• ଟିକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଭିଡ଼ିଓ କନଫରେନସିଂ ଜରିଆରେ ଉଦଘାଟନ କଲେ ମୋଦି
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • ଆଜି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ।
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା
  • ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

ଦିଲ୍ଲୀରେ ନିରଞ୍ଜନ ବିରୋଧୀ ଟିମ

ରାଜ୍ୟ କଂଗ୍ରେସର ସ୍ଥିତି ସୁଧାରିବା ନେଇ ଦିଲ୍ଲୀରେ ନିରଞ୍ଜନ ବିରୋଧୀ ଟିମ।  ପିସିସି ସଭାପତି ପରିବର୍ତ୍ତନ ନେଇ ସକ୍ରିୟ ହୋଇଥିବା ଗୋଷ୍ଠୀର ୧୫ ଜଣିଆ ସଦସ୍ୟ ଏଆଇସିସିରେ କଂଗ୍ରେସର ବିଭିନ୍ୟ ସମ୍ପାଦକମାନଙ୍କୁ ଭେଟିଛନ୍ତି । ଆଜି ପ୍ରଭାରୀ ଜିତେନ୍ଦ୍ର ସିଂ ନ ଥିବାରୁ ସେମାନେ ତାଙ୍କୁ ଅପେକ୍ଷା କରିଛନ୍ତି । 

ଦିଲ୍ଲୀରେ ନିରଞ୍ଜନ ବିରୋଧୀ ଟିମ
ଫାଇଲ ଫଟୋ

ନୂଆଦିଲ୍ଲୀ: ରାଜ୍ୟ କଂଗ୍ରେସର ସ୍ଥିତି ସୁଧାରିବା ନେଇ ଦିଲ୍ଲୀରେ ନିରଞ୍ଜନ ବିରୋଧୀ ଟିମ।  ପିସିସି ସଭାପତି ପରିବର୍ତ୍ତନ ନେଇ ସକ୍ରିୟ ହୋଇଥିବା ଗୋଷ୍ଠୀର ୧୫ ଜଣିଆ ସଦସ୍ୟ ଏଆଇସିସିରେ କଂଗ୍ରେସର ବିଭିନ୍ୟ ସମ୍ପାଦକମାନଙ୍କୁ ଭେଟିଛନ୍ତି । ଆଜି ପ୍ରଭାରୀ ଜିତେନ୍ଦ୍ର ସିଂ ନ ଥିବାରୁ ସେମାନେ ତାଙ୍କୁ ଅପେକ୍ଷା କରିଛନ୍ତି । 

ଟିମ୍ ସଦସ୍ୟ ସପ୍ତାହେ ଧରି ଦିଲ୍ଲୀରେ ରହିବେ । ଏଆଇସିସିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ।  ଏହାସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଅନ୍ତ୍ରରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ଏହି ଟିମ । ଆଗକୁ ପୌର ନିର୍ବାଚନ ଥିବାରୁ ରାଜ୍ୟରେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ଏମାନେ କହିଛନ୍ତି । ରାଜ୍ୟରେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟ ଖସଡ଼ା ଉପରେ ଏଆଇସିସି ସଭାନେତ୍ରୀ ଓ ଅନ୍ୟନେତାଙ୍କ ସହ ଆଲୋଚନା କରାଯିବ ବୋଲି ଟିମ ପକ୍ଷରୁ କୁହାଯାଇଛି । 

ଏହି ଟିମରେ ପିସିସି ସାଧାରଣ ସମ୍ପାଦକ ତ୍ରିଲୋଚନ ମହାନ୍ତି, ସନତ ଦାସ , ବିଶ୍ୱଜିତ ଦାସ,  ତାପସ ମିଶ୍ର, ସନ୍ତୋଷ ବଳ, ସତ୍ୟନଦ ରାଉତ ପ୍ରମୁଖ ରହିଛନ୍ତି । ତେବେ କଂଗ୍ରେସ ହାଇକମାଣ୍ଡକୁ ମନାଇବାରେ ଏମାନେ କେତେ ସଫଳ ହେଉଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିଛି ।