ଓ ଟେଲ୍ ଏଣ୍ଡର ବ୍ୟାଟିଂ କରୁଥିବେ । କିନ୍ତୁ ସେହି ସମୟରେ ରସେଲ୍ ଅତିରିକ୍ତ ଖେଳାଳି ଭାବରେ ମଇଦାନକୁ ଓହ୍ଲାଇବେ ବ୍ୟାଟିଂ କରିବାକୁ ତେବେ...ତେବେ ଏହି ମ୍ୟାଚ୍ କେତେ ରୋମାଞ୍ଚକର ନହେବ ?

ବୋଲିଂ ଟିମ୍ ପାଇଁ ମଧ୍ୟ ସମାନ ଫର୍ମୁଲା ଲାଗୁ ହେଉଛି । ଗୋଟିଏ ଟିମରେ ଯଦି ଯଶପ୍ରୀତ ବୁମରାଙ୍କ ଭଳି ଖେଳାଳି ଡଗ୍ ଆଉଟରେ ଅଛନ୍ତି ଓ ଅନ୍ତିମ ଓଭରରେ ୬-୭ ରନ୍ ଡିଫେଣ୍ଡ କରିବାକୁ ଅଛି, ତେବେ ଯଦି ବୁମରାଙ୍କୁ ଅଧିନାୟକ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନିଅନ୍ତି, ତେବେ ସେ ମ୍ୟାଚ୍ ପୁଣିଥରେ କେତେ ଖୋଲିଯିବ । ଦୁଇ ଦଳର ବିଜୟର ସମ୍ଭାବନା ପୁଣି ୫୦-୫୦ ହୋଇଯିବ ।
ଆଇପିଏଲ ପରିଚାଳନା କମିଟିରେଏବେ ଏହି ପ୍ରସ୍ତାବ ପ୍ରାୟତଃ ଫାଇନାଲ୍ ହୋଇଯାଇଛି । ଅପେକ୍ଷା ଅଛି ମଙ୍ଗଳବାର ବସିବାକୁ ଥିବା ପରିଚାଳନା କମିଟି ବୈଠକର । ଏହି ବୈଠକରେ ଯଦି ପ୍ରସ୍ତାବଟି ଉପରେ ମୋହର ବାଜେ ତେବେ ଜାଣନ୍ତୁ ଆଗାମୀ ଆଇପିଏଲ୍ ଆପଣଙ୍କୁ ଏମିତି କିଛି ଦେଖିବାକୁ ମିଳିପାରେ । ପ୍ରସ୍ତାବକୁ ସ୍ୱୀକୃତି ମିଳିବା ପରେ ଏହାକୁ ପ୍ରଥମେ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପ୍ରୟୋଗ କରାଯିବ । ଆଉ ଯଦି ଏହାର ପରୀକ୍ଷଣ ସଫଳ ହୁଏ, ତେବେ ଆଇପିଏଲର ଆଗାମୀ ସଂସ୍କରଣରେ ଦର୍ଶକ କ୍ରିକେଟର ଆଉ ଏକ ରୂପ ଦେଖିବାକୁ ପାଇବେ ।