ସ୍ଲୋ ପଏଜନ ଦେଇ ବିନୟକୁ ହତ୍ୟା ଉଦ୍ୟମ !
Advertisement

ସ୍ଲୋ ପଏଜନ ଦେଇ ବିନୟକୁ ହତ୍ୟା ଉଦ୍ୟମ !

ନିର୍ଭୟା ଅଭିଯୁକ୍ତ ବିନୟଙ୍କୁ ନେଇ ଏକ ଚାଞ୍ଚଲ୍ୟ କର ତଥ୍ୟ ଦେଇଛନ୍ତି ତାଙ୍କ ଓକିଲ। ଆଜି କୋର୍ଟରେ ତାଙ୍କ ଓକିଲ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି କି ତିହାର ଜେଲରେ ବିନୟକୁ ସ୍ଲୋ ପଏଜନ ଦିଆଯାଇ ତାଙ୍କୁ ହତ୍ୟା ଉଦ୍ୟମ କରାଯାଉଛି। ଏପରିକି ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲେ ମଧ୍ୟ ସେନେଇ କୌଣସି ସବିଶେଷ ତଥ୍ୟ ମଧ୍ୟ ଜେଲ କର୍ତ୍ତୃପକ୍ଷ ଓ ଡାକ୍ତର ହସ୍ତାନ୍ତର କରିନଥିବା କହିଛନ୍ତି ସେ।  

 ସ୍ଲୋ ପଏଜନ ଦେଇ ବିନୟକୁ ହତ୍ୟା ଉଦ୍ୟମ !

ନୂଆଦିଲ୍ଲୀ: ନିର୍ଭୟା ଅଭିଯୁକ୍ତ ବିନୟଙ୍କୁ ନେଇ ଏକ ଚାଞ୍ଚଲ୍ୟ କର ତଥ୍ୟ ଦେଇଛନ୍ତି ତାଙ୍କ ଓକିଲ। ଆଜି କୋର୍ଟରେ ତାଙ୍କ ଓକିଲ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି କି ତିହାର ଜେଲରେ ବିନୟକୁ ସ୍ଲୋ ପଏଜନ ଦିଆଯାଇ ତାଙ୍କୁ ହତ୍ୟା ଉଦ୍ୟମ କରାଯାଉଛି। ଏପରିକି ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲେ ମଧ୍ୟ ସେନେଇ କୌଣସି ସବିଶେଷ ତଥ୍ୟ ମଧ୍ୟ ଜେଲ କର୍ତ୍ତୃପକ୍ଷ ଓ ଡାକ୍ତର ହସ୍ତାନ୍ତର କରିନଥିବା କହିଛନ୍ତି ସେ।  

ସେପଟେ ଓକିଲଙ୍କ ଏହି ଯୁକ୍ତିକୁ ନିର୍ଭୟାଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ଓକିଲ ମାଗିଥିବା ସମସ୍ତ ତଥ୍ୟ ଦିଆଯାଇଛି। ଫାଶୀ ତାରିଖକୁ କେବଳ ଗଡ଼ାଇବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ନିର୍ଭୟାଙ୍କ ପକ୍ଷରୁ କୁହାଯାଇଥିଲା।   ଏପରିକି ଜେଲରେ ରହିବା ସମୟରେ ସେ ଚିତ୍ର ଆଙ୍କିବା ସହିତ ଏକ ଡାଏରୀ ଲେଖିଥିଲା ଯାହାକୁ ମଧ୍ୟ  ପ୍ରଦାନ କରାଯାଇଛି ବୋଲି ସରକାରୀ ଓକିଲ କହିଥିଲେ।  

ସେହିପରି ଅଭିଯୁକ୍ତମାନଙ୍କ ଓକିଲ ଏପି ସିଂ କହିଥିଲେ କି, ଜେଲରେ ଅଭିଯୁକ୍ତ ବିନୟକୁ ସ୍ଲୋ ପଏଜନ ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ତାଙ୍କର ଅବସ୍ଥା ଖରାପ ହୋଇଥିଲା। ତାଙ୍କୁ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କର ଡାକ୍ତରଖାନା ରିପୋର୍ଟ ପ୍ରଦାନ କରାଯାଇନଥିବା ଓକିଲ ଏପି ସିଂ କହିଥିଲେ। ଜେଲରେ ବିନୟ ଲେଖିଥିବା ଡାଏରୀକୁ ଯଦିଓ ହସ୍ତାନ୍ତର କରାଯାଇଥିବା କଥା ପରବର୍ତ୍ତୀ ସମୟରେ ସ୍ୱିକାର କରିଥିଲେ।  

