କର୍ଣ୍ଣାଟକ ରାମାନଗରାମ ଜିଲ୍ଲାର ଏକ ଫାର୍ମହାଉସରେ ବାହାଘର ହେଉଛି । କେବଳ ନିକଟ ସମ୍ପର୍କୀୟମାନେ ହିଁ ଏହି ବାହାଘରେ ସାମିଲ ଅଛନ୍ତି ।
Trending Photos
ନୂଆଦିଲ୍ଲୀ: ଆଜି ବାହା ହେଉଛନ୍ତି କାନ୍ନାଡ ଅଭିନେତା ନିଖିଲ କୁମାରସ୍ୱାମୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ହେଉଛନ୍ତି ନିଖିଲ କୁମାରସ୍ୱାମୀ । ରାଜ୍ୟର ପୂର୍ବତନ ମନ୍ତ୍ରୀ ଏମ କୃଷ୍ଣପ୍ପାଙ୍କ ନାତୁଣୀ ରେଭାଥୀଙ୍କୁ ବିବାହ କରୁଛନ୍ତି ନିଖିଲ । ତେବେ ଲକଡାଉନକୁ ଆଖିଆଗରେ ରହି ଏହି ବାହାଘର ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଛି ।
କର୍ଣ୍ଣାଟକ ରାମାନଗରାମ ଜିଲ୍ଲାର ଏକ ଫାର୍ମହାଉସରେ ବାହାଘର ହେଉଛି । କେବଳ ନିକଟ ସମ୍ପର୍କୀୟମାନେ ହିଁ ଏହି ବାହାଘରେ ସାମିଲ ଅଛନ୍ତି । ପୂର୍ବରୁ ଯଦିଓ ବାହାଘରକୁ ଖୁବ ଧୁମଧାମରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା, ତେବେ ଲକଡାଉନ୍ କାରଣରୁ ପରବର୍ତ୍ତୀ ସମୟରେ ଏହାକୁ ନିରାଡମ୍ବର ଭାବେ ଆୟୋଜନ କରାଯାଉଛି । ମାର୍ଚ୍ଚ ୨୫ରୁ ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୭ ବେଳକୁ ଏହା ଶେଷ ହୋଇଯାଇଥିବ ବୋଲି ଉଭୟ ପରିବାର ଚିନ୍ତା କରିଥିଲେ । ଏଇଥି ପାଇଁ କୃଷ୍ଣପ୍ପାଙ୍କ ଘରେ ବଡ଼ ଧରଣର ବାହାଘରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ଲକଡାଉନ୍ ପୁଣି ବଢ଼ିବାକୁ ଏକ ପାର୍ମହାଉସକୁ ଏହାକୁ ସ୍ଥାନାନ୍ତର କରାଯାଇଛି ।
ତେବେ ବାହାଘରେ କୌଣସି ସମର୍ଥକ ସାମିଲ ନହେବା ପାଇଁ ଉଭୟଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । କାହିଁକିନା ବର୍ତ୍ତମାନ ସମୟରେ ସାମାଜିକ ଦୂରତ୍ୱ ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ ରହିଛି ।