ତେବେ ଓକିଲ ଏପି ସିଂ କହିଥିଲେ କି, ତାଙ୍କ ମହକିଲ ବିନୟର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ନାହିଁ। ଏପି ସିଂ ଆହୁରି ମଧ୍ୟ କହିଥିଲେ କି, ୩ ନମ୍ବର ଜେଲକୁ ଅଭିଯୁକ୍ତମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାର ରେକର୍ଡ ଆମକୁ ଦିଆଯାଇନାହିଁ। ଆମ ନିକଟରେ କେବଳ ୪ ଏବଂ ୨ ନମ୍ବର ଜେଲର ରେକର୍ଡ ଦିଆଯାଇଛି। ତେବେ ଜେଲ କର୍ତ୍ତୃପକ୍ଷ କାହିଁକି ଦେବାକୁ ଚାହୁଁନାହାନ୍ତି ସେ କଥା ଆମକୁ ଜଣାନାହିଁ ବୋଲି ସେ କହିଥିଲେ।  

ସେ ଆହୁରି ମଧ୍ୟ କହିଥିଲେ କି, ୨୦୧୩ ମସିହା ମେ ମାସ ୨୭ ତାରିଖରେ ଅଭିଯୁକ୍ତମାନଙ୍କର ମେଡ଼ିକାଲ ରିପୋର୍ଟ ମଧ୍ୟ ଆମକୁ ହସ୍ତାନ୍ତର କରାଯାଇନାହିଁ। ବିନୟର ମଧ୍ୟ ଡାକ୍ତରୀ ରିପୋର୍ଟ ମଧ୍ୟ ଆମକୁ ପ୍ରଦାନ କରାଯାଉ। କେବଳ ଏତିକି ନୁହେଁ, ଜେଲ କର୍ତ୍ତୃପକ୍ଷ ମଧ୍ୟ ଆମକୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରୁଛନ୍ତି। କେବେ ଖାଦ୍ୟ ଖାଉଛନ୍ତି ବୋଲି କହୁଥିବା ବେଳେ କେତେବେଳେ ଖାଦ୍ୟ ଖାଉନାହାନ୍ତି ବୋଲି କହୁଛନ୍ତି। ବିନୟ ଦିଲ୍ଲୀର ଲୋକନାୟକ ଡାକ୍ତରଖାନାରେ ୧୦ ଦିନ ଧରି ଚିକିତ୍ସିତ ହୋଇଥିଲା। ଯାହାର ରିପୋର୍ଟ ଆମକୁ ଦିଆଯାଇନାହିଁ। ତାହା ନିହାତି ଭାବରେ ଆମକୁ ମିଳିବା ଦରକାର ବୋଲି ସେ କହିଥିଲେ।  

ସେ ଆହୁରି ମଧ୍ୟ କହିଥିଲେ କି ବିନୟ ତିହାର ଜେଲରେ ଥିବା ସମୟରେ ଏକାଧିକ ପେଣ୍ଟିଂ କରିଥିଲା। ଉକ୍ତ ପେଣ୍ଟିଂ ଆମକୁ ହସ୍ତାନ୍ତର କରାଯାଇନାହିଁ। ଏପରିକି ସେଥିରେ କେତେ ଟଙ୍କା ରୋଜଗାର କରିଛି ତାହାର ମଧ୍ୟ ସବିଶେଷ ତଥ୍ୟ ଆମକୁ ପ୍ରଦାନ କରାଯାଇନାହିଁ।  

ସେପଟେ ଫାଶୀର ତାରିଖ ନିକଟତର ହେଉଥିବାରୁ ଅଭିଯୁକ୍ତମାନଙ୍କର ବ୍ୟବହାରରେ ମଧ୍ୟ ବ୍ୟାପକ ଭାବେ ପରିବର୍ତ୍ତନ ହେଉଛି। ଦୋଷୀମାନଙ୍କର କାର୍ଯ୍ୟକଳାପରେ ମଧ୍ୟ ବ୍ୟାପକ ଭାବେ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଛ। ଏପରି ଅବସ୍ଥାରେ ସେମାନଙ୍କର ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏପରିକି ଗାଧୁଆଘରକୁ ମଧ୍ୟ ସେମାନଙ୍କୁ ଏକୁଟିଆ ଛଡ଼ା ଯାଉନାହିଁ। ୨୪ ଘଣ୍ଟା ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିବା ଜେଲ କର୍ତ୍ତୃପକ୍ଷଙ୍କୁ ଠାରୁ ସୂଚନା ମିଳିଛି